ନୂଆଦିଲ୍ଲୀ,୨୬।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ କରାଯାଉଛି। ଏପରିସ୍ଥଳେ ଏମ୍ସ୍ ପକ୍ଷରୁ କୁହାଯାଇଛି ଯେ, ୨ ପ୍ରକାର ଭାକ୍ସିନ୍ ନେଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। ତେବେ ଭାକ୍ସିନ୍ ମିକ୍ସିଂ ପୂର୍ବରୁ ଏସମ୍ପର୍କରେ ଅଧିକ ପରୀକ୍ଷା ନିରୀକ୍ଷା କରାଯିବାର ଆବଶ୍ୟକତା ରହିଛି ବୋଲି ଏମ୍ସ୍ର ନିର୍ଦ୍ଦେଶକ ଡ. ରଣଦୀପ୍ ଗୁଲେରିଆ ଶନିବାର ସୂଚନା ଦେଇଛନ୍ତି। ଭାକ୍ସିନ୍ ମିକ୍ସିଂ ଡେଲ୍ଟା ଏବଂ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ବିରୋଧରେ ନିଶ୍ଚିତ ଭାବେ ପ୍ରଭାବଶାଳୀ ସାବ୍ୟସ୍ତ ହେବାର ଆଶା ରହିଛି। ମାତ୍ର ଏନେଇ ଅଧିକ ତଥ୍ୟ ଜରୁରୀ। ପୃଥିବୀର କେତେକ ଦେଶରେ ଏନେଇ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ଏନେଇ ବିଟ୍ରେନ୍ରେ ହୋଇଥିବା ଭାକ୍ସିନ୍ ମିକ୍ସିଂ ପରୀକ୍ଷାର ରିପୋର୍ଟ ଲାନସେଟ୍ ପତ୍ରିକାରେ ପ୍ରକାଶ ପାଇଥିଲା। ଲୋକଙ୍କୁ ପ୍ରଥମ ଡୋଜ୍ କୋଭିଶିଲ୍ଡ ଦିଆଯିବା ପରେ ଦ୍ୱିତୀୟ ଡୋଜ୍ ଫାଇଜର ଦିଆଯାଇଥିଲା। ଲୋକଙ୍କଠାରେ କେତେକ ସାଧାରଣ ପାର୍ଶ୍ୱପ୍ରତିକ୍ରିୟା ଦୃଷ୍ଟି ଗୋଚର ହୋଇଥିଲା। ତେବେ ଏହାର ଚୂଡ଼ାନ୍ତ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ପ୍ରକାଶ ପାଇ ନାହିଁ। ସେହିପରି ପୂର୍ବରୁ ସ୍ପେନ୍ରେ ହୋଇଥିବା ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ, ସମାନ ଭାକ୍ସିନ୍ ଡୋଜ୍ ନେବା ସୁରକ୍ଷିତ ଏବଂ ପ୍ରଭାବଶାଳୀ। ଭାକ୍ସିନ୍ ମିକ୍ସିଂ ନେଇ ପରୀକ୍ଷା ନିରୀକ୍ଷା ଜାରି ରହିଛି। ଏହାର ସମ୍ପୂର୍ଣ୍ଣ ସଫଳତା ରିପୋର୍ଟ ଆସିବା ପରେ ହିଁ ଏସମ୍ପର୍କିତ ପଦକ୍ଷେପ ଗ୍ରହଣ କରାଯିବାର ସମ୍ଭାବନା ରହିଥିବା ସେ ଗୁଲେରିଆ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.