Categories: ଖେଳ

ଚେସ୍‌ ବିଶ୍ୱକପ୍‌ ପାଇଁ ଗୁଜରାଠୀଙ୍କୁ ଯୋଗ୍ୟତା

ଚେନ୍ନାଇ, ୪ା୬(ପି.ଟି.)- ଭାରତର ୩ ନମ୍ବର ଖେଳାଳି ଭିଦିତ୍‌ ଗୁଜରାଠୀ ରେଟିଂ ଭିତ୍ତିରେ ଫିଡେ ଚେସ୍‌ ବିଶ୍ୱକପ୍‌ ୨୦୨୧ରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ଇଭେଣ୍ଟ ରୁଷିଆର ସୋଚିଠାରେ ଜୁଲାଇ ୧୦ରୁ ହେବ। ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ନାସିକ୍‌ ବାସିନ୍ଦା ଗୁଜରାଠୀ ହେଉଛନ୍ତି ୪ର୍ଥ ଭାରତୀୟ ଖେଳାଳି। ଅନ୍ୟ ଯେଉଁ ପୁରୁଷ ଖେଳାଳିମାନେ ଯୋଗ୍ୟତା ହାସଲ କରିସାରିଛନ୍ତି ସେମାନେ ହେଲେ ଗ୍ରାଣ୍ଡମାଷ୍ଟର ପି. ହରିକ୍ରିଷ୍ଣା, ଅରବିନ୍ଦ ଚିଦାମ୍ବରମ ଓ ପି. ଇନିୟାନ। ଅନ୍ୟପକ୍ଷରେ ବିଶ୍ୱକପ୍‌ ମହିଳା ଇଭେଣ୍ଟ ଲାଗି ଭାରତରୁ କୋନେରୁ ହମ୍ପି, ପଦ୍ମିନୀ ରାଉତ, ଡି. ହାରିକା, ଭକ୍ତି କୁଲକର୍ନୀ ଓ ଆର. ବୈଶାଳୀ ପ୍ରମୁଖ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଗୁଜରାଠୀ ତୃତୀୟ ଥର ପାଇଁ ବିଶ୍ୱକପ୍‌ରେ ଖେଳିବାକୁ ଯାଉଛନ୍ତି। ପୂର୍ବରୁ ସେ ୨୦୧୭ ଓ ୨୦୧୯ରେ ଭାଗ ନେଇଥିଲେ। ସେ ବର୍ତ୍ତମାନ ବିଶ୍ୱ ର଼୍ୟାଙ୍କିଙ୍ଗରେ ୨୩ତମ ସ୍ଥାନରେ ଅଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.