ଭାରତୀୟ କ୍ରିକେଟ ଟିମ୍ର ସୁପରଷ୍ଟାର ଖେଳାଳି ହେଲେ ଯୁବରାଜ ସିଂହ। ବିଶ୍ୱକପ୍ରେ ସେ ପ୍ଲେୟାର ଅଫ୍ ଦ ଟୁର୍ନାମେଣ୍ଟ ପୁରସ୍କାର ଜିତିଥିଲେ। ତେବେ ଯୁବରାଜ ଯେତିକି ନିଜର ଖେଳ ପାଇଁ ପରିଚିତ ସେତିକି ନିଜର ଜୀବନଚର୍ଯ୍ୟା ପାଇଁ । ବହୁତ କମ୍ ଲୋକ ଜାଣନ୍ତି ଯୁବରାଜ ନିଜ ବାପା ଯୋଗରାଜ ସିଂହଙ୍କଠାରୁ ଦୂରରେ ରୁହନ୍ତି। ମୁମ୍ବାଇରେ ତାଙ୍କର ସୁନ୍ଦର ଘର ରହିଛି।
ବର୍ଲିରେ ଯୁବରାଜଙ୍କ ୧୯୭୩ ଟାଓ୍ବାର୍ସ ନାମରେ ଆପାର୍ଟମେଣ୍ଟ ରହିଛି। ଏହି ଆପାର୍ଟମେଣ୍ଟ ସି ବିଗ୍ରେ ୨୯ ମହଲାରେ ରହିଛି। ଏହି ବିଲ୍ଡିଂରେ ଅଧିନାୟକ ବିରାଟ କୋହଲିଙ୍କର ମଧ୍ୟ ଏକ ଫ୍ଲାଟ ରହିଛି। ବିରାଟ ୩୫ତମ ମହଲାରେ ରୁହନ୍ତି। ତେବେ ଯୁବରାଜ ୨୯ତମ ମହଲାକୁ ପୁରା କିଣିଛନ୍ତି। ଏହି ମହଲାରେ ଦୁଇଟି ଫ୍ଲାଟ୍ ରହିଛି। ୪୦ହଜାର ବର୍ଗଫୁଟ ଅଞ୍ଚଳରେ ଏହି ଆପାର୍ଟମେଣ୍ଟ ରହିଛି। ୨୦୧୫ରେ ୬୪ କୋଟି ଟଙ୍କାରେ ଏହାକୁ ସେ କିଣିଥିଲେ। ବିରାଟଙ୍କ ଘର ୩୦ କୋଟିର ଥିବା ବେଳେ ଦୁଇଗୁଣା ଅଧିକ ଟଙ୍କାରେ ଯୁବରାଜ ଏହାକୁ କିଣିଛନ୍ତି। ସ୍ତ୍ରୀ ହେଜଲଙ୍କ ସହ ଏଠାରେ ଯୁବରାଜ ରୁହନ୍ତି। କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବା ପରେ ସେ ଏବେ ଏଠାରେ ସମୟ କାଟୁଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.