ବ୍ରିଷ୍ଟଲ,୧୯।୬: ଫଲୋଅନ୍ ପରେ ମ୍ୟାଚ୍ ବଞ୍ଚାଇବା କଷ୍ଟକର। କିନ୍ତୁ ଇଂଲଣ୍ଡ ମାଟିରେ ଏହା କରି ଦେଖାଇଛି ଭାରତୀୟ ମହିଳା କ୍ରିକେଟ ଦଳ। ମ୍ୟାଚ୍ର ଉଭୟ ଇନିଂସରେ ଚମତ୍କାର ବ୍ୟାଟିଂ କରିଥିଲେ ଶେଫାଳି ବର୍ମା। ଶେଷକୁ ମ୍ୟାଚ୍ ବଞ୍ଚାଇବା ଲାଗି ସ୍ନେହ ରାଣା (୮୦* ଓ ୧୩ ଚୌକା) ଓ ତାନିୟା ଭାଟିଆ (୪୪* ଓ ୬ ଚୌକା ) ଯେଉଁଭଳି ଖେଳିଲେ ତା’ର ପ୍ରଶଂସା ପାଇଁ ଶବ୍ଦ ନାହିଁ। ଦୁହେଁ ଅପରାଜିତ ୮ମ ଉଇକେଟ ପାଇଁ ଯୋଡ଼ିଥିଲେ ୧୦୪ ରନ୍। ତା’ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୁହେଁ ପ୍ରାୟ ୩୧ ଓଭର ବ୍ୟାଟିଂ କରିଥିଲେ, ଯାହାକି ଇଂଲଣ୍ଡ ବୋଲରଙ୍କୁ ନିରାଶ କରି ଦେଇଥିଲେ। ସେମାନଙ୍କ ଧୈର୍ଯ୍ୟ ଆଗରେ ଇଂଲଣ୍ଡ ଦଳ ମ୍ୟାଚ୍କୁ ଡ୍ର’ ଘୋଷଣା କରିବାକୁ ବାଧ୍ୟ ହୋଇଛି।
ଇଂଲଣ୍ଡ ପ୍ରଥମ ଇନିଂସରେ ୩୯୬ ରନ୍ କରିଥିଲା। ଜବାବରେ ସ୍ମ୍ରିତି ମନ୍ଧାନା ଓ ସେଫାଳିଙ୍କ ୧୬୭ ରନ୍ର ଓପନିଂ ଭାଗୀଦାରି ସତ୍ତ୍ୱେ ୨୩୧ ରନ୍ରେ ସୀମିତ ରହିଥିଲା ଭାରତ। ଫଲୋଅନ୍ ଡାକରା ପାଇଥିବା ଟିମ୍ ଇଣ୍ଡିଆ ପାଇଁ ପୁଣି ଥରେ ଜବରଦସ୍ତ ବ୍ୟାଟିଂ କରିଥିଲେ ଶେଫାଳି। ମାତ୍ର ତାଙ୍କ ଉଇକେଟ ପଡ଼ିବା ପରେ ତାସ ଘର ଭଳି ଭୁଷୁଡ଼ି ପଡ଼ିଥିଲା ଭାରତୀୟ ବ୍ୟାଟିଂ ଲାଇନଅପ୍। ୨୪୦ ରନ୍ରେ ୮ ଉଇକେଟ ହରାଇ ସାରିଥିଲା ଭାରତ। ଲାଗୁଥିଲା ଦଳ ଖୁବ୍ ଶୀଘ୍ର ଅଲଆଉଟ୍ ହୋଇଯିବ। କିନ୍ତୁ ସ୍ନେହ ଓ ତାନିୟାଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଆଗରେ ହାର ମାନିଥିଲା ପୂରା ଇଂଲଣ୍ଡ ଦଳ। ବାଧ୍ୟ ହୋଇ ପ୍ରାୟ ୧୨ ଓଭର ପୂର୍ବରୁ ଉଭୟ ଦଳର ସହମତିରେ ମ୍ୟାଚ୍କୁ ଡ୍ର’ ଘୋଷଣା କରାଯାଇଥିଲା। ଷ୍ଟମ୍ପ୍ସ ଘୋଷଣା ବେଳକୁ ଭାରତ ୮ ଉଇକେଟ ହରାଇ ୩୪୪ ରନ୍ କରିଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.