ନୂଆଦିଲ୍ଲୀ: ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୮୩ ବିଲିୟନ ଡଲାରର କ୍ଷତି ସହିବାକୁ ପଡ଼ିଛି। ଏହି ଅବଧିରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୭.୩% ଖସିଛି। ୨୦୨୫ ଯାଏ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ(ଲକ୍ଷ କୋଟି) ଡଲାର ଅର୍ଥ ବ୍ୟବସ୍ଥାରେ ରୂପାନ୍ତରିତ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟ ହାସଲ କରିବା ବର୍ତ୍ତମାନ ଏକ ପ୍ରକାର ଅସମ୍ଭବ ବ୍ୟାପାର ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। କରୋନା ପୂର୍ବରୁ ଭାରତର ଜିଡିପିରେ ହ୍ରାସ ପରିଲକ୍ଷିତ ହୋଇଥିଲା। କରୋନା ମହାମାରୀ ସମସ୍ୟାକୁ ଆହୁରି ଜଟିଳ କରିଦେଇଛି। ଏହା ପୂର୍ବରୁ ୨୦୧୮ରେ ଭାରତର ଅଭିବୃଦ୍ଧି ନିମ୍ନଗାମୀ ହୋଇଚାଲିଛି। ଫଳରେ ସଞ୍ଚୟ ଏବଂ ନିବେଶ କ୍ଷେତ୍ରରେ ସୁଧହାର ହ୍ରାସ ହୋଇଛି। ବଜାର ବିଶେଷଜ୍ଞ କହିଛନ୍ତି, ବିମୁଦ୍ରୀକରଣ ଏବଂ ଜିଏସ୍ଟି କାର୍ଯ୍ୟକାରୀର ପ୍ରଭାବ ବଜାର ଉପରେ ପଡିଛି।
ବଜାର ବର୍ତ୍ତମାନ ସଙ୍କଟ ସ୍ଥିତି ଦେଇ ଗତି କରୁଥିବା ବେଳେ ସମସ୍ୟା ଏତେ ଶୀଘ୍ର ସମାଧାନ ହେବ ନାହିଁ କୁହାଯାଉଛି। କାରଣ କରୋନାର ଦୁଇଟି ଲହର ବଜାରକୁ ଆହୁରି ଚାପଗ୍ରସ୍ତ କରି ଦେଇଛି। ଦେଶ ମଧ୍ୟରେ ବେରୋଜଗାରୀ ବଢିବା ସହ ବ୍ୟବସାୟ କ୍ଷତି, ଲୋକଙ୍କ ସଞ୍ଚୟ ଏବଂ ଖର୍ଚ୍ଚ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ ଅର୍ଥ ବ୍ୟବସ୍ଥାରେ ସୁଧାର, ଲୋକଙ୍କୁ ରୋଜଗାର ଦେବା, ନିବେଶ ଏବଂ ସଞ୍ଚୟ ଧାରା ଠିକ୍ କରିବାରେ ସମୟ ଲାଗିବ। ଅର୍ଥନୀତିଜ୍ଞଙ୍କ କହିବା ମୁତାବକ, ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟାର୍ଦ୍ଧରେ ଜିଡିପି ସୁଧାର ପଥକୁ ଫେରିପାରେ। ୨୦୧୨ ପରଠାରୁ ଭାରତୀୟ ଅର୍ଥ ବ୍ୟବସ୍ଥାରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଏହି ସମୟରେ ଜିଡିପି ୫.୫% ବଢିଥିଲା। ସେହିଭଳି ୨୦୧୩-୨୪ରେ ୬.୪%, ୨୦୧୪-୧୫ରେ ୭.୪%, ୨୦୧୫-୧୬ରେ ୮% ଜିଡିପି ରହିଥିଲା। ୨୦୧୬-୧୭ରେ ଜିଡିପି ୮.୩% ଥିବା ବେଳେ ଏହାର ପର ଆର୍ଥତ୍କ ବର୍ଷରେ ଏହା ୬.୮%କୁ ଖସିଥିଲା। ୨୦୧୮-୨୯ରେ ଜିଡିପି ୬.୫% ରହିଲା। ଯାହା ୨୦୧୯-୨୦ରେ ୪%କୁ ଖସିଆସିଲା। ଗତ ଆର୍ଥତ୍କ ବର୍ଷରେ ଜିଡିପି ୭.୩% ଖସିଛି। ଏହା ୪୦ ବର୍ଷର ସବୁଠାରୁ ସର୍ବନିମ୍ନ ସ୍ତର।
୨୦୨୫ ଯାଏ ୫ ଟ୍ରିଲିୟନ ଡଲାର ଜିଡିପି ହାସଲ କାହିଁକି କଷ୍ଟସାଧ୍ୟ ସେ ଉପରେ ନଜର ପକାଇଲେ ଜଣାପଡିବ ଯେ, କରୋନା ଯୋଗୁ ଜିଡିପିକୁ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଆଗାମୀ ୩ ବର୍ଷରେ ଭାରତକୁ ବାର୍ଷିକ ୨୫% ହିସାବରେ ଜିଡିପି ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ। ଏହା ହେଲେ ଯାଇ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିହେବ। ମାତ୍ର ଏହା ହାସଲ କରିବା କଷ୍ଟକର। କାରଣ ଭାରତ ଅଦ୍ୟାବଧି ଏହି ହାରରେ କେବେ ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇନାହିଁ। କରୋନା ସଙ୍କଟ ଏବେ ଟଳିନାହିଁ। ଆଗକୁ ଯଦି ତୃତୀୟ ଏବଂ ଚତୁର୍ଥ ଲହର ଆସେ ତେବେ ଭାରତ ପାଇଁ ଏହା ଆହୁରି ବଡ଼ ଆହ୍ବାନ ହେବ। ବିଶେଷଜ୍ଞ କୁହନ୍ତି, ସବୁ କିଛି ପରେ ଯଦି ଅର୍ଥ ବ୍ୟବସ୍ଥା ଚଳିତ ବର୍ଷ ଟ୍ରାକ୍କୁ ଆସିଯାଏ ତେବେ ୨୫% ଅଭିବୃଦ୍ଧି କିଭଳି ହାସଲ କରିବ। ବିଶ୍ୱର ଅନ୍ୟ ପ୍ରମୁଖ ଅର୍ଥ ବ୍ୟବସ୍ଥାଗୁଡ଼ିକ କରୋନା କ୍ଷତି ପହଞ୍ଚାଇଛି। ଏଭଳି ସ୍ଥିତିରେ ଚଳିତ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ପ୍ରାୟ ୯% ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.