କରୋନା କାରଣରୁ ସ୍ଥଗିତ ରଖାଯାଇଥିବା ପାକିସ୍ତାନ ସୁପର ଲିଗ (ପିଏସଏଲ)ର ଏହି ସିଜିନର ଅବଶିଷ୍ଟ ମ୍ୟାଚ ବୁଧବାରଠାରୁ ଆରମ୍ଭ ହେଉଛି। କିନ୍ତୁ ଏହାପୂର୍ବରୁ ଲାହୋର କଲନ୍ଦର୍ସ ଦଳକୁ ଏକ ବଡ଼ ଝଟ୍କା ଲାଗିଛି। ଅଭ୍ୟାସ ସମୟରେ ଦଳର ଷ୍ଟାର ବିଦେଶୀ ଖେଳାଳି ବେନ ଡଙ୍କ୍ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଓଠ ଅସ୍ତ୍ରୋପଚାର କରାଯାଇଛି। କ୍ୟାଚ ନେବାକୁ ଚେଷ୍ଟା କରୁଥିବାବେଳେ ବଲ ତାଙ୍କ ମୁହଁରେ ବାଜିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ।
ତାଙ୍କ ମୁହଁରେ ୭ଟି ଷ୍ଟିଚ୍ ପଡିଛି । ଫ୍ରାଞ୍ଚାଇଜ୍ ସିଇଓ ସାମିନ ରାଣା କହିଛନ୍ତି ଯେ, ଡଙ୍କ ଶୀଘ୍ର ଭଲ ହୋଇଯିବେ। ଏହି ସପ୍ତାହ ପରେ ଦଳ ପାଇଁ ତାଙ୍କର ପ୍ରଥମ ମ୍ୟାଚ ଖେଳିବେ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି। ୩୪ ବର୍ଷୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଡଙ୍କ ଜୁନ ୬ ରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ ତାଙ୍କର ଅଭ୍ୟାସ ଏବଂ ଆଘାତ ପରେ ଚିକିତ୍ସାର ଫଟୋ ରହିଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.