କୋଭିଡ୍-୧୯ ମହାମାରୀ ଦେଶରେ ଅନେକ ପିଲାଙ୍କୁ ଅନାଥ କରିଛି। ଏହି ସଂଖ୍ୟା ପ୍ରତ୍ୟେକ ଦିନ ବଢ଼ିବାରେ ଲାଗିଛି। ଜୁନ୍ ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟଙ୍କୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍ସିପିସିଆର୍)ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ବାପା, ମା’ କିମ୍ବା ଉଭୟଙ୍କୁ କୋଭିଡ୍ ଓ ଅଣ କୋଭିଡ୍ ରୋଗରେ ହରାଇ ଅନାଥ ହୋଇଥିତ୍ତ୍ବା ଶିଶୁଙ୍କ ସଂଖ୍ୟା ୩୦,୦୭୧। ମହାରାଷ୍ଟ୍ରରେ ସର୍ବାଧିକ ୭,୦୮୪ ପିଲା ଅନାଥ ହୋଇଥିବା ବେଳେ ତେଲଙ୍ଗାନା, ତାମିଲନାଡୁ, କେରଳ, କର୍ନାଟକ, ଗୁଜରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରେ ଏମାନଙ୍କ ସଂଖ୍ୟା ମଧ୍ୟ ଅଧିକ। ତେବେ ବିଭିନ୍ନ ରାଜ୍ୟରେ କୋଭିଡ୍ଜନିତ ମୃତକଙ୍କ ସଂଖ୍ୟାର ପୁନଃ ଆକଳନ କରାଯାଉଥିବା ହେତୁ ଅନାଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହି ପିଲାଙ୍କ ପାଇଁ କେନ୍ଦ୍ର କେଉଁ ପ୍ରକାର କଲ୍ୟାଣକାରୀ ଯୋଜନା କରିଛି ସେ ସମ୍ପର୍କରେ ଜାଣିବା ପାଇଁ ସୁପ୍ରିମକୋର୍ଟ ଇଚ୍ଛାପ୍ରକାଶ କରିଥିଲେ। ଏହାପରେ ଓଡ଼ିଶା ସମେତ କେତେକ ରାଜ୍ୟ ସରକାର ସ୍ବାଧୀନ ଭାବେ, ଏହି ପିଲାଙ୍କ ପାଇଁ ନିଜସ୍ବ ଯୋଜନା ଘୋଷଣା କଲେଣି। ୨୦୧୮ରେ ୟୁନିସେଫ୍ ତଥ୍ୟରେ ବିଭିନ୍ନ କାରଣରୁ ଅନାଥଙ୍କ ସଂଖ୍ୟା ପାଖାପାଖି ୩ କୋଟି ରହିଥିତ୍ଲା। କୋଭିଡ୍ ମହାମାରୀ ଏହାକୁ ବଢ଼ାଇ ଦେଇଛି। ମହାମାରୀରେ ଅନାଥଙ୍କ ପାଇଁ ଏବେ ଯେଉଁ କଲ୍ୟାଣକାରୀ ଯୋଜନା କରାଯାଇଛିି ତାହା ସ୍ବାଗତଯୋଗ୍ୟ, କିନ୍ତୁ ଏମାନଙ୍କ ବ୍ୟତୀତ ଜମ୍ମୁ-କଶ୍ମୀର, ଆସାମ, ନାଗାଲାଣ୍ଡ, ମଣିିପୁର ଆଦି ରାଜ୍ୟରେ ଅସ୍ବାଭାବିକ ପରିସ୍ଥିତି ଉପୁଜୁଥିବା ଯୋଗୁ ଅନେକ ପିଲା ଅନାଥ ହେବା ଶୁଣାଯାଉଛି। ୧୮ ବର୍ଷରୁ କମ୍ ଅନାଥ ପିଲାଙ୍କର ଏକ ସ୍ବତନ୍ତ୍ର ଗଣନା କରାଯିବା ସହ ସରକାରୀ ଏବଂ ସାମାଜିକ ଦୃଷ୍ଟି ପଡ଼ିବାର ଆବଶ୍ୟକତା ରହିଛି। କାରଣ ୩ କୋଟିରୁ ଊର୍ଦ୍ଧ୍ୱ ପିଲାଙ୍କୁ ଯଦି ଭାରତର ସମାଜ ସମ୍ପୂର୍ଣ୍ଣ ଭୁଲିଯାଏ, ତେବେ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହେବା ସହିତ ଦେଶରେ ସାମାଜିକ ବିଶୃଙ୍ଖଳା ବୃଦ୍ଧି ପାଇବାର ଆଶଙ୍କା ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.