ବେଜୋସ୍‌ଙ୍କ ସହ ମହାକାଶ ଯାତ୍ରା: ପାଖ ସିଟ୍‌ ପାଇଁ ୨୦୫ କୋଟି

ୱାଶିଂଟନ,୧୪।୬: ବ୍ଲ୍ୟୁ ଓରିଜିନ ପ୍ରତିଷ୍ଠାତା ତଥା ଆମାଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଜେଫ୍‌ ବେଜୋସ୍‌ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ। ମହାକାଶ ଯାତ୍ରା ପ୍ରତି ତାଙ୍କ ଆଗ୍ରହ ପିଲାବେଳରୁ ରହିଆସିଛି। ମହାକାଶ ପାଇଁ ଅସୀମିତ ମହତ୍ତ୍ୱାକାଂକ୍ଷା ରଖୁଥିବା ଅରବପତି ଆଷ୍ଟ୍ରୋନେଟ ରିଚାର୍ଡ ବ୍ରେନ୍‌ସନ ଏବଂ ଏଲନ୍‌ ମସ୍କଙ୍କ ବିରୋଧୀ ଦୌଡ଼ରେ ବେଜୋସ୍‌ ଆଗରେ ଅଛନ୍ତି। ସେ ମହାକାଶ ଯାତ୍ରାର ସୁଯୋଗ ପାଇଛନ୍ତି ଏବଂ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି। ଯେଉଁ ସ୍ପେସ୍‌ଶିପ୍‌ରେ ସେ ମହାକାଶ ଯିବେ, ସେଥିରେ ତାଙ୍କ ପାଖ ସିଟ୍‌ ପାଇଁ ଶନିବାର ନିଲାମୀ ଡକାଯାଇଥିଲା। ବେଜୋସ୍‌ ନିଜ କମ୍ପାନୀ ବ୍ଲ୍ୟୁ ଓରିଜିନର ଏକ ରକେଟରେ ଯିବେ। ଏହି ସ୍ପେସ୍‌ଶିପ୍‌ ସାଇଡ୍‌ ସିଟ୍‌ ହାସଲ କରିବା ପାଇଁ ଜଣେ ବ୍ୟକ୍ତି ୨୮ ନିୟୁତ ଡଲାର (ପ୍ରାୟ ୨୦୫ କୋଟି ୪ ଲକ୍ଷ ୯୦ ହଜାର ୪୦୦ ଟଙ୍କା) ପଇଠ କରିଛନ୍ତି। ଶନିବାର ଲାଇଭ୍‌ ଫୋନ୍‌ ଅକ୍ସନ ଖୋଲିବାର ୪ ମିନିଟ ଭିତରେ ଆଗ୍ରହୀ ପକ୍ଷମାନେ ୨୦ ନିୟୁତ ଡଲାରରୁ ଅଧିକ ବିଡିଂ କରିଥିଲେ। ନିଲାମୀ ଆରମ୍ଭ ହେବାର ମାତ୍ର ୭ ମିନିଟ ପରେ ବିଡିଂକୁ ବନ୍ଦ କରିଦିଆଯାଇଥିଲା। ବିଜେତାଙ୍କ ପରିଚୟ ବର୍ତ୍ତମାନ ଯାଏ ସାମ୍ନାକୁ ଆସିନାହିଁ। ମହାକାଶ ଯାତ୍ରା ପାଇଁ ମହତ୍ତ୍ୱାକାଂକ୍ଷୀ କୌଣସି ଧନୀ ବ୍ୟକ୍ତି ଏହି ମହଙ୍ଗା ନିଲାମୀକୁ ଗ୍ରହଣ କରିଛନ୍ତି।
ପୃଥିବୀକୁ ଦେଖିଲେ ଏହି ଗ୍ରହ ସହ ସମ୍ପର୍କର ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି ବେଜୋସ୍‌ ନିଲାମୀର ଶେଷ ବିଡିଂ ପୂବର୍ର୍ରୁ ଏକ ଭିଡିଓରେ କହିଛନ୍ତି। ବେଜୋସଙ୍କ ସହ ତାଙ୍କ ଭାଇ ମଧ୍ୟ ମହାକାଶ ଯାତ୍ରା କରିବେ। ବ୍ଲ୍ୟୁ ଓରିଜିନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଗୁରୁବାର ନିଲାମୀ ପର୍ଯ୍ୟନ୍ତ ଅନୂ୍ୟନ ୧୪୩ ଦେଶର ୬,୦୦୦ରୁ ଅଧିକ ଲୋକ ମହାକାଶ ଯାତ୍ରା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ବିଜ୍‌ନେସ୍‌ ୱାଲର୍‌ଡର ସବୁଠୁ ଚର୍ଚ୍ଚିତ ବ୍ୟକ୍ତିଙ୍କ ସ୍ପେସ୍‌ ଦୁନିଆରେ ପ୍ରବେଶ ନିବେଶ ଓ ଶିଳ୍ପାୟନର ସବୁଠୁ ବଡ଼ ବିଜ୍ଞାପନ। ଏହି ଆୟୋଜନରୁ ସଂଗୃହୀତ ଅର୍ଥକୁ ଚ୍ୟାରିଟି ପାଇଁ ଖର୍ଚ୍ଚ କରାଯିବ। ବଡ଼ ବଡ଼ କମ୍ପାନୀଗୁଡ଼ିକ ମଧ୍ୟ ଏଥିରେ ଭାଗନେବେ ବୋଲି ବ୍ଲ୍ୟୁ ଓରିଜିନର ଆଶା। ବ୍ଲ୍ୟୁ ଓରିଜିନ ଜୁଲାଇ ୨୦ରେ ଲଞ୍ଚ ହେବ। ମହାକାଶ ଯାତ୍ରା ପାଇଁ ପ୍ରାଇଭେଟ କମର୍ସିଆଲକୁ ଆଗକୁ ବଢ଼ିବାର ସୁଯୋଗ ମିଳିଥିବାରୁ ୱେଷ୍ଟ ଟେକ୍ସାସ ପାଇଁ ଏହା ଐତିହାସିକ ମୁହୂର୍ତ୍ତ ହେବ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.