Categories: ଖେଳ

ଯୁବିଙ୍କୁ ଭେଟିଲା ପରେ ଏମିତି କହିଥିଲେ ଷ୍ଟୁଆର୍ଟ ବ୍ରଡଙ୍କ ବାପା

ନୂଆଦିଲ୍ଲୀ,୧୧।୬ : ୨୦୦୭ ଟି୨୦ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ ଛକା ଲଗାଇଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ। ବୋଧହୁଏ ଏହା ଥିଲା ଷ୍ଟୁଆର୍ଟଙ୍କ କ୍ୟାରିୟରର ସବୁଠୁ ଖରାପ ଦିନ। ଏହି ଘଟଣା ଯୋଗୁ ବ୍ରଡଙ୍କ କ୍ୟାରିୟର ଉପରେ ଲାଗି ଯାଇଥିଲା ପ୍ରଶ୍ନବାଚୀ। ଏପରି କି ଷ୍ଟୁଆର୍ଟଙ୍କ ବାପା କ୍ରିସ ବ୍ରଡ ମଧ୍ୟ ପୁଅର କ୍ୟାରିୟରର ନେଇ ଅନିଶ୍ଚତତାରେ ଥିଲେ। ଏ ବିଷୟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ ପୂର୍ବରୁ ଯୁବରାଜଙ୍କୁ ଭେଟି କହିଥିଲେ ସିନିୟର ବ୍ରଡ। ଏ ନେଇ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଏକ ସାକ୍ଷାତ୍‌କାର ଅବସରରେ ପ୍ରକାଶ କରିଛନ୍ତି।

ମୋର ମନେ ଅଛି, ଅଷ୍ଟ୍ରେଲିଆ ବିପକ୍ଷରେ ସେମିଫାଇନାଲ ପୂର୍ବରୁ ମୋତେ ଷ୍ଟୁଆର୍ଟଙ୍କ ବାପା ଭେଟିଥିଲେ। ସେ ଉକ୍ତ ମ୍ୟାଚ୍‌ରେ ରେଫରୀ ଦାୟିତ୍ୱରେ ଥିଲେ। ‘ମୋ ପୁଅର କ୍ୟାରିୟରର ପ୍ରାୟ ନଷ୍ଟ କରିବା ପାଇଁ ତୁମକୁ ଧନ୍ୟବାଦ’ ବୋଲି କହିଥିଲେ ଖ୍ରିସ ବ୍ରଡ୍‌। ମୋର କୌଣସି ବ୍ୟକ୍ତିଗତ ଶତୃତା ନ ଥିଲା। ମୁଁ ମଧ୍ୟ ଗୋଟିଏ ଓଭରରେ ୫ ଛକା ଖାଇଛି। ମୋତେ ଜଣା ଏହା କେଉଁଭଳି ବାଧେ ବୋଲି ଏକ ସାକ୍ଷାତ୍‌କାରରେ ୨୦୦୭ ଟି୨୦ ଓ ୨୦୧୧ ବିଶ୍ୱକପ୍‌ର ହିରୋ ଯୁବରାଜ କହିଛନ୍ତି। ଏହାବାଦ୍‌ ଇଂଲଣ୍ଡ ବିପକ୍ଷ ଉକ୍ତ ମ୍ୟାଚ୍‌ରେ ପିନ୍ଧିଥିବା ଜର୍ସିକୁ ଉପହାର ସ୍ବରୂପ ବ୍ରଡଙ୍କୁ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ କ୍ରିସ।

ଉଲ୍ଲେଖଥାଉ କି, ୨୦୦୭ ବିଶ୍ୱକପ୍‌ ପୂର୍ବରୁ ଇଂଲଣ୍ଡ ଗସ୍ତ କରିଥିଲା ଟିମ୍‌ ଇଣ୍ଡିଆ। ଏକ ଦିନିକିଆ ମ୍ୟାଚ୍‌ରେ ଯୁବରାଜଙ୍କ ଓଭରରେ କ୍ରମାଗତ ୫ ଛକା ଲଗାଇଥିଲେ ଇଂଲଣ୍ଡ ଅଲରାଉଣ୍ଡର ଦିମିତ୍ରି ମାସ୍କେରେନହସ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.