ସାଉଥାମ୍ପଟନ, ୧୪।୬:ଆସନ୍ତା ୧୮ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଜେସ ବାଉଲଠାରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ପ୍ରସ୍ତୁତ ପିଚ୍ ପେସର କିମ୍ବା ସ୍ପିନରଙ୍କୁ ସୁହାଇବ, ସେ ନେଇ ଖୁବ ଚର୍ଚ୍ଚା ଚାଲିଛି। ତେବେ ସାଉଥାମ୍ପାଟନର ଗ୍ରାଉଣ୍ଡର ମୁଖ୍ୟ ଗ୍ରାଉଣ୍ଡ୍ସମ୍ୟାନ ସାଇମନ ଲି’ଙ୍କ ଅନୁଯାୟୀ, ପିଚ୍ରେ ପେସ ଓ ବାଉନ୍ସ ଦେଖିବାକୁ ମିଳିବ। ଏହାର ଅର୍ଥ ନୁହେଁ ସ୍ପିନରଙ୍କୁ ଏହି ପିଚ୍ ସୁହାଇବ ନାହିଁ। ସ୍ପିନରଙ୍କୁ ମଧ୍ୟ କିଛି ସହାୟତା ମିଳିବ ବୋଲି ସେ କହିଛନ୍ତି।
ଡବ୍ଲ୍ୟଟିସି ଫାଇନାଲ ପାଇଁ ପିଚ୍ ପ୍ରସ୍ତୁତ କରିବା ଅପେକ୍ଷାକୃତ ସହଜ ଥିଲା। କାରଣ ଏହା ନ୍ୟୁଟ୍ରାଲ ଭେନ୍ୟୁ। କିନ୍ତୁ ଆମେ ଭଲ ପିଚ୍ ଚାହୁଁ, ଯାହା ଫଳରେ ଦୁଇ ଦଳ ମଧ୍ୟରେ ଜବରଦସ୍ତ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ। ଇଂଲଣ୍ଡରେ ଏଭଳି ପିଚ୍ ପ୍ରସ୍ତୁତ କରିବା କଷ୍ଟକର। କାରଣ ପ୍ରାୟତଃ ସମୟରେ ପାଗ ସହଯୋଗ କରେନାହିଁ। କିନ୍ତୁ ମ୍ୟାଚ୍ ବେଳେ ଖରା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏଣୁ ପିଚ୍ରେ ପେସ ଓ ବାଉନ୍ସ ଦେଖିବାକୁ ମିଳିବ ବୋଲି ଆମେ ଆଶା କରୁଛୁ। ପେସରଙ୍କୁ ସୁହାଉଥିବା ପିଚ୍ ଟେଷ୍ଟ ମ୍ୟାଚ୍ରେ ରୋମାଞ୍ଚ ଭରି ଦିଏ। ମୁଁ ମଧ୍ୟ ଜଣେ କ୍ରିକେଟ ଫ୍ୟାନ। ଏଣୁ ଏଭଳି ପିଚ୍ ପ୍ରସ୍ତୁତ କରିବାକୁ ଚାହେଁ, ଯେଉଁଠାରେ ଫ୍ୟାନମାନେ ପ୍ରତ୍ୟେକ ବଲକୁ ଉପଭୋଗ କରିବେ ବୋଲି ଲି କହିଛନ୍ତି। ଉଭୟ ଦଳରେ ବହୁ ଦକ୍ଷ ପେସର ଅଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.