Categories: ଖେଳ

ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା ଏହି କ୍ରିକେଟର୍‌ଙ୍କ ମାମଲା

ଲଣ୍ଡନ,୮।୬: ଇଂଲଣ୍ଡ ପେସର୍‌ ଓଲି ରବିନ୍‌ସନ୍‌ ବିବାଦୀୟ ଟୁଇଟ୍‌ ପ୍ରସଙ୍ଗ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ନିକଟରେ ପହଞ୍ଚିଛି। ଜନସନ ତାଙ୍କ କ୍ରୀଡ଼ା ମନ୍ତ୍ରୀଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି ଯେ, ଓଲିଙ୍କୁ ନିଲମ୍ବନ କରି ଇଂଲଣ୍ଡ କ୍ରିକେଟ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବ୍ରିଟେନର କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ଅଲିଭର ଡାଉଡେନ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି)କୁ ୨୭ ବର୍ଷୀୟ ନିଲମ୍ବନ ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି।
ରବିବାର ଦିନ ଡ୍ରରେ ଶେଷ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଓଲି ରବିନ୍‌ସନ୍‌ ବଲ ଏବଂ ବ୍ୟାଟ ଦ୍ୱାରା ପ୍ରଭାବିତ କରିଥିଲେ। ଏହି ସମୟରେ ୨୦୧୨ ଏବଂ ୨୦୧୩ରେ ପୋଷ୍ଟ କରାଯାଇଥିବା ଟୁଇଟ୍‌ ପରେ ଅନୁସନ୍ଧାନ ଫଳାଫଳ ପର୍ଯ୍ୟନ୍ତ ଇସିବି ରବିନସନ୍‌ଙ୍କୁ ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ନିଲମ୍ବିତ କରିଛି। ପ୍ରଧାନମନ୍ତ୍ରୀ ଜନସନଙ୍କ ମୁଖପାତ୍ର କହିଛନ୍ତି ଯେ, ଏହି ମନ୍ତବ୍ୟ ଏକ ଦଶନ୍ଧି ପୂର୍ବରୁ ଦିଆଯାଇଥିଲା, ସେତେବେଳେ ସେ କିଶୋର ଥିଲେ। ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। ଏହାପୂର୍ବରୁ ବ୍ରିଟେନ କ୍ରୀଡାମନ୍ତ୍ରୀ କହିଥିଲେ, ଓଲିଙ୍କ ଟୁଇଟ୍‌ ଆପତ୍ତିଜନକ ଏବଂ ଭୁଲ ଥିଲା, ଏହା ଏକ ଦଶନ୍ଧି ପୁରୁଣା ଏବଂ ଜଣେ କିଶୋର ଅବସ୍ଥାରେ ସେ ଏହା ଲେଖିଥିଲେ। ସେ ଏବେ ଜଣେ ପୁରୁଷ ଏବଂ ସେ ମଧ୍ୟ କ୍ଷମା ମାଗିଛନ୍ତି। ଇସିବି ତାଙ୍କୁ ନିଲମ୍ବିତ କରିଛି ଏବଂ ସେ ପୁନର୍ବାର ଚିନ୍ତା କରିବା ଉଚିତ୍‌।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.