ହାଇଦ୍ରାବାଦ,୧୭ା୬: ମଣିଷ ହଳ ଟାଣୁଥିବାର ବଲିଉଡ୍ର କିଛି ପୁରୁଣା ଫିଲ୍ମରେ ନିଶ୍ଚିତ ଦେଖିଥିବେ। ମାତ୍ର ବାସ୍ତବରେ ମଧ୍ୟ ବଳଦ ନ ଥିଲେ ମଣିଷ ହଳ ଟାଣେ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ବି ବଳଦ ଅଭାବ ଯୋଗୁ ମଣିଷ ହଳ କରୁଥିବା ଦେଖିବାକୁ ମିଳିଛି।
ଏପରି ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନାର ଆଦିଲାବାଦରେ ଜଣେ ଆଦିବାସୀ କୃଷକଙ୍କ କ୍ଷେତ୍ରରେ। ତାଙ୍କ ନିକଟରେ ହଳେ ବଳଦ ଥିଲେ। ମାତ୍ର ସେଥିରୁ ଗୋଟିଏ ମରିଗଲା। ଆଉ ବଳଦ କିଣିବାକୁ ତାଙ୍କ ନିକଟରେ ପଇସା ମଧ୍ୟ ନାହିଁ। ତେଣୁ ସେ ବଳଦ ସହ ଯୋଚିବାକୁ ସାନପୁଅର ସାହାଯ୍ୟ ନେଇଥିଲେ। ବର୍ତ୍ତମାନ ମୌସୁମୀ ସମୟ ଏବଂ ତେଲେଙ୍ଗାନାର କୃଷକମାନେ ଧାନ ଫସଲ ଅମଳ ପାଇଁ ଜମି ପ୍ରସ୍ତୁତ କରିବାରେ ବ୍ୟସ୍ତ।
ଏଭଳି ପରିସ୍ଥିତିରେ ଇନ୍ଦ୍ରାବଳୀ ବ୍ଲକ ଅନ୍ତର୍ଗତ ଡୋଙ୍ଗରଗାଁ ନିବାସୀ କୃଷକ କୋଭା ଅଭିମାନଙ୍କ ଏକ ବଳଦ ଗତ ରବିବାର ହଠାତ୍ ମରିଗଲା। ତାଙ୍କର କେବଳ ଗୋଟିଏ ବଳଦ ଅଛି। ତେଣୁ ଗୋଟିଏ ବଳଦରେ ଜମି ହଳ କରିବା ସମ୍ଭବ ନୁହେଁ। ତେଣୁ ସେ ତାଙ୍କ ପୁଅକୁ ବଳଦ ସହ ହଳ କରିବାକୁ ଯୋଡ଼ିଥିଲେ। କାରଣ ନୂଆ ବଳଦ କିଣିବାକୁ ହେଲେ ପ୍ରାୟ ୪୦୦୦୦ ଟଙ୍କା ଦରକାର। ତାଙ୍କ ନିକଟରେ ଏତେ ଅର୍ଥ ନାହିଁ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଲୋକେ ଏହି ପରିବାରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.