ଭୁବନେଶ୍ୱର, ୫।୬ (ବ୍ୟୁରୋ): ବିଦେଶକୁ ଯାଇ ପାଠ ପଢିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। କରୋନା ମହାମାରୀ ସମୟରେ ବିଦେଶ ଯିବା ପାଇଁ ଟିକାକରଣ ବାଧ୍ୟତାମୂଳକ ଥିବାରୁ ଅନେକ ଛାତ୍ରୀଛାତ୍ରଙ୍କ ବିଦେଶରେ ପାଠ ପଢିବା ସ୍ବପ୍ନ ଭାଙ୍ଗି ଯିବାକୁ ବସିଥିଲା। ଏହାକୁ ନଜରରେ ରଖି ବିଏମ୍ସି ପକ୍ଷରୁ ଏକ ବ୍ୟବସ୍ଥା କରାଯାଇଛି। ବିଦେଶ ଯିବାକୁ ଚାହୁଁଥିବା ପିଲାମାନେ ୧୯୨୯ରେ କଲ୍ କରି ସେମାନଙ୍କ ରେଜିଷ୍ଟ୍ରେସନ କରି ପାରିବେ। ପରେ ବିଏମ୍ସି ପକ୍ଷରୁ ସେମାନଙ୍କ ଟିକାକରଣ ନେଇ ବ୍ୟବସ୍ଥା କରାଯିବ। ତେବେ ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ବୟସ ୧୮ରୁ ଉର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ। ସେହିପରି ଫରେନ୍ ୟୁନିଭରସିଟିରେ ଆଡ୍ମିଶନ ନେଇ ନିଶ୍ଚିତ ଥିବା ଛାତ୍ରୀଛାତ୍ରମାନେ ରେଜିଷ୍ଟ୍ରେସନ କରି ପାରିବେ। ଟିକାକରଣ ପାଇଁ ଯିବା ସମୟରେ ସମ୍ପୃକ୍ତ ୟୁନିଭରସିଟିର କନ୍ଫରମେସନ୍ ଲେଟର ସହ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟ ପତ୍ର ନେବାକୁ ପଡିବ। ରବିବାରଠାରୁ ୧୯୨୯ରେ ରେଜିଷ୍ଟ୍ରେସନ ଆରମ୍ଭ କରାଯିବ ବୋଲି ବିଏମ୍ସି କମିଶନର ସଞ୍ଜୟ କୁମାର ସିଂହ ସୂଚନା ଦେଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.