ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଲକ୍ଡାଉନ ଓ ଶଟ୍ଡାଉନ ଭଳି କଟକଣାକୁ ଦୃଢ଼ ଭାବେ ପାଳନ କରାଯାଉଥିବାରୁ କୋଭିଡ୍ ସଂକ୍ରମଣରେ ହ୍ରାସ ଘଟୁଛି। ଆଗକୁ ରଜ ପର୍ବ ଆସୁଛି। ତେଣୁ ଜନସାଧାରଣ ବାହାରକୁ ନ ବାହାରି ନିଜ ଘରେ ରହି ରଜ ପାଳନ କରନ୍ତୁ ବୋଲି ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଡିଜି (ଆଇନ ଶୃଙ୍ଖଳା) ଯଶବନ୍ତ ଜେଠୱା କହିଛନ୍ତି। ଅମାନିଆଙ୍କ ଭଳି ନ ହୋଇ ସମସ୍ତ କୋଭିଡ୍ ନିୟମ ମଧ୍ୟରେ ରହି ପରିବାରବର୍ଗଙ୍କ ସହ ଏହି ପର୍ବ ପାଳନ କରିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।
କୋଭିଡ୍-୧୯ର ଦ୍ୱିତୀୟ ଲହର ଆରମ୍ଭଠାରୁ ଓଡ଼ିଶା ପୋଲିସ ପକ୍ଷରୁ ସାରା ରାଜ୍ୟରେ ଏନ୍ଫୋର୍ସମେଣ୍ଟ ଡ୍ରାଇଭ୍କୁ କଡ଼ାକଡ଼ି କରାଯାଉଛି। ସମସ୍ତ ଏସ୍ପି ଓ କମିଶନରେଟ୍ ପୋଲିସର ଡିସିପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନାରେ ପ୍ରାୟ ୧୬୧ ପ୍ଲାଟୁନ୍ ପୋଲିସ ଫୋର୍ସ ଏହି ଏନ୍ଫୋର୍ସମେଣ୍ଟ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଗତ ଦୁଇମାସ ମଧ୍ୟରେ ବିଭିନ୍ନ ଜିଲାର ୪ ଲକ୍ଷ ୭୬ହଜାର ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେମାନଙ୍କଠାରୁ ପ୍ରାୟ ୧୪ କୋଟି ୫୮ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି। ଏଥିସହିତ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ନେଇ ୩ ହଜାର ୫ଶହ ଦୋକାନ, ଶପିଂମଲ୍, ଶିକ୍ଷାନୁଷ୍ଠାନ ସିଲ୍ ଓ ୨୯ ହଜାର ଗାଡି ସିଜ୍ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପୋଲିସ ପକ୍ଷରୁ ୨୭୮ଟି ମାମଲା ରୁଜୁ କରାଯାଇ ୧୩୩୨ଜଣଙ୍କୁ ଗିରଫ କରାଯାଇଛି।
ଏଥିସହ ସେ କହିଛନ୍ତି, କରୋନା ସମୟରେ ସାଇବର ଅପରାଧରେ ବୃଦ୍ଧି ଘଟିଛି। ଅଜ୍ଞାତରେ ଲୋକମାନେ ସାଇବର ଠକଙ୍କ ଶିକାର ହେଉଛନ୍ତି। ତେଣୁ କୌଣସି ବ୍ୟକ୍ତି ସାଇବର ଠକେଇର ଶିକାର ହେଲେ ତୁରନ୍ତ ଟୋଲ୍ ଫ୍ରି ନଂ.୧୫୫୨୬୦ ରେ କଲ୍ କରି ଜଣାନ୍ତୁ। ସୂଚନା ପାଇବା ମାତ୍ରେ ଓଡ଼ିଶା ପୋଲିସର ସାଇବର ଥାନା, ସାଇବର ସେଲ୍, ସାଇବର ହେଲ୍ପ ଡେସ୍କଗୁଡ଼ିକ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବ। ଠକେଇର ଅଳ୍ପ ସମୟ (ଘଣ୍ଟାଏ) ମଧ୍ୟରେ ଜଣାଇଲେ ପୋଲିସ ଏହାର ତଦନ୍ତ କରି ବ୍ୟାଙ୍କ ନେଣଦେଣ ବନ୍ଦ କରିବା ପାଇଁ ପଦକ୍ଷେପ ନେବ। ଏଥିସହିତ ସାଇବର ଠକଙ୍କ ଆକାଉଣ୍ଟରୁ ଠକେଇ ଟଙ୍କା ଫେରାଇ ଅଣାଯାଇପାରିବ ବୋଲି ଜେଠଓ୍ବା କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.