Categories: ଖେଳ

ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଜାଡେଜା ନମ୍ବର ଓ୍ବାନ ଟେଷ୍ଟ ଅଲ୍‌ରାଉଣ୍ଡର

ଦୁବାଇ, ୨୪ା୬ (ପି.ଟି.)-ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଓ୍ବେଷ୍ଟଇଣ୍ଡିଜର ଜାସନ ହୋଲ୍‌ଡରଙ୍କୁ ହଟାଇ ଭାରତର ରବୀନ୍ଦ୍ର ଜାଡେଜା ବିଶ୍ୱର ନମ୍ବର ଓ୍ବାନ ଅଲ୍‌ରାଉଣ୍ଡର ହୋଇଛନ୍ତି। ହୋଲ୍‌ଡର (୩୮୪)ଙ୍କଠାରୁ ଜାଡେଜା ୨ ପଏଣ୍ଟ ଆଗରେ ରହିଛନ୍ତି। ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ୩୭୭ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି। ଅନ୍ୟ ଜଣେ ଭାରତୀୟ ରବିଚନ୍ଦ୍ରନ ଅଶ୍ୱିନ ୩୫୩ ପଏଣ୍ଟ ସହ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପଛକୁ ବାଂଲାଦେଶର ଶକିବ ଅଲ୍‌ ହସନ (୩୩୮) ରହିଛନ୍ତି। ବୋଲିଂ ର଼୍ୟାଙ୍କିଙ୍ଗରେ କିନ୍ତୁ ଅଶ୍ୱିନ ୮୫୦ ପଏଣ୍ଟ ସହ ଅଷ୍ଟ୍ରେଲିଆର ପ୍ୟାଟକୁମିନ୍ସ(୯୦୮)ଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ନ୍ୟୁଜିଲାଣ୍ଡର ଟିମ୍‌ ସୌଦି (୮୩୦) ତୃତୀୟ ହୋଇଛନ୍ତି। ଅନ୍ୟପକ୍ଷରେ ବ୍ୟାଟ୍ସମ୍ୟାନ ତାଲିକାର ପ୍ରଥମ ୫ଟି ସ୍ଥାନରେ କୌଣସି ପରିବର୍ତ୍ତନ ଘଟି ନାହିଁ। ଭାରତ ଅଧିନାୟକ ବିରାଟ କୋହଲି ୮୧୪ ପଏଣ୍ଟ ସହ ପୂର୍ବଭଳି ଚତୁର୍ଥ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ୮୯୧ ପଏଣ୍ଟ ସହ ପ୍ରଥମ ସ୍ଥାନ ବଜାୟ ରଖିଥିବାବେଳେ ତାଙ୍କ ପଛକୁ ପଛ ରହିଛନ୍ତି ନ୍ୟୁଜିଲାଣ୍ଡର କେନ୍‌ ଓ୍ବିଲିୟମସନ (୮୮୬) ଓ ଅଷ୍ଟ୍ରେଲିଆର ମାର୍ନସ ଲାବୁସାନେ (୮୭୮)। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ (୭୯୭) ପାଞ୍ଚ ନମ୍ବରରେ ରହିଥିବାବେଳେ ତାଙ୍କ ପଛକୁ ରିଷଭ ପନ୍ତ ଓ ରୋହିତ ଶର୍ମା ପ୍ରତ୍ୟେକ ୭୪୭ ପଏଣ୍ଟ ସହ ମିଳିତ ୬ଷ୍ଠ ସ୍ଥାନରେ ଅଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.