ବ୍ରହ୍ମପୁର ଅଫିସ,୨୪।୬: ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ମା’ ପୁଅଙ୍କ ଏମ୍କେସିଜି ମେଡିକାଲରେ ଗୁରୁବାର ମୃତ୍ୟୁ ଘଟିଛି। ମୃତକ ହେଲେ ଆନ୍ଧ୍ରପ୍ରଦେଶ ବିଜୟନଗରମ୍ର ପି.ଲକ୍ଷ୍ମୀ (୪୫) ଓ ତାଙ୍କ ପୁଅ ପି.ଜଗନ (୧୯)। ବ୍ରହ୍ମପୁର ବଡ ମେଡିକାଲ ଫାଣ୍ଡି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଲକ୍ଷ୍ମୀଙ୍କ ସମ୍ପର୍କୀୟ ଏମ୍.କେଶବ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ପୋଲିସ କହିଛି।
ଘଟଣାରୁ ପ୍ରକାଶ ଗୁରୁବାର କାର (ନଂ ଓଡ଼ି -୩୫ ଏଡି ୨୨୨୪) ଯୋଗେ ଲକ୍ଷ୍ମୀ, ତାଙ୍କ ପୁଅ ଜଗନ ଓ ସମ୍ପର୍କୀୟ କେଶବ କୌଣସି କାମରେ ଭୁବନେଶ୍ୱର ବାହାରିଥିଲେ। ଆନ୍ଧ୍ରପ୍ରଦେଶ କାଞ୍ଚୁଲି ଥାନା ଅନ୍ତର୍ଗତ ଝାଡପୁଡି ଜଙ୍କଶନରେ ଥିବା ବୁଲାଣି ରାସ୍ତାରେ କାରଟି ଏକ ଡିଭାଇଡରରେ ପିଟି ହୋଇଯାଇଥିଲା। ଫଳରେ ଗାଡ଼ିରେ ବସିଥିବା ଡ୍ରାଇଭଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଗୁରୁତର ଆହତ ହୋଇଥିଲେ।
ଖବର ପାଇ କାଞ୍ଚୁଲି ଥାନା ଅଧିକାରୀ ଏସ୍.ଚିରଞ୍ଜୀବୀ ପହଞ୍ଚି ଆହତଙ୍କୁ ସୋମପେଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଲକ୍ଷ୍ମୀ ଓ ଜଗନଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ଏକ ମାମଲା(ନଂ.୯୧/୨୧) ରୁଜୁ କରି କାର ଡ୍ରାଇଭର ବି.ଅଶୋକଙ୍କୁ ଗିରଫ କରିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.