ବାଣ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ନିମାପଡ଼ା, ୪ା୬(ଡି.ଏନ୍‌.ଏ.): ଚାରିଛକ ଫାଣ୍ଡି ଅଧୀନ ବ୍ରହ୍ମକୁଣ୍ଡି ଗ୍ରାମ ନିକଟରେ ଥିବା ଏକ ବାଣ ଗୋଦାମରେ ଗୁରୁବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ ଥିବା ବାଣ ସବୁ ବିସ୍ଫୋରଣ ଘଟି ୫ବଖରା ଗୃହ ଓ ପାଚେରି ଭାଙ୍ଗିରୁଜି ଧୂଳିସାତ ହୋଇଯାଇଛି। ବିସ୍ଫୋରଣର ଶବ୍ଦ ଏତେ ଜୋର୍‌ରେ ହୋଇଥିଲା ଯେ ଚାରିଛକ ବଜାର, ମେଡିକାଲ ଛକ, ଆଖପାଖ ଅଞ୍ଚଳ ଥରି ଉଠିଥିଲା। ବିସ୍ଫୋରଣ ଶବ୍ଦ ଶୁଣି ବ୍ୟବସାୟୀ, ସ୍ଥାନୀୟ ଲୋକମାନେ ଦୋକାନ ଘର ଛାଡ଼ି ଭୟଭୀତ ହୋଇ ଯିଏ ଯେଉଁଠି ପାଇଲେ ଦୌଡ଼ିଥିଲେ। ବିସ୍ଫୋରଣ ଯୋଗୁ ଚାରିଛକ ଅଞ୍ଚଳ କିଛି ସମୟ ଧୂଅଁାମୟ ହୋଇ ଉଠିଥିବାବେଳେ ଏହାର ଶବ୍ଦ ପ୍ରାୟ ୨ କିଲୋମିଟର ଯାଏଁ ଶୁଣାଯାଇଥିଲା। ବାଣଗୋଦାମ ନିକଟରେ ଥିବା କେତେଜଣ ବ୍ୟକ୍ତିଙ୍କ ଘରର କବାଟ, କାଚ ଝରକା ଆଦି ଭାଙ୍ଗିରୁଜି କ୍ଷତିଗ୍ରସ୍ତ ହୋଇଯାଇଛି। ଖବରପାଇ ନିମାପଡ଼ା, ନିଆଳି, ଗୋପ ଅଞ୍ଚଳର ୩ଟି ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ୬ଟି ଦମକଳ ସହ ବିସ୍ଫୋରଣ ସ୍ଥଳରେ ପହଞ୍ଚତ୍ ଦୀର୍ଘ ୨ଘଣ୍ଟା ଧରି ପରିଶ୍ରମ କରିବା ପରେ ନିଅଁାକୁ ଆୟତ୍ତ କରିଥିଲେ। ହେଲେ ଏହି ଅଗ୍ନିକାଣ୍ଡର କାରଣ ଅଦ୍ୟାବଧି ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ଅଗ୍ନିକାଣ୍ଡରେ ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଚ୍ଛିତ ବାଣ, ବାରୁଦ, ବାଣ ତିଆରି ସାମଗ୍ରୀ ଆଦି ପୋଡ଼ିଯାଇଥିବା ଅନୁମାନ କରାଯାଉଛି। ଏହି ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟିବାରୁ ଏଠାରେ କାମ କରୁଥିବା ୪ଜଣ କର୍ମଚାରୀ ବାହାରକୁ ଚାଲିଯାଇଥିବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ପରେ ନିମାପଡ଼ା ଏସ୍‌ଡିପିଓ ଦେବାଶିଷ ମିଶ୍ର, ନିମାପଡ଼ା ଥାନା ଆଇଆଇସି ଦାୟିତ୍ୱରେ ଥିବା ଗୋପ ଥାନା ଆଇଆଇସି ଉପେନ୍ଦ୍ର ନାୟକ, ନିମାପଡ଼ା ଥାନା ଏସ୍‌ଆଇ ପି.କେ.ଜୁଝାର ସିଂ, ଚାରିଛକ ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ସେଠୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛନ୍ତି। ବିସ୍ଫୋରଣ ପରେ ବାଣ ଗୋଦାମର ମାଲିକ, କାର୍ଯ୍ୟରତ କର୍ମଚାରୀମାନେ ଗୋଦାମ ଛାଡ଼ି ଫେରାର ହୋଇଯାଇଛନ୍ତି। ପରେ ଚାରିଛକ ଫାଣ୍ଡି ଅଧିକାରୀଙ୍କ ଅଭିଯୋଗକ୍ରମେ ନିମାପଡ଼ା ଥାନାରେ ଏହି ବାଣ ଗୋଦାମ ମାଲିକଙ୍କ ବିରୋଧରେ ଏକ ମାମଲା(ନଂ.୧୯୭/୨୧) ରୁଜୁ କରାଯାଇଥିବା ଏସ୍‌ଡିପିଓ ମିଶ୍ର କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.