ଘରେ ମଶା ହେଲେ ଅଧିକାଂଶ ମଶା ମରା କଏଲ୍, ଲିକ୍ୱିଡ୍, ହିଟ୍ ଆଦିର ସାହାଯ୍ୟ ନିଅନ୍ତି । କିନ୍ତୁ ଏସବୁରୁ ନିର୍ଗତ ବିଷାକ୍ତ ଧୂଆଁ ସ୍ବାସ୍ଥ୍ୟୋପକାରୀ ନୁହେଁ। ତେଣୁ ଆପଣ ଚାହିଁଲେ ଘରେ କେତୋଟି ଗଛ ରଖି ପାରିବେ ଯାହାକି ମଶା ଦୂର
କରିବାରେ ସାହାଯ୍ୟ କରିବ…
ତୁଳସୀ ଗଛ: ଘରେ ଘରେ ପୂଜା ପାଉଥିବା ତୁଳସୀ ଗଛରେ ଭରି ରହିଛି ଅନେକ ଔଷଧିୟ ଗୁଣ। ତେବେ ଏହାର ଆଉ ଏକ ଉପକାରୀ ଗୁଣ ହେଉଛି, ଏଥିରୁ ନିର୍ଗତ ସୁଗନ୍ଧରେ ମଶା ଦୂର ହୋଇଥାଏ। ତେଣୁ ଆପଣ ନିଜ ବାଲକୋନୀ କିମ୍ବା ଘର ବାହାରେ ତୁଳସୀ ଗଛ ଲଗାନ୍ତୁ।
ଲେମନ୍ ଗ୍ରାସ୍: ଏହା ଏକ ଲେମ୍ବୁ ସୁଗନ୍ଧଯୁକ୍ତ ବାରମାସୀ ଘାସ। ଯାହାର ମନମୋହକ ସୁଗନ୍ଧ ମୁଡ୍ଫ୍ରେସ୍ ରଖିବା ସହ ଅବସାଦ ମୁକ୍ତ ରଖିବାରେ ସାହାଯ୍ୟ କରେ। ଅପରପକ୍ଷେ ଏହାର ବାସ୍ନା ମଶା ଦୂର କରିବାରେ ବେଶ୍ କାମରେ ଆସିଥାଏ। ତେଣୁ ଆପଣ ନିଜ ବାଲ୍କୋନୀ କିମ୍ବା ଡ୍ରଇଂ ରୁମ୍ରେ କୁଣ୍ଡରେ ଲେମନ୍ଗ୍ରାସ୍ ରଖିପାରିବେ।
ରସୁଣ ଗଛ: ରସୁଣର ଗନ୍ଧ ମଶାଙ୍କୁ ଆଦୌ ଭଲ ଲାଗି ନ ଥାଏ। ତେଣୁ ବାଲକୋନୀ କିମ୍ବା ଘରେ ରସୁଣ ଗଛ ରଖନ୍ତୁ ନିଶ୍ଚେ ଉପକୃତ ହେବେ।
ଗେଣ୍ଡୁ ଫୁଲ: ଯଦିଓ ଏହି ଫୁଲ ଶୀତଦିନେ ବେଶି ଫୁଟିଥାଏ ତଥାପି ପୂଜା ହେଉ ଅବା ସାଜସଜ୍ଜା ଲାଗି ବର୍ଷ ସାରା ଏହା ମିଳିଥାଏ। ତେଣୁ ଆପଣ ଫୁଲକୁଣ୍ଡରେ ଗେଣ୍ଡୁଫୁଲ ଗଛ ଲଗାଇ ବାଲ୍କୋନୀ କିମ୍ବା ଡ୍ରଇଂରୁମରେ ରଖିଲେ ଘର ସୁନ୍ଦର ଲାଗିବା ସହ ଏଥିରୁ ବାହାରୁ ଥିବା ବାସ୍ନାରେ ମଶା ଆସି ନ ଥାନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.