Categories: ଖେଳ

ଏମିତି ଛକା ମାରିଲେ କ୍ରିକେଟର୍‌, ନିଜର ହେଲା କ୍ଷତି

କ୍ରିକେଟରେ ଜଣେ ବ୍ୟାଟ୍ସମ୍ୟାନ ଛକା ମାରିଲେ ବଲ ସୀମା ବାହାରେ ବସିଥିବା ଜଣେ ବ୍ୟକ୍ତିଙ୍କ ଉପରେ ପଡିବା ନୂଆକଥା ନୁହେଁ। କ୍ରିକେଟରେ ଏପରି ଅନେକ ଉଦାହରଣ ଅଛି। ଇଂଲଣ୍ଡର ୟର୍କସାୟାରରେ ଖେଳାଯାଇଥିବା ଏକ ସ୍ଥାନୀୟ କ୍ଲବ ମ୍ୟାଚରେ ମଧ୍ୟ ସମାନ ଘଟଣା ଘଟିଛି। କିନ୍ତୁ ଖେଳାଳି ଛକା ମାରି ନିଜ କାରର କାଚ ଭାଙ୍ଗିଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେଉଛି। ଏହି ମ୍ୟାଚରେ ଇଲିଙ୍ଗୱର୍ଥ ସେଣ୍ଟ ମେରି କ୍ରିକେଟ କ୍ଲବ ଏବଂ ସୋୱର୍ବି ସେଣ୍ଟ ପିଟର୍ସ କ୍ଲବ ମୁହାଁମୁହିଁ ହୋଇଥିଲେ। ଇଲିଙ୍ଗୱର୍ଥ ସେଣ୍ଟ ମେରି ଖେଳାଳି ଆସିଫ ଅଲି ବ୍ୟାଟିଂ କରି ଏକ ଚମତ୍କାର ସଟ ମାରିଥିଲେ। ଏହି ସମୟରେ ସେ ଏକ ଏମିତି ଛକା ମାରିଥିଲେ ଯେ, ବଲ୍‌ ଯାଇ ତାଙ୍କ କାରର ପଛ କାଚରେ ବାଜିଥିଲା। ଫଳରେ ତାଙ୍କ କାଚ ଭାଙ୍ଗିଯାଇଥିଲା। ଏହା ଦେଖି ବିପକ୍ଷ ଖେଳାଳି, ସାଥୀ ଖେଳାଳି ଏବଂ ଅମ୍ପାୟାର ମଧ୍ୟ ହସିବା ବନ୍ଦ କରି ପାରି ନ ଥିଲେ। ଏହା ଦେଖି ଅଲି ତାଙ୍କ ମୁଣ୍ଡରେ ହାତ ଦେଇଥିଲେ। କିଛି ସମୟ ପରେ ସେ ଆଶ୍ଚର୍ଯ୍ୟ ହୋଇ ଆଣ୍ଠୁମାଡି ପଡିଆରେ ବସିପଡିଥିଲେ। ଏହି ଘଟଣାର ଭିଡିଓ କ୍ଲିପ ଇଲିଙ୍ଗୱର୍ଥ ସେଣ୍ଟ ମେରି କ୍ରିକେଟ କ୍ଲବ ଦ୍ୱାରା ଶେୟାର କରାଯାଇଥିଲା। କାରର ଭଙ୍ଗା କାଚର ଏକ ଫଟୋ ମଧ୍ୟ ଅପଲୋଡ ହୋଇଛି।
ଏହି ମ୍ୟାଚରେ ଆସିଫ ଅଲି ୪୩ ରନ ସ୍କୋର କରିଥିଲେ କିନ୍ତୁ ତାଙ୍କ ଦଳ ୭ ଉଇକେଟରେ ହାରିଯାଇଥିଲା। ଅଗଷ୍ଟ ୨୦୨୦ରେ ଆୟର୍ଲାଣ୍ଡର ଅଲରାଉଣ୍ଡର କେଭିନ ଓ’ବ୍ରାଇନଙ୍କ ସହ ଏକ ସମାନ ଘଟଣା ଘଟିଥିଲା। ସେ ଏକ ଘରୋଇ ମ୍ୟାଚ ଖେଳୁଥିଲେ। ଡବଲିନ୍‌ର ପେମ୍ବ୍ରୋକ କ୍ରିକେଟ କ୍ଲବ ନିକଟରେ ପାର୍କିଂରେ ରଖାଯାଇଥିବା ତାଙ୍କ କାରର ପଛ କାଚ ନିଜ ସଟ ଦ୍ୱାରା ଭାଙ୍ଗି ଯାଇଥିଲା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.