ଓ୍ବାଶିଂଟନ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବିଭିନ୍ନ ଦେଶରେ ସାର୍ବଜନୀକ ଭାକ୍ସିନ୍ ପ୍ରଦାନ ଅଭିଯାନ ଜାରି ରହିଛି। ତେବେ ଦିଆଯାଉଥିବା ଭାକ୍ସିନ୍ ଯୋଗୁ ଯୁବବର୍ଗଙ୍କଠାରେ ହାର୍ଟ ସମ୍ପର୍କିତ କେତେକ ପାର୍ଶ୍ୱ ପ୍ରତିକ୍ରିୟା ଦୃଷ୍ଟିଗୋଚର ହେଉଥିବା ନେଇ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର(ସିଡିସି) ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି। ଫାଇଜର ଏବଂ ମର୍ଡେନା ଭାକ୍ସିନ୍ ଯୋଗୁ ଏଭଳି ହେଉଥିବା ସିଡିସି କହିଛି। ଆମେରିକାରେ ୧୨ ବର୍ଷ ଏବଂ ଏହାଠାରୁ ଅଧିକ ବର୍ଷ ବୟସ୍କଙ୍କୁ ଭାକ୍ସିନ୍ ପ୍ରଦାନ କରାଯାଉଛି। ଯୁବବର୍ଗଙ୍କଠାରେ ମାୟୋକାର୍ଡିଟିସ୍ ଏବଂ ପେରିକାର୍ଡିଟିସ୍ ସମସ୍ୟା ସୃଷ୍ଟି ହେଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦୦ ଜଣଙ୍କଠାରେ ଏଭଳି ସମସ୍ୟା ଦେଖାଦେଇଥିବା ସିଡିସି ପକ୍ଷରୁ କୁହାଯାଇଛି। ସିଡିସି ରିପୋର୍ଟ ପ୍ରକାଶ ପାଇବା ପରେ ଫାଇଜର ଏବଂ ମର୍ଡେନା ଭାକ୍ସିନ୍କୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.