ଯାଜପୁର ଅଫିସ, ୧ା୬: ଯାଜପୁର ଜିଲା ପାଣିକୋଇଲି ଥାନା ଅଧୀନ ବ୍ରଜନଗର ପାଖରେ ୧୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧୀନ ବ୍ରିଜ୍ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଭୁଶୁଡ଼ିପଡ଼ିଛି। ପାଣିକୋଇଲିଠାରୁ ୬ କି.ମି. ଦୂର ଭଦ୍ରକ ରାସ୍ତାରେ ଠିକାସଂସ୍ଥା ଡିବିଏଲ୍ ଦ୍ୱାରା ନିର୍ମାଣାଧୀନ ଏହି ବ୍ରିଜ କାର୍ଯ୍ୟ ଅତି ନିମ୍ନମାନର ହେଉଥିବାରୁ ଭୁଶୁଡ଼ି ପଡ଼ିଥିବା ବିିଭିନ୍ନ ମହଲରେ ମତପ୍ରକାଶ ପାଇଛି।
ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ) ବାଲେଶ୍ୱର ଡିଭିଜନ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ୬ ଲେନ୍ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟ ଡିବିଏଲ ସଂସ୍ଥା ଦ୍ୱାରା ହେଉଥିଲେ ହେଁ କେତେଜଣ ପେଟି କଣ୍ଟ୍ରାକ୍ଟର ଏହାକୁ ସମ୍ପାଦନ କରୁଥିବା କୁହାଯାଉଛି। ଏହାସହ ବାଲେଶ୍ୱର ଏନ୍ଏଚ୍ଏଆଇ ଡିଭିଜନ କର୍ତ୍ତୃପକ୍ଷ ନିରୀକ୍ଷଣ କରିବାକୁ ଆସୁନାହାନ୍ତି। ଫଳରେ ଠିକାସଂସ୍ଥା ଆବଶ୍ୟକ ପରିମାଣ ଓ ଉଚ୍ଚମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରୁ ନ ଥିବା ଅଭିଯୋଗ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୩ ମାସ ହେବ ଏହି ବ୍ରିଜ୍ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦୁର୍ଘଟଣା ସମୟରେ ବ୍ରିଜ ତଳେ କେହି କର୍ମଚାରୀ କିମ୍ବା ଶ୍ରମିକ ନ ଥିଲେ। ସେମାନେ ଉପରେ ଛାତ କାର୍ଯ୍ୟ କରୁଥିଲେ। ବ୍ରିଜ ଭୁଶୁଡ଼ିବା ଜାଣିପାରି ସେମାନେ ଦୂରକୁ ପଳାଇ ଯାଇଥିଲେ ବୋଲି ସୂଚନା ମିଳିଛି। ଏନେଇ ବ୍ରଜନଗର ବାସିନ୍ଦା ଶରତ ଚନ୍ଦ୍ର ବିଶ୍ୱାଳ କୁହନ୍ତି, ବ୍ରିଜ ତଳେ ଦୀର୍ଘଦିନ ହେଲା ପାଣି ଜମା ହୋଇ ରହିଥିଲା। ଫଳରେ ପିଲରରେ ଲାଗିଥିବା ପାଇପଗୁଡିକ ନଷ୍ଟ ହୋଇଯାଇଥିଲା। ଛାତ ପଡ଼ିବାରୁ ଭାର ସମ୍ଭାଳି ନ ପାରି ଭୁଶୁଡିପଡ଼ିଛି। ଏନେଇ ବାଲେଶ୍ୱର ଏନ୍ଏଚ୍ଏଆଇର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍ ଗ୍ରହଣ କରି ନ ଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.