ଭୁବନେଶ୍ୱର, ୫।୬ (ବ୍ୟୁରୋ): ବିଦେଶକୁ ଯାଇ ପାଠ ପଢିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। କରୋନା ମହାମାରୀ ସମୟରେ ବିଦେଶ ଯିବା ପାଇଁ ଟିକାକରଣ ବାଧ୍ୟତାମୂଳକ ଥିବାରୁ ଅନେକ ଛାତ୍ରୀଛାତ୍ରଙ୍କ ବିଦେଶରେ ପାଠ ପଢିବା ସ୍ବପ୍ନ ଭାଙ୍ଗି ଯିବାକୁ ବସିଥିଲା। ଏହାକୁ ନଜରରେ ରଖି ବିଏମ୍ସି ପକ୍ଷରୁ ଏକ ବ୍ୟବସ୍ଥା କରାଯାଇଛି। ବିଦେଶ ଯିବାକୁ ଚାହୁଁଥିବା ପିଲାମାନେ ୧୯୨୯ରେ କଲ୍ କରି ସେମାନଙ୍କ ରେଜିଷ୍ଟ୍ରେସନ କରି ପାରିବେ। ପରେ ବିଏମ୍ସି ପକ୍ଷରୁ ସେମାନଙ୍କ ଟିକାକରଣ ନେଇ ବ୍ୟବସ୍ଥା କରାଯିବ। ତେବେ ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ବୟସ ୧୮ରୁ ଉର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ। ସେହିପରି ଫରେନ୍ ୟୁନିଭରସିଟିରେ ଆଡ୍ମିଶନ ନେଇ ନିଶ୍ଚିତ ଥିବା ଛାତ୍ରୀଛାତ୍ରମାନେ ରେଜିଷ୍ଟ୍ରେସନ କରି ପାରିବେ। ଟିକାକରଣ ପାଇଁ ଯିବା ସମୟରେ ସମ୍ପୃକ୍ତ ୟୁନିଭରସିଟିର କନ୍ଫରମେସନ୍ ଲେଟର ସହ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟ ପତ୍ର ନେବାକୁ ପଡିବ। ରବିବାରଠାରୁ ୧୯୨୯ରେ ରେଜିଷ୍ଟ୍ରେସନ ଆରମ୍ଭ କରାଯିବ ବୋଲି ବିଏମ୍ସି କମିଶନର ସଞ୍ଜୟ କୁମାର ସିଂହ ସୂଚନା ଦେଇଛନ୍ତି।
ଏୟାରଲିଫ୍ଟ ହୋଇ କୋଲକାତା ଗଲେ ଭିଜିଲାନ୍ସ ନିର୍ଦ୍ଦେଶକ; କରୋନା ଆକ୍ରାନ୍ତ ପରେ ଅଛନ୍ତି ଗୁରୁତର
ଭୁବନେଶ୍ୱର,୮।୬(ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ତଥା ଆଇପିଏସ୍ ଦେବାଶିଷ ପାଣିଗ୍ରାହୀ। ମଙ୍ଗଳବାର ତାଙ୍କୁ ଏୟାରଲିଫ୍ଟ ହୋଇ ଚିକିତ୍ସା ପାଇଁ କୋଲକାତା...
ବାଡେଇ ବାଡେଇ ଥାନାରେ ଛାଡିଲେ
ଭଦ୍ରକ ଅଫିସ, ୨୦।୬: ଏଟିଏମ୍ କାର୍ଡରେ ଟଙ୍କା ଉଠାଣକୁ ନେଇ କଙ୍ଗାରୁ କୋର୍ଟ। ଜଣେ ଯୁବକଙ୍କୁ ଦଉଡ଼ିରେ ବାନ୍ଧି ମାଡ଼ ମାରି ଥାନା ପର୍ଯ୍ୟନ୍ତ ନିଆଗଲା।...
୧୮ରୁ ୪୪ ବର୍ଷୀୟଙ୍କୁ ଦ୍ୱିତୀୟ ଡୋଜ୍ ଟିକା ୮ରୁ
ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜଧାନୀରେ ୧୮ରୁ ୪୪ ବର୍ଷୀୟଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଆସନ୍ତା ୮ ତାରିଖରୁ ଏନେଇ...
କୃଷି ଯନ୍ତ୍ରପାତି ବିକ୍ରି ଆଳରେ ୩.୫କୋଟି ରିହାତି ହଡ଼ପ
ବରଗଡ଼ ଅଫିସ୍,୨୩।୬: କୃଷି ଯନ୍ତ୍ରପାତି ବିକ୍ରି ଆଳରେ ରିହାତି ତୋଷରପାତ ଭଳି ଏକ ବଡ଼ ଧରଣର ଅନିୟମିତତା କ୍ରାଇମବ୍ରାଞ୍ଚ ଆର୍ଥିକ ଅପରାଧ ଶାଖା ହାତରେ ଲାଗିଛି।...
ଟିକା ନେଲେ ହୋମ୍ ଡେଲିଭରି ବୟ, ରେଷ୍ଟୁରାଣ୍ଟ କର୍ମଚାରୀ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ବିଭିନ୍ନ ବର୍ଗର ଲୋକଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା କରି ଟିକାକରଣକୁ ତ୍ୱରାନ୍ବିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ହୋମ୍ ଡେଲିଭରି...
ଚିନ୍ତା ଘାରିଲେ ବି ପ୍ରତିକାର ଶୂନ
ନୟାଗଡ଼ ଅଫିସ,୫।୬: ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ଜଙ୍ଗଲିଆ ଅଞ୍ଚଳ ଧୀରେ ଧୀରେ ପଦା ହେଉଛି। ଜଙ୍ଗଲ ପରିମାଣ କମି ଚାଲିଥିବାବେଳେ କଂକ୍ରିଟ କୋଠାବାଡି ଓ...
ବଜାରରେ ବ୍ୟବସାୟୀଙ୍କ କୋଭିଡ୍ ପରୀକ୍ଷା
ଭୁବନେଶ୍ୱର, ୫।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ କାର୍ଯ୍ୟସ୍ଥଳରେ ବ୍ୟବସାୟୀଙ୍କ କୋଭିଡ୍ ପରୀକ୍ଷଣ ଆରମ୍ଭ ହୋଇଛି। ଶୁକ୍ରବାର ନର୍ଥ ଜୋନ୍ ଅନ୍ତର୍ଗତ ନୀଳାଦ୍ରିବିହାର ତାରିଣୀ...
କମୁଛିି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୩୯ ଜୀବନ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ହେଲେ ଗତ ୨୪ ଘଣ୍ଟାରେ...


