ନୂଆଦିଲ୍ଲୀ,୨୦।୬: ୧୯୮୪ରେ କପିଲ ଦେବ ଏବଂ ସନ୍ଦିପ ପାଟିଲ ଫର୍ମରେ ଥିବା ସତ୍ତ୍ୱେ ଉଭୟଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ରୁ ବାହାର କରିଦିଆଯାଇଥିଲା। ସେତେବେଳେ ଏହାକୁ କେହି ଗ୍ରହଣ କରିପାରି ନ ଥିଲେ। ଉଭୟ ବ୍ୟାଟ୍ସମ୍ୟାନ୍ ଇଂଲଣ୍ଡ ବିପକ୍ଷରେ ଦିଲ୍ଲୀ କୋଟଲା ପଡିଆରେ ଖରାପ ବ୍ୟାଟିଂ କରି ଉଇକେଟ ହରାଇଥିଲେ। ଫଳରେ ଡ୍ର ହେବାକୁ ଯାଉଥିବା ମ୍ୟାଚ୍ରେ ସହଜ ବିଜୟ ହାସଲ କରିଥିଲେ ଇଂଲଣ୍ଡ ଟିମ୍। କପିଲଙ୍କ ଏଭଳି ଖେଳକୁ ନେଇ ସୁନିଲ ଗାଭାସ୍କର ଖପ୍ପା ହୋଇଥିଲେ। ଏହାର ପରିଣାମସ୍ବରୂପ ଚୟନକର୍ତ୍ତାମାନେ କୋଲକାତା ଟେଷ୍ଟ ମ୍ୟାଚ୍ରୁ ଉଭୟ ବ୍ୟାଟ୍ସମ୍ୟାନ୍ଙ୍କୁ ବାହାର କରିଦେବାକୁ ନିଷ୍ପତ୍ତି ନେଇଥିଲେ।
କଥିତ ଭାବେ ଗାଭାସ୍କରଙ୍କ ଯୋଗୁ କପିଲ ଦଳରୁ ବାହାରିଥିବା ନେଇ କହିଥିଲେ। ହେଲେ ଏହାକୁ ଲିଟିଲ୍ ମାଷ୍ଟର ପ୍ରତ୍ୟାଖ୍ୟାନ କରିଥିଲେ। ତାଙ୍କର ଏଥିରେ କୌଣସି ଭୂମିକା ନାହିଁ ବୋଲି କହିଥିଲେ। ଅପରପକ୍ଷେ ମ୍ୟାଚ୍ ସମୟରେ ଦର୍ଶକ ମଧ୍ୟ ନିରାଶ ହୋଇଥିଲେ। ଏପରିକି କେହି କେହି ‘ନୋ କପିଲ, ନୋ ଟେଷ୍ଟ’ ବୋଲି କହିଥିଲେ। ଗାଭାସ୍କରଙ୍କ ଉପରେ କେହି କେହି ଫଳ ଓ ପନିପରିବା ଫିଙ୍ଗିବା ଆରମ୍ଭ କରିଥିଲେ। ଦର୍ଶକଙ୍କ ଏହି ବ୍ୟବହାରକୁ ନେଇ ଗାଭାସ୍କର କେବେ ହେଲେ ଇଡେନ୍ ଗାଡେନ୍ସରେ ଖେଳିବେ ନାହିଁ ବୋଲି ଶପଥ ନେଇଥିଲେ।
ସେତେବେଳ ସମୟରେ ଗାଭାସ୍କର-କପିଲ ଦେବଙ୍କ ମଧ୍ୟରେ ତିକ୍ତତାର ସମାଧାନ ପାଇଁ ବିସିସିଆଇ ଚେଷ୍ଟା କରିଥିଲା। କୌଣସି ଅଧିନାୟକ ଏତେ ବି ମୁର୍ଖ ନୁହେଁ କି ଟିମ୍ର ଶ୍ରେଷ୍ଠ ଅଲରାଉଣ୍ଡରକୁ ବାହାର କରିବ ବୋଲି ସେ କହିଥିଲେ। କପିଲଙ୍କୁ ଯେଉଁ ଚୟନକର୍ତ୍ତା ଚାହୁଁ ନ ଥିଲେ ତାଙ୍କ ନାମ ଖୁଲାସା କରିବେ ବୋଲି ମଧ୍ୟ ସେ ଧମକ ଦେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.