Categories: ଖେଳ

ଟିମ୍‌ ଇଣ୍ଡିଆର ୩ ବ୍ୟାଟ୍ସ୍‌ମ୍ୟାନ୍‌ ଆଇସିସିର ଟପ୍‌ ୧୦ରେ…

ନୂଆଦିଲ୍ଲୀ,୧୦।୬: ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିୟନଶିପ୍‌ରେ ଭାରତ ନ୍ୟୁଜିଲାଣ୍ଡ୍‌ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର ଆସିଛି। ଆଇସିସି ପକ୍ଷରୁ ଟେଷ୍ଟ୍‌ ର଼୍ୟାଙ୍କିଙ୍ଗ୍‌ ଜାରି କରାଯାଇଛି। ଏହି ତାଲିକାରେ ଟପ୍‌ ୧୦ ବ୍ୟାଟ୍ସ୍‌ ମ୍ୟାନ୍‌ଙ୍କ ମଧ୍ୟରେ ଟିମ୍‌ ଇଣ୍ଡିଆର ୩ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି, ରିଶଭ୍‌ ପନ୍ତ ଏବଂ ରୋହିତ ଶର୍ମା। ସେହିପରି ଟପ୍‌ ୧୦ ବୋଲରଙ୍କ ମଧ୍ୟରେ ଟିମ୍‌ ଇଣ୍ଡିଆର ରବିଚନ୍ଦ୍ରନ ଅଶ୍ୱିନ ସ୍ଥାନ ପାଇଛନ୍ତି। ତାଲିକାରେ ନ୍ୟୁଜିଲାଣ୍ଡ୍‌ର ଅଧିନାୟକ କେନ୍‌ ଓ୍ବିଲମ୍‌ସନ୍‌ ୮୯୫ ରେଟିଂ ଅଙ୍କ ସହିତ ଶୀର୍ଷରେ ରହିଛନ୍ତି। ବିରାଟ କୋହଲି ୮୧୪ ରେଟିଂ ଅଙ୍କ ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି। ରିଶଭ୍‌ ପନ୍ତ ୭୪୭ ରେଟିଂ ଅଙ୍କ ସହିତ ତାଲିକାର ଷଷ୍ଠ ସ୍ଥାନରେ ଅଛନ୍ତି। ଅପରପକ୍ଷରେ ରୋହିତ ଶର୍ମା ଅଷ୍ଟମରେ ରହିଛନ୍ତି।

ସେହିପରି ଟପ୍‌ ୧୦ ବୋଲରଙ୍କ ତାଲିକାରେ ୮୫୦ ରେଟିଂ ଅଙ୍କ ସହିତ ଟିମ୍‌ ଇଣ୍ଡିଆର ରବିଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଅଷ୍ଟ୍ରେଲିଆର ପେସ୍‌ ବୋଲର ପେଟ୍‌ କମିନ୍ସ୍‌ ୯୦୮ ରେଟିଂ ଅଙ୍କ ସହିତ ଶୀର୍ଷରେ ରହିଛନ୍ତି।

ଅଲ୍‌ରାଉଣ୍ଡର ର଼୍ୟାଙ୍କିଙ୍ଗ୍‌ରେ ଟପ୍‌ ୧୦ ମଧ୍ୟରେ ଟିମ୍‌ ଇଣ୍ଡିଆର ରବୀନ୍ଦ୍ର ଜାଡ଼େଜା ୩୮୬ ଅଙ୍କ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ରବିଚନ୍ଦ୍ରନ ଅଶ୍ୱିନ ୩୫୩ ଅଙ୍କ ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି। ସୂଚନାଯୋଗ୍ୟ, ଜୁନ୍‌ ୧୮ରୁ ଭାରତ ନ୍ୟୁଜିଲାଣ୍ଡ୍‌ ମ୍ୟାଚ୍‌ ଆରମ୍ଭ ହେବ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.