ଭିନ୍ନ ହେବେ ‘ସ୍ପେସ୍‌ ବେବି’

ନୂଆଦିଲ୍ଲୀ: ମହାକାଶରେ ଗୁରୁତ୍ୱ ଆକର୍ଷଣ ନାହିଁ। ତେଣୁ ସେଠାରେ ଜଣେ ଗର୍ଭବତୀଙ୍କ ସାମାନ୍ୟ ପ୍ରସବ ଅସମ୍ଭବ। ଯଦିଓ ସ୍ବାସ୍ଥ୍ୟ ବିଜ୍ଞାନର ଅତ୍ୟାଧୁନିକ ଜ୍ଞାନକୌଶଳକୁ ଉପଯୋଗ କରି ପ୍ରସବ କରାଯାଏ, ତଥାପି ରେଡିଏଶନ ଏବଂ ଅନ୍ୟ ପ୍ରତିକ୍ରିୟା କାରଣରୁ ପୃଥିବୀରେ ଜନ୍ମିତ ଶିଶୁଙ୍କଠାରୁ ଭିନ୍ନ ହେବେ ‘ସ୍ପେସ୍‌ ବେବି’। ସେମାନଙ୍କ ଶାରୀରିକ ଗଠନ, ରଙ୍ଗ ଏବଂ ହାବଭାବ ନିଆରା ହେବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି। ଜନସଂଖ୍ୟା ବୃଦ୍ଧି, ମାତ୍ରାଧିକ ପ୍ରଦୂଷଣ କାରଣରୁ ଆଗାମୀ କେତେ ଶହ ବର୍ଷ ପରେ ପୃଥିବୀରେ ଜୀବନଧାରଣ କଷ୍ଟକର ହୋଇପଡ଼ିବ। ଏହି ଆଶଙ୍କାରେ ଏବେଠୁ ପୃଥିବୀ ବାହାରେ ବାସୋପଯୋଗୀ ଗ୍ରହ ଖୋଜାଚାଲିଛି। ମହାକାଶରେ ରହଣି ସମ୍ଭବ ହେଲେ ମନୁଷ୍ୟ କଲୋନୀ ଗଢ଼ିଉଠିବ। ସମାନ୍ତରାଳ ଭାବେ ପ୍ରଜନନ, ଗର୍ଭଧାରଣ, ପ୍ରସବ ମଧ୍ୟ ହେବ। ହେଲେ ଜନ୍ମିତ ଶିଶୁ ପୃଥିବୀର ଶିଶୁଙ୍କ ଭଳି ହେବେ ନାହିଁ। ଗୁରୁତ୍ୱ ଆକର୍ଷଣ ବିହୀନ ମହାକାଶରେ ହେଉଥିବା ବିଭିନ୍ନ କ୍ରିୟା, ପ୍ରତିକ୍ରିୟା ସେମାନଙ୍କ ଶାରୀରିକ ଗଠନକୁ ପ୍ରଭାବିତ କରିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ମହାକାଶ ଅଭିଯାନ ଇତିହାସରେ ଅଦ୍ୟାବଧି ଜଣେ କେହି ବି ମହିଳା ମହାକାଶଚାରୀ ଗର୍ଭବତୀ ହୋଇନାହାନ୍ତି। ଏହାକୁ ଦେଖିଲେ ‘ସ୍ପେସ୍‌ ବେବି’ ଏକ ଉଦ୍ଭଟ ଚିନ୍ତାଧାରା ବୋଲି ମନେହୁଏ। ହେଲେ ପୃଥିବୀ ବାହାରେ ଜୀବଜଗତର ପରିକଳ୍ପନା ସହିତ ଏସବୁ ବିଷୟରେ ବିଚାର କରିବା ଗୁରୁତ୍ୱପୂର୍ଣ୍ଣ। ତେଣୁ ମହାକାଶରେ ଜୀବଜଗତ ସହିତ ଆଗାମୀ ଭବିଷ୍ୟତ ଉପରେ ବୈଜ୍ଞାନିକମାନେ ଚିନ୍ତା କରିବା ଆରମ୍ଭ କରିଛନ୍ତି। ଏ କ୍ଷେତ୍ରରେ ଗୋଟିଏ ପାଦ ଆଗରେ ରହିଛନ୍ତି ୟୁନିଭର୍ସିଟି ଅଫ୍‌ ଏରିଜୋନାର ବୈଜ୍ଞାନିକ। ସେମାନଙ୍କ କହିବା କଥା, ଆସନ୍ତା ୩ ଦଶନ୍ଧି ଭିତରେ ମହାକାଶରେ ସନ୍ତାନ ପ୍ରସବ ଆଉ କଳ୍ପନା ଭିତରେ ସୀମିତ ହୋଇ ରହି ନ ଥିବ। ମଙ୍ଗଳ ସମେତ ଅନ୍ୟ କେତେକ ଗ୍ରହରେ ଜୀବନ ଲାଗି ଅନୁକୂଳ ବାତାବରଣ ଖୋଜାଯିବା ପରେ ସେଠାରେ ଜନସଂଖ୍ୟା ବୃଦ୍ଧି ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ। ତେବେ ପୃଥିବୀ ଭଳି ମହାକାଶରେ ୯ମାସ ଯାଏ ସୁରକ୍ଷିତ ଗର୍ଭଧାରଣ ପ୍ରକ୍ରିୟା ସବୁଠାରୁ ଚ୍ୟାଲେଞ୍ଜିଂ ହେବ। କାରଣ ମହାକାଶରେ ତୀବ୍ର ରେଡିଏଶନର ବିପଦ ସହିତ ଅସ୍ଥିର ବିକାଶ ପ୍ରଭାବିତ ହେଉଛି। ତେଣୁ ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା ରହିଛି। ସେହିପରି ଗୁରୁତ୍ୱଆକର୍ଷଣ ଅଭାବରୁ ସାଧାରଣ ପ୍ରସବ ଅସମ୍ଭବ। ତେଣୁ କେବଳ ସର୍ଜରି ଏକମାତ୍ର ପନ୍ଥା। ହେଲେ ରେଡିଏଶନ ଆତଙ୍କ ଭିତରେ ସୁରକ୍ଷିତ ଅସ୍ତ୍ରୋପଚାର କରିବା ଏକପ୍ରକାର ଅସମ୍ଭବ। ଯଦି ବି ବୈଜ୍ଞାନିକମାନେ ପ୍ରସବ କରାଇବାରେ ସଫଳ ହୁଅନ୍ତି, ତଥାପି ସ୍ପେସ୍‌ ବେବିଙ୍କ ଶାରୀରିକ ଗଠନ, ରଙ୍ଗ, ମୁଣ୍ଡର ଆକାର ପୃଥିବୀରେ ଜନ୍ମିତ ଶିଶୁଙ୍କଠାରୁ ଭିନ୍ନ ହେବ। ‘ବିଜନେସ ଇନ୍‌ସାଇଡର’ର ଏକ ରିପୋର୍ଟରେ ଏ ସଂକ୍ରାନ୍ତରେ ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରକାଶିତ ହୋଇଛି।

ପରୀକ୍ଷା ଲାଗି ପ୍ରସ୍ତୁତ ସ୍ପେସ୍‌ କମ୍ପାନୀ
‘ସ୍ପେସ୍‌ ବେବି’ ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହେବା ପରେ ସ୍ପେସ୍‌ କମ୍ପାନୀଗୁଡ଼ିକ ପରୀକ୍ଷାନିରୀକ୍ଷା ଲାଗି ଚାହିଁ ବସିଛନ୍ତି। ନେଦରଲାଣ୍ଡର ‘ସ୍ପେସଲାଇଫ୍‌ ଅରିଜିନ’ ଆସନ୍ନ ପ୍ରସବାଙ୍କୁ ଭୂପୃଷ୍ଠରୁ ୪୦୦ କି.ମି. ଦୂର ମହାକାଶରେ ପ୍ରସବ କରାଇବାକୁ ଅନୁମତି ଅପେକ୍ଷାରେ ରହିଛି। ହେଲେ ଏହି ସ୍ପେସ୍‌ କମ୍ପାନୀକୁ ଅଦ୍ୟାବଧି ସବୁଜ ସଙ୍କେତ ମିଳିପାରିନାହିଁ। ତେବେ ଏକଥା ସତ ଯେ, ଏହା ଏକ ବ୍ୟୟବହୁଳ ପ୍ରକ୍ରିୟା ହେବ। ରେଡିଏଶନ ନିରୋଧୀ ଗୃହ, ପ୍ରସବ ପରେ ଶିଶୁଙ୍କ ଯତ୍ନରେ ବହୁ କୋଟି ଟଙ୍କା ଖର୍ଚ୍ଚ ହେବ।

 

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.