Categories: ଖେଳ

ପିଏସଏଲରେ ମୁହାଁମୁହିଁ ହେଲେ ଦୁଇ ପାକିସ୍ତାନ ଖେଳାଳି

ଆବୁଧାବି,୧୬।୬: ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ରେ ମଙ୍ଗଳବାର କୁଏଟା ଗ୍ଲାଡିଏଟର୍ସ ଓ ଲାହୋର କ୍ୱାଲାଣ୍ଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ପାକିସ୍ତାନର ଦୁଇ ଖେଳାଳି। ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦ ଓ ସ୍ପିଡ୍‌ ଷ୍ଟାର ଶାହିନ ଶାହ ଆଫ୍ରିଦୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ପୂର୍ବତନ ଅଧିନାୟକ ସର୍ଫରାଜଙ୍କୁ ଗାଳି ଗୁଲଜ କରିଥିଲେ ଶାହିନ। ପରିସ୍ଥିତି ବିଗୁଡ଼ୁ ଥିବା ଦେଖି ସାଥି ଖେଳାଳି ଓ ଅମ୍ପାୟରଙ୍କୁ ମଧ୍ୟସ୍ଥି କରିବାକୁ ପଡ଼ିଥିଲା।

ପ୍ରଥମ ଇନିଂସର ୧୯ତମ ଓଭରରେ ଆଫ୍ରିଦୀ ଏକ ବାଉନ୍ସର ମାରିଥିଲେ, ଯାହାକି ସର୍ଫରାଜଙ୍କ ହେଲମେଟରେ ବାଜିଥିଲା। ବଲ ଥାର୍ଡମ୍ୟାନ ଅଞ୍ଚଳକୁ ଚାଲିଯିବାରୁ ସିଙ୍ଗଲ ନେଇଥିଲେ ଗ୍ଲାଡିଏଟର୍ସ ଅଧିନାୟକ। ରନ୍‌ ନେବା ବେଳେ ସର୍ଫରାଜ ପ୍ରଥମେ ବାମହାତୀ ପେସରଙ୍କୁ କିଛି କହିଥିଲେ। ଏହାର ଜବାବରେ ଆଫ୍ରିଦୀ ହାତ ଦେଖାଇ ଗାଳିଗୁଲଜ କରିଥିଲେ। ଲାହୋର ଅଧିନାୟକ ସୋହେଲ ଆଖତର, ମହମ୍ମଦ ହାଫିଜ ଓ ଅମ୍ପାୟରଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ତେବେ ପୂର୍ବତନ ଅଧିନାୟକଙ୍କ ପ୍ରତି ଏଭଳି ଆଚରଣ ପାଇଁ ଆଫ୍ରିଦୀଙ୍କୁ ସୋସିଆଲ ମିଡ଼ିଆରେ ପ୍ରବଳ ସମାଲୋଚନା କରାଯାଉଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.