କୋକସରା,୯।୬: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ମହିମା ପଞ୍ଚାୟତ ତେନ୍ତୁଲିପଡାର ଚାଷ ଜମି ନିକଟ ଏକ ବରଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ବୁଧବାର ପୋଲିସ ଜବତ କରିଛି। ଉଭୟ ଯୁବକ ଓ ଯୁବତୀ ନିକଟ ଗୌନ୍ତିଆପଡାର ଅମିତ ଜୁଏଡ (୨୨) ଓ ସେହିପଡାର କୁନ୍ତଳା ମୁଲକିଆ(୨୧)। ପାରିପାର୍ଶ୍ୱିକ ଅବସ୍ଥା ଅନୁଧ୍ୟାନ ପରେ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ମଙ୍ଗଳବାର ରାତି ୧୦ଟାରେ ଝିଅ ଘରୁ ବାହାରି ଆଉ ଫେରି ନ ଥିଲେ। ବୁଧବାର ଝିଅର ବାପା ନିଖୋଜ ଥିବା ନେଇ ଆମପାଣି ଥାନାରେ ଏକ ଅଭିଯୋଗ କରିଥିଲେ। ସକାଳୁ ମୃତଦେହ ଜବତ ପରେ ତାହା ନିଖୋଜ ଝିଅର ବୋଲି ଜଣାପଡିଥିଲା। ସେହିପରି ଯୁବକ ମଧ୍ୟ ରାତିରୁ ବହାରି ଘରକୁ ଫେରି ନ ଥିଲେ। ସକାଳୁ ସ୍ଥାନୀୟ କେତେକ ଲୋକେ ଯୁବକ ଓ ଯୁବତୀ ବେକରେ ଓଢ଼ଣି ଲଗାଇ ଗଛରେ ଓହଳି ପଡିଥିବା ଦେଖିଥିଲେ। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକ ଆମପାଣି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଦୁହେଁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ି ନାହିଁ। ପ୍ରେମ ଜନିତ ସମ୍ପର୍କ ରହିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏ ନେଇ ଆପମାଣି ଥାନାରେ ୨ଟି ପୃଥକ ମାମଲା (ନଂ. ୧/୨୧ ଏବଂ ୨/୨୧) ରୁଜୁ ହୋଇଥିବା ଏଏସ୍ଆଇ ରାମଶଙ୍କର ବାଗ ସୂଚନା ଦେଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.