ନୂଆଦିଲ୍ଲୀ,୧୮ା୬:ଗଣମାଧ୍ୟମର ସ୍ବାଧୀନତା ପାଇଁ ଲଢ଼ୁଥିବା ରିପୋଟର୍ସ ଓ୍ବିଦାଉଟ୍ ବର୍ଡର୍ସ (ଆର୍ଏସ୍ଏଫ୍) ମତରେ ବିଶ୍ୱ ପ୍ରେସ୍ ଫ୍ରିଡମ୍ ସୂଚକାଙ୍କରେ ୧୮୦ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୪୨। ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ସଂଖ୍ୟାଲଘୁ ବୃଦ୍ଧଙ୍କ ଉପରେ ଆକ୍ରମଣର ରିପୋର୍ଟିଂ କରିଥିବା ଖବରଦାତାମାନଙ୍କ ବିରୋଧରେ ମାମଲା ରୁଜୁ ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗକୁ ଆର୍ଏସ୍ଏଫ୍ ବର୍ତ୍ତମାନ ଉଠାଇଛି। ଟୁଇଟର, ଫେସ୍ବୁକ୍ ସମେତ ତମାମ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏବେ କେନ୍ଦ୍ର ଏବଂ ୟୁପି ସରକାରଙ୍କ ଟାର୍ଗେଟରେ। ତେଣୁ କେନ୍ଦ୍ରର ନୂଆ ଆଇଟି ଗାଇଡ୍ଲାଇନ୍କୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।
କେନ୍ଦ୍ର ସରକାର ଟୁଇଟରକୁ ବ୍ୟାନ୍ କରିବା ସପକ୍ଷରେ ନାହାନ୍ତି। କିନ୍ତୁ ଏହି ସୋସିଆଲ ନେଟ୍ଓ୍ବର୍କିଂ ସାଇଟ୍କୁ ଭାରତୀୟ ଆଇନକୁ ମାନିବାକୁ ପଡ଼ିବ ବୋଲି ଗୁରୁବାର କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।
ଟୁଇଟର ଉପରେ କେନ୍ଦ୍ର ପକ୍ଷରୁ ଲଗାଯାଇଥିବା କଟକଣାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ଏହାର ଜବାବରେ ରବିଶଙ୍କର ଏକାଧିକ ଟୁଇଟ୍ କରି କହିଛନ୍ତି, କେନ୍ଦ୍ର ସରକାର କୌଣସି ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଉପରେ କଟକଣା ଜାରି କରିବାକୁ ଚାହୁଁନାହାନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଟୁଇଟରରେ ଅଛନ୍ତି। ଏହା ସରକାରଙ୍କ ନିରପେକ୍ଷତାକୁ ଦର୍ଶାଉଛି। କିନ୍ତୁ ଟୁଇଟର ନିକଟରେ ଆଇନ ନ ମାନି ମଧ୍ୟସ୍ଥ ସଂସ୍ଥା ହେବାର ଷ୍ଟାଟସ୍ ହରାଇଦେଇଛି।
ଅନ୍ୟପକ୍ଷେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ସବୁକିଛି ଉପରେ ନିୟନ୍ତ୍ରଣ ଚାହାନ୍ତି। ଏଥିରେ ବିଫଳ ହେଲେ ଚାପ ପକାଇ ଆୟତ୍ତ ଉଦ୍ୟମ କରିଥାଆନ୍ତି, ଯାହାକି ଟୁଇଟର କ୍ଷେତ୍ରରେ ଦେଖିବାକୁ ମିଳିଛି। ଟୁଇଟର ନିୟନ୍ତ୍ରଣ ଉଦ୍ୟମ ଫେଲ୍ ମାରିବା ପରେ କେନ୍ଦ୍ର ଏହି ପ୍ଲାଟଫର୍ମକୁ ଚପାଇଦେବା ପାଇଁ ପ୍ରୟାସ କରୁଛି। ତାଙ୍କ ସରକାର ସହ ମଧ୍ୟ କେନ୍ଦ୍ର ଏପରି ବ୍ୟବହାର ଦେଖାଇଥିଲା, ଯାହାକି ନିନ୍ଦନୀୟ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମାଲୋଚନା କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.