ସେଭିଲ,୨୧।୬: ୟୁରୋକପ୍ରେ ଗ୍ରୁପ୍ ଇ’ରେ ଶନିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ସ୍ପେନ୍ ଓ ପୋଲାଣ୍ଡ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ସ୍ପେନ୍ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା। ଫଳରେ ଏବେ ସ୍ପେନ୍ ଗ୍ରୁପ୍ ପର୍ଯ୍ୟାୟରୁ ବାଦ୍ ପଡିବାର ସମ୍ଭାବନା ସୃଷ୍ଟି ହୋଇଛି। ଅନ୍ୟପଟେ ଆଉ ଗୋଟିଏ ପରାଜୟ ବରଣ କଲେ ପୋଲାଣ୍ଡର ନକ୍ଆଉଟ ଆଶା ଶେଷ ହେବ। ୨୫ତମ ମିନିଟ୍ରେ ଅଲଭାରୋ ମୋରାଟା ଗୋଲ ଦେଇ ସ୍ପେନକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧରେ ୫୪ତମ ମିନିଟ୍ରେ ପୋଲାଣ୍ଡ ତରଫରୁ ରବର୍ଟ ଲଓ୍ବୋଣ୍ଡୋସ୍କି ଗୋଲ ଦେଇ ମ୍ୟାଚ୍କୁ ୧-୧ ସମାନ ସ୍ଥିତିକୁ ଆଣିଥିଲେ। ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ଓ ମ୍ୟାଚ୍ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ଆମେ ଆଉ ଏକ ବିଜୟ ହାତଛଡ଼ା କରିଛୁ ବୋଲି ମୋରାଟା ସ୍ବୀକାର କରିଛନ୍ତି। ସାରା ମ୍ୟାଚ୍ରେ ସ୍ପେନର ଆଧିପତ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ସ୍ପେନ୍ ବିଜୟୀ ହୋଇପାରି ନ ଥିଲା। ମ୍ୟାଚ୍ ଫଳାଫଳ ନେଇ ସ୍ପେନ୍ ମିଡ୍ ଫିଲ୍ଡର ରୋଡ୍ରି ହେର୍ନାଣ୍ଡିଜ ନୌରାଶ୍ୟ ଜାହିର କରିଛନ୍ତି। ଏହା ପୂର୍ବରୁ ପ୍ରଥମ ମ୍ୟାଚ୍ରେ ସ୍ପେନ୍ ଭଲ ଖେଳିଥିଲେ ମଧ୍ୟ ସ୍ବିଡେନକୁ ହରାଇପାରି ନ ଥିଲା। ଫଳରେ ମ୍ୟାଚ୍ ଗୋଲ ଶୂନ୍ୟ ଭାବେ ଡ୍ର ରହିଥିଲା।
ଏଥିସହ ଗ୍ରୁପ୍ ଇ’ରେ ସ୍ପେନ ଦୁଇଟି ମ୍ୟାଚ୍ ଖେଳି ଦୁଇଟି ଡ୍ର ସହ ୨ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ସେହିପରି ପୋଲାଣ୍ଡ ଦୁଇଟି ମ୍ୟାଚ୍ ଖେଳି ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ୧ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। ସ୍ବିଡେନ ୨ଟି ମ୍ୟାଚ୍ ଖେଳି ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୪ ପଏଣ୍ଟ ପାଇ ଶୀର୍ଷରେ ରହିଛି। ସେହିପରି ସ୍ଲୋଭାକିଆ ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୩ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। କୋଭିଡ୍-୧୯ କାରଣରୁ ସ୍ପେନ ଅଧିନାୟକ ସର୍ଗିଓ ବସକ୍ୱୋଟ୍ସ ଏ ପର୍ଯ୍ୟନ୍ତ ମ୍ୟାଚ୍ ଖେଳିନାହାନ୍ତି। ସୁସ୍ଥ ହୋଇ ସେ ଶୁକ୍ରବାର ଦଳରେ ଯୋଗ ଦେଇଛନ୍ତି। ସ୍ପେନ୍ ବୁଧବାର କର ବା ମର ମ୍ୟାଚ୍ରେ ସ୍ଲୋଭାକିଆକୁ ଭେଟିବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.