ଲଣ୍ଡନ,୬।୬: ଜୁନ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନ୍ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି) ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ ଭାରତୀୟ ଦଳ ଜୁନ ୩ରେ ସାଉଥମ୍ପଟନରେ ପହଞ୍ଚିଛି। ତେବେ ସମସ୍ତ ଖେଳାଳିଙ୍କୁ ଏବେ କ୍ୱାରାଣ୍ଟାଇନ୍ ରଖାଯାଇଛି। ବିଶେଷ କଥା ହେଉଛି ଏହି କ୍ରିକେଟରଙ୍କ ବ୍ୟତୀତ ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ମଧ୍ୟ ସାଉଥମ୍ପଟନରେ ପହଞ୍ଚିଛନ୍ତି, କିନ୍ତୁ ଏଥର ସେ ମ୍ୟାଚ ଖେଳିବା ପରିବର୍ତ୍ତେ ନୂତନ ଭୂମିକାରେ ନଜର ଆସିବେ।
ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରୁ ଦୀନେଶ କାର୍ତ୍ତିକ କ୍ରିକେଟ୍ ଭାଷ୍ୟକାର ଜଗତରେ ପାଦ ଦେବାକୁ ଯାଉଛନ୍ତି। ସେ ଭାରତର ପୂର୍ବତନ ଅଧିନାୟକ, ସମୀକ୍ଷକ ସୁନୀଲ ଗାଭାସ୍କରଙ୍କ ସହ ଡବ୍ଲୁଟିଏସି ଫାଇନାଲ ମ୍ୟାଚ ସମୟରେ ଭାଷ୍ୟକାର ଦାୟିତ୍ୱ ତୁଲାଇବେ। ସୁନୀଲ ଗାଭାସ୍କର ତାଙ୍କୁ ଭାଷ୍ୟକର ଡେବ୍ୟୁ ପାଇଁ ଅଭିନନ୍ଦନ ଜଣାଇଛନ୍ତି। କାର୍ତ୍ତିକଙ୍କ ସହ ନିଜର ଏକ ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରି ଗାଭାସ୍କର ଲେଖିଛନ୍ତି, ଯେତେବେଳେ ମୁଁ ଭାରତୀୟ କ୍ରିକେଟ ଦଳର ପରାମର୍ଶଦାତା ଥିଲି, ସେତେବେଳେ ସେ ଟେଷ୍ଟ ଡେବ୍ୟୁ କରିଥିଲେ। ଏବେ ସେ ଡବ୍ଲ୍ୟୁଟିସି ଫାଇନାଲ ମାଧ୍ୟମରେ ଭାଷ୍ୟକାର ଜଗତରେ ପ୍ରବେଶ କରିବେ। ମୁଁ ନିଶ୍ଚିତ ଯେ ସେ ମଧ୍ୟ ଏଠାରେ ଭଲ ପ୍ରଦର୍ଶନ କରିବେ। ଶୁଭେଚ୍ଛା ଡିକେ।
ସୂଚନାଯୋଗ୍ୟ,ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦୁଇ ଜଣ ଭାରତୀୟ ଏବଂ ନ୍ୟୁଜିଲାଣ୍ଡର ସମୀକ୍ଷକଙ୍କୁ ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଏହାର ଭାଷ୍ୟକାର ପ୍ୟାନେଲରେ ଅନ୍ତର୍ଭୁକ୍ତ କରିଛି। ନିରପେକ୍ଷ ସମୀକ୍ଷକ ଭାବରେ ଇଂଲଣ୍ଡର ନାସିର୍ ହୁସେନ ଏବଂ ମାଇକେଲ ଆର୍ଥଟନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.