ମୁମ୍ବାଇ,୧୫।୬: ଟଲିଉଡର ଜଣାଶୁଣା ଅଭିନେତ୍ରୀ ନାଇରା ଶାହ ମୁମ୍ବାଇର ଏକ ୫ ତାରକା ହୋଟେଲରେ ଚରସ ନେଉଥିବାବେଳେ ଧରାପଡ଼ିଥିଲେ। ଏଥି ନେଇ ତାଙ୍କୁ ଓ ତାଙ୍କର ଜଣେ ବନ୍ଧୁ ଆଶିକ ସାଜିଦ ହୁସେନଙ୍କୁ ନାର୍କୋଟିକ ଡ୍ରଗ୍ସ ଓ ସାଇକୋଟ୍ରୋପିକ୍ ମାମଲାରେ ମୁମ୍ବାଇ ପୋଲିସ ଗିରଫ କରିଥିଲା। ବାନ୍ଦ୍ରା କୋର୍ଟରୁ ତାଙ୍କୁ ଜାମିନ ମିଳିବା ପରେ ଟଲିଉଡ୍ ଆକ୍ଟ୍ରେସଙ୍କୁ ପୋଲିସ ଛାଡ଼ିଥିବା ସୂଚନା ମିଳିଛି।
ମିଳିଥିବା ରିପୋର୍ଟ ମୁତାବକ, ମୁମ୍ବାଇ ପୋଲିସର ଚଢ଼ାଉବେଳେ ନାଇରା ଓ ତାଙ୍କ ବନ୍ଧୁ ଡ୍ରଗ୍ସ ନେଉଥିଲେ। ତେବେ ରବିବାର ମୁମ୍ବାଇ ଉକ୍ତ ହୋଟେଲରେ ଜନ୍ମଦିନ ପାଳନ କରୁଥିଲେ ଏହି ଅଭିନେତ୍ରୀ। ହୋଟେଲ କର୍ମଚାରୀଙ୍କ ଠାରୁ ଅଭିଯୋଗ ମିଳିବା ପରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ସେମାନଙ୍କ ପାଖରୁ ମିଳିଥିଲା ରୋଲଡ୍ ସିଗରେଟ। ତାଙ୍କର ମେଡିକାଲ ଟେଷ୍ଟ ମଧ୍ୟ କରାଯାଇଥିଲା, ଯାହାର ରିପୋର୍ଟରେ ନାଇରା ଅଧିକ ମାତ୍ରରେ ଡ୍ରଗ୍ସ ସେବନ କରିଥିବା ଜଣାପଡ଼ିଥିଲା। ଏଣୁ ନିକଟ ଭବିଷ୍ୟତରେ ତାଙ୍କୁ ଏଥିନେଇ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ, ନାଇରାଙ୍କୁ ଚଳିତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ଟ୍ରିପଲରେ ‘ଇ’ରେ ଦେଖିବାକୁ ମିଳିଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.