ସୁବର୍ଣ୍ଣପୁର ରିଂ ରୋଡ୍‌ ନିର୍ମାଣ କାର୍ଯ୍ୟ ବିଳମ୍ବିତ

ସୋନପୁର,୨୬।୬(ନି.ପ୍ର.) – ସୁବର୍ଣ୍ଣପୁର ରିଂ ରୋଡ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେଉଛି। ପାଣ୍ଠି ଥାଇ ମଧ୍ୟ କାମର ଅଗ୍ରଗତି ହେଉନି। ଏହି ପ୍ରକଳ୍ପ କାର୍ଯ୍ୟ କେବେ ସରିବ, ସେ ଉତ୍ତର କାହାରି ପାଖରେ ନାହିଁ। ରିଂ ରୋଡ୍‌ର ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌। ମିସିଂ ଲିଙ୍କ କୁମ୍ଭାରପଡାରୁ ଦଶମତି ଘାଟ ୧୨୫୦ ମିଟର ଲମ୍ବ ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ ହେବାର ଯୋଜନା ଅଛି। ମହାନଦୀ ପାର୍ଶ୍ୱରେ କଂକ୍ରିଟ୍‌ ରିଟେନିଂ ଓ୍ବାଲ୍‌ ନିର୍ମାଣ କରାଯିବ। ଏଥିପାଇଁ ୫୬ କୋଟି ୯ ଲକ୍ଷ ୮୩ ହଜାର ଟଙ୍କାର ଟେଣ୍ଡର ହୋଇଛି। କିନ୍ତୁ କାମ ଆରମ୍ଭ ହୋଇ ପାରୁନି। ଗତ ଜାନୁୟାରୀ ମାସରେ ବ୍ରିଜ୍‌ ପାଇଁ ନିର୍ମାଣ ହେବାକୁ ଥିବା ୪୫ଟି ପିଅର ପଏଣ୍ଟରେ ମାଟି ପରୀକ୍ଷା ହୋଇଥିଲା। ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ନିର୍ମାଣ ସ୍ଥଳ ଅନୁଧ୍ୟାନ କରି ଆହୁରି ଗଭୀରରୁ ମାଟି ପରୀକ୍ଷା ପାଇଁ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ପୁଣି ପିଅର ପଏଣ୍ଟରେ ମାଟି ଖୋଳା ହେଲା। ତାପରଠାରୁ ୪ ମାସ ହେଲା କାମ ବନ୍ଦ ରହିଛି। ସୋନପୁର ବିଧାୟକ ତଥା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍‌ କରିଥିଲେ ହେଁ କାର୍ଯ୍ୟ ଆରମ୍ଭ ହୋଇପାରୁନି। ଏହି ଐତିହାସିକ ପ୍ରାଚୀନ ସହରର ତିନି ପାର୍ଶ୍ୱକୁ ଘେରି ରହିଛି ମହାନଦୀ ଓ ତେଲନଦୀ। ବର୍ଷା ଋତୁରେ ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ନଦୀବନ୍ଧ ତଥା ରିଂ ରୋଡ ନିର୍ମାଣ ସକାଶେ ମହାରାଜା ବୀରମିତ୍ରୋଦୟ ସିଂହଦେବ ସଙ୍କଳ୍ପ ନେଇଥିଲେ। ଉଭୟ ନଦୀରେ ପଥର ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ତାହା ସମ୍ପୂର୍ଣ୍ଣ ହୋଇ ପାରି ନ ଥିଲା। ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ଟ୍ରାଫିକ୍‌ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରିଂ ରୋଡ
ନିର୍ମାଣ ପାଇଁ ବିଧିବଦ୍ଧ ନିଷ୍ପତ୍ତି ନେଇଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.