ବାସୁଦେବପୁର,୨୬ା୬(ଡି.ଏନ୍.ଏ.): ଦୀର୍ଘ ୫ ବର୍ଷ ଧରି ଦରମା ମିଳି ନ ଥିବାରୁ ଜଳ ସେଚନ ବିଭାଗର ଜଣେ ଠିକା କର୍ମଚାରୀ ଶନିବାର ଆତ୍ମାହୂତି ଉଦ୍ୟମ କରିଛନ୍ତି। ସେ ଦେହରେ କିରୋସିନି ଢାଳି ଥିବା ବେଳେ ପୋଲିସ ତାଙ୍କୁ କାବୁ କରିନେଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁରେ। ସମ୍ପୃକ୍ତ ବ୍ୟକ୍ତି ହେଲେ ଠିକା କର୍ମଚାରୀଙ୍କ ଦିବାକର ଦାସ। ଦିବାକର ବାସୁଦେବପୁରସ୍ଥିତ ଜଳ ସେଚନ ଉପବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରନ୍ତି। ୧୯୮୩ ମସିହାରେ ସେ ଚାକିରିରେ ଯୋଗ ଦେଇଥଲେ। ୧୯୮୯ରେ ତାଙ୍କୁ ଛଟେଇ କରି ଦିଆଯାଇଥିଲା। ଏହା ବିରୋଧରେ ସେ କୋର୍ଟଙ୍କ ଆଶ୍ରୟ ନେଇଥିଲେ। ଏହା ପରେ ୨୦୧୬ ରେ ତାଙ୍କୁ ପୁନଃନିଯୁକ୍ତି ମିଳିଥିଲା। କିନ୍ତୁ ସେହି ଦିନଠାରୁ ସେ ଦରମା ପାଇନାହାନ୍ତି। ତେବେ ପୂର୍ବରୁ ଅନେକ ଥର ଅନଶନରେ ବସିଥିଲେ ମଧ୍ୟ କିଛି ଲାଭ ହୋଇ ନଥିଲା। ନିରାଶ ହେବା ପରେ ଶେଷରେ ସେ ବାସୁଦେବପୁରସ୍ଥିତ ଜଳ ସେଚନ ଉପବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କରିଥିଲେ। ସେ ଦେହରେ କିରୋସିନି ଢାଳି ଦେଇଥିଲେ। ତେବେ ନିଆଁ ଲଗାଇବା ପୂର୍ବରୁ ପୁଲିସ ତାଙ୍କୁ କାବୁ କରି ନେଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.