Categories: ବାଣିଜ୍ୟ

ପ୍ରଭାବିତ ହେବନି କୃଷି କ୍ଷେତ୍ର

ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ଲହର ଯୋଗୁ ଦେଶର କୃଷି କ୍ଷେତ୍ର ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ ବୋଲି ନୀତି ଆୟୋଗ ସଦସ୍ୟ ରମେଶ ଚାନ୍ଦ ରବିବାର କହିଛନ୍ତି। ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି, ମେ ମାସରେ ଦେଶର ଗ୍ରାମାଞ୍ଚଳଗୁଡିକରେ ସଂକ୍ରମଣ ବ୍ୟାପିଥିଲା। ଏହି ମାସରେ କୃଷି ସମ୍ପର୍କିତ କାର୍ଯ୍ୟକଳାପ ବହୁତ କମ୍‌ ହୋଇଥାଏ। ବର୍ତ୍ତମାନ ଭାରତର ନୀତି ଧାନ, ଗହମ ଏବଂ ଆଖୁ ଭଳି ଫସଲ ଲାଗି ବିଶେଷ ଭାବେ ଉଦ୍ଦିଷ୍ଟ ରହୁଛି। ଏ କ୍ଷେତ୍ରରେ ସବସିଡି, ମୂଲ୍ୟ ଏବଂ ଟେକ୍ନୋଲୋଜିକୁ ଗୁରୁତ୍ୱ ଦିଆଯାଉଛି। ଡାଲି ଜାତୀୟ ଫସଲ ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରିବା ସହ ସଂଗ୍ରହ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।
ସେ ପୁଣି କହିଛନ୍ତି, ମେ ମାସରେ ଫସଲ ବୁଣିବା କିମ୍ବା କାଟିବା ଭଳି କାମ ହୋଇ ନ ଥାଏ। ଅଫ୍‌ ସିଜନ ଫସଲ ଏହି ସମୟରେ ହୋଇଥାଏ। ମାର୍ଚ୍ଚ କିମ୍ବା ଏପ୍ରିଲ ମଧ୍ୟ ଭାଗ ଯାଏ କୃଷି କାର୍ଯ୍ୟକଳାପ ଶୀର୍ଷରେ ରହିଥାଏ। ଏହା ପରବର୍ତ୍ତୀ ସମୟରେ ଏଥିରେ ହ୍ରାସ ପରିଲକ୍ଷିତ ହୋଇଥାଏ। ମୌସୁମୀ ଆସିବା ପରେ କୃଷି କାର୍ଯ୍ୟକଳାପ ପୁଣି ଥରେ ବୃଦ୍ଧି ହୋଇଥାଏ। ଏଭଳି ସ୍ଥିତିରେ ମେ ମାସରୁ ଜୁନ୍‌ ମଧ୍ୟଭାଗ ଯାଏ ଶ୍ରମିକଙ୍କ ଉପଲବ୍ଧତା କମ୍‌ ରହିଥାଏ ତେବେ କୃଷି କ୍ଷେତ୍ର ଉପରେ କୌଣସି ପ୍ରଭାବ ପରିଲକ୍ଷିତ ହୋଇ ନ ଥାଏ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.