ନୂଆଦିଲ୍ଲୀ,୨୫।୬: ଆଗାମୀ ଟି୨୦ ବିଶ୍ୱକପ୍ ଭାରତରେ ହେବ ନାହିଁ। ୧୬ ଦଳକୁ ନେଇ ଖେଳାଯିବାକୁ ଥିବା ଇଭେଣ୍ଟ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ଖେଳାଯିବ। ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ମଧ୍ୟରେ ଏହି ବିଶ୍ୱକପ୍ ଖେଳାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି। ୟୁଏଇକୁ ଇଭେଣ୍ଟ ସ୍ଥାନାନ୍ତର ହେଲା ପରେ ମଧ୍ୟ ବିସିସିଆଇ ପାଖରେ ରହିବ ଆୟୋଜନ ଅଧିକାର। ତେବେ ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ।
କୌତୁହଳର କଥା ହେଲା, ସେପ୍ଟେମ୍ବର ୧୯ରୁ ଆରମ୍ଭ ୟୁଏଇରେ ହେବାକୁ ଥିବା ଆଇପିଏଲ-୧୪ର ଅବଶିଷ୍ଟାଂଶ ମ୍ୟାଚ୍ ଅକ୍ଟୋବର ୧୫ ତାରିଖରେ ଶେଷ ହେବ। ଅର୍ଥାତ ଏହାର ଦୁଇ ଦିନ ପରେ ଆରମ୍ଭ ହେବ ବିଶ୍ୱକପ୍।
ଉଲ୍ଲେଖଯୋଗ୍ୟ, ଟି୨୦ ବିଶ୍ୱକପ୍ର ୬ଷ୍ଠ ସଂସ୍କରଣ ଭାରତରେ ହୋଇପାରିବ ନା ନାହିଁ ସ୍ପଷ୍ଟ ଭାବେ ଜଣାଇବା ଲାଗି ଚଳିତ ମାସ ୧ ତାରିଖରେ ବିସିସିଆଇକୁ ଏକ ମାସ ସମୟ ଦେଇଥିଲା ଆଇସିସି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.