ସମ୍ବଲପୁର,୧୪ା୬(ବ୍ୟୁରୋ): କରୋନା କଟକଣା ମଧ୍ୟରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପ୍ରସ୍ତୁତି ଶେଷ ହୋଇଛି। ରାତି ପାହିଲେ ମହାଦେବଙ୍କ ବରଯାତ୍ରୀ ଲାଗି ପାରମ୍ପରିକ ବିଧି ହେବ। ଏହି କ୍ରମରେ ନନ୍ଦପଡା ଜଗତ୍ଜନନୀ ମାତା ପାର୍ବତୀ ଓ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହରେ ସାକ୍ଷୀ ହେବାକୁ ସୋମବାର ଗୋଧୂଳି ଲଗ୍ନରେ ସାକ୍ଷୀଗୋପୀନାଥ ମନ୍ଦିରରୁ ବାହାରି ରାତି ୭ଟାରେ ବାଲୁଙ୍କେଶ୍ୱର ପୀଠରେ ପହଞ୍ଚତ୍ଥିଲେ। ଭକ୍ତମାନେ ଠାକୁରଙ୍କୁ ବନ୍ଦାଣ କରି ବାଲୁଙ୍କେଶ୍ୱର ପୀଠକୁ ନେଇଥିଲେ।
ମଙ୍ଗଳବାର ମଧ୍ୟ ରାତ୍ରିରେ ବାଲୁଙ୍କେଶ୍ୱରଙ୍କ ବରାତିରେ ସାକ୍ଷୀଗୋପୀନାଥ ସାମିଲ ହେବା ନୀତି ରହିଛି। ପଣ୍ଡିତ ଶଶାଙ୍କ ଶେଖର ମିଶ୍ର ଠାକୁରଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ରାସ୍ତାରେ ମହିଳାପୁରୁଷ ଭକ୍ତମାନେ ପୂର୍ଣ୍ଣ କଳସ ସ୍ଥାପନ ପୂର୍ବକ ଠାକୁରଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଦେବ ବିବାହରେ ଠାକୁର ସାକ୍ଷୀ ହେବେ ା ଏଥିସହ ମଣ୍ଡପରେ ଦେବଦମ୍ପତିଙ୍କ ଯୁଗଳମୂର୍ତ୍ତି ଶୋଭା ପାଇବେ। ପରମ୍ପରାନୁସାରେ ସାତଦିନ ପର୍ଯ୍ୟନ୍ତ ଠାକୁର ନନ୍ଦପଡାଠାରେ ଅବସ୍ଥାନ କରି ସ୍ବମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। ଝାଡୁଆପଡାର ଲୋକନାଥ ବାବା ଓ ମୁଦିପଡାର ଜାଗେଶ୍ୱର ବାବା, ବାଲିବନ୍ଧା ଶ୍ରୀ ସୋମନାଥ ବାବା, ଶ୍ରୀ ବୁଢାରଜା ମହାଦେବ, ବଡବଜାରର ଶୀତଳେଶ୍ୱର ବାବା, ଠାକୁରପଡାର ଗୁପ୍ତେଶ୍ୱର ବାବା, ଦୁର୍ଗାପାଲିର ଗୁଡେଶ୍ୱର ବାବା, ମାନେଶ୍ୱରର ମାନଧାତା ବାବା, ସିନ୍ଦୂରପଙ୍କର ତାରକେଶ୍ୱର ବାବା, ଫାଟକ ମହାକାଳେଶ୍ୱର ପ୍ରଭୃତି ଶୈବପୀଠ ରଙ୍ଗିନ ଆଲୋକମାଳାରେ ଝଟକୁଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.