ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ରାଜ୍ୟରେ ତଳମୁହାଁ ହେଉଛି କରୋନା ସଂକ୍ରମଣ। ଅନେକ ଜିଲାରେ ସଂକ୍ରମଣ ହାର କମ୍ ରହୁଥିବାରୁ ଆସନ୍ତା ୧୭ତାରିଖ ସକାଳ ୫ଟାରେ ଲକ୍ଡାଉନ ଶେଷ ହେବା ପରେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି କୁହାଯାଉଛି। ଯେଉଁ ଜିଲାରେ ସଂକ୍ରମଣ ହାର କମୁଛି, ସେଠାରେ ପର୍ଯ୍ୟାୟକ୍ରମେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସରକାର ଚିନ୍ତା କରୁଥିବା ନିକଟରେ ମୁଖ୍ୟମନ୍ତ୍ରୀ ମଧ୍ୟ କହିଥିଲେ। ତେଣୁ ସଂକ୍ରମଣ ହାର ଖସୁଥିବାରୁ ଲକ୍ଡାଉନ୍ ହଟିଯିବ ବୋଲି ଆଶା କରାଯାଉଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ହାର ୫% ତଳେ ରହୁଥିବାରୁ ସେସବୁ ସ୍ଥାନରେ ଅନ୍ଲକ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
ସେପଟେ ରାଜ୍ୟରେ ଏବେ ସକ୍ରିୟ ରୋଗୀଙ୍କ ସଂଖା ମଧ୍ୟ କମିବାରେ ଲାଗିଛି ଏବଂ ରେଡ୍ ଜୋନ୍ରେ ଥିବା ଅନେକ ଜିଲା ୟେଲୋ ଓ ଗ୍ରୀନ୍ ଜୋନ୍କୁ ଆସିଲାଣି। ଏବେ ସକ୍ରିୟ ରୋଗୀ ସଂଖ୍ୟାରେ ୯ଟି ଜିଲା ରେଡ୍ ଜୋନ୍ରେ ରହିଛି। ଅନ୍ଲକ୍ ପ୍ରକ୍ରିୟା ସମ୍ପର୍କରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ କୋଭିଡ୍ ସଂକ୍ରମଣ ଗ୍ରାଫ୍ ତଳ ମୁହଁା ହୋଇଛି। ଏଭଳି ସ୍ଥଳେ ଧୀରେ ଧୀରେ ଅନ୍ଲକ୍ ଆମ ପାଇଁ ଭଲ। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଏହି ପନ୍ଥା ଅବଲମ୍ବନ କରିଛନ୍ତି। ଅନ୍ଲକ୍ ବେଳେ କିଛି କଟକଣା କୋହଳ ହେବ ଓ କିଛି କଟକଣା ପୂର୍ବପରି ବଳବତ୍ତର ରହିପାରେ। ସବୁ ଦିଗରୁ ସରକାର ବିଚାରବିମର୍ଶ କରି ନିଷ୍ପତ୍ତି ନେଉଛନ୍ତି। ତେଣୁ ଲୋକମାନେ ଯଦି ଏହାର ଠିକ୍ ବ୍ୟବହାର ନ କରିବେ ତେବେ ପୁଣି ଥରେ ଖରାପ ପ୍ରଭାବ ପଡ଼ିପାରେ ବୋଲି ସେ କହିଛନ୍ତି। ତେବେ ଅନ୍ଲକ୍ ପ୍ରକ୍ରୟା ପାଇଁ ଜିଲାଗୁଡ଼ିକୁ ତିନୋଟି ଜୋନ୍ରେ ବିଭକ୍ତ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି। ୧୭ ତାରିଖ ପରେ କ’ଣ ହେବ ସେନେଇ ଖୁବଶୀଘ୍ର ବୈଠକ ଡକାଯାଇ ନିଷ୍ପତ୍ତି ନିଆଯିବ। ୧୦ପ୍ରତିଶତରୁ ଅଧିକ ସଂକ୍ରମଣ ହାର ଥିବା ଜିଲାଗୁଡ଼ିକରେ କଟକଣା ବଳବତ୍ତର ରହିବ। ତେବେ ଯେଉଁଠି ସଂକ୍ରମଣ ହାର ୫ପ୍ରତିଶତ ତଳେ ରହୁଛି ସେହି ଜିଲାରେ କିଛି କଟକଣା କୋହଳ ହୋଇପାରେ। କିନ୍ତୁ ଶେଷ ନିଷ୍ପତ୍ତି ସରକାର ହିଁ ନେବେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। କଟକ, ଅନୁଗୋଳ, ପୁରୀ, ଖୋର୍ଦ୍ଧା, ଯାଜପୁର ଭଳି କିଛି ଜିଲାରେ ଏବେ ସଂକ୍ରମଣ ଅଧିକ ରହୁଛି। ମାତ୍ର ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ହାର କମୁଛି। ଯେଉଁ ଜିଲାରେ ସଂକ୍ରମଣ ଅଧିକ ରହୁଛି, ସେଠାରେ ସ୍ପେଶାଲ ଷ୍ଟ୍ରାଟେଜି କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଅପରପକ୍ଷରେ ରାଜ୍ୟରେ ସଂକ୍ରମଣ କମୁଥିବାବେଳେ ମୃତ୍ୟୁ ସଂଖ୍ୟା ବଢୁଥିବା ପ୍ରସଙ୍ଗରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ପୂର୍ବରୁ ବହୁ ଆକ୍ରାନ୍ତ ଗୁରୁତର ଥିଲେ ଓ ବର୍ତ୍ତମାନ ବି କିଛି ଲୋକ ଗୁରୁତର ଥିବା ଯୋଗୁ ମୃତ୍ୟୁ ସଂଖ୍ୟା ବଢୁଛି। ଏବେ ରାଜ୍ୟରେ ୬୨ ପ୍ରତିଶତ ରୋଗୀ ଆଇସିୟୁ ଓ ୬୨ରୁ ୬୩ ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି ବୋଲି ମହାପାତ୍ର ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ସଂକ୍ରମଣ ହାର ୮ପ୍ରତିଶତ ତଳକୁ ଖସିଥିଲେ ମଧ୍ୟ ଏବେ ବି ୭ଜିଲାରେ ସଂକ୍ରମଣ ହାର ୧୦ପ୍ରତିଶତ ଉପରେ ରହିଛି। ସେଥି ମଧ୍ୟରେ ଯାଜପୁର ୧୯.୪୮ % ଥିବାବେଳେ ପୁରୀ ୧୪.୩୫, କେନ୍ଦ୍ରାପଡ଼ା ୧୨.୫୯, ଖୋର୍ଦ୍ଧା ୧୧.୫୧, କଟକ ୧୧.୩୧, ଜଗତ୍ସିଂହପୁର ୧୦.୭୫ ଓ ଭଦ୍ରକ ୧୦.୬୧ ପ୍ରତିଶତ ସଂକ୍ରମଣ ହାର ରହିଛି। ତେବେ ୧୧ଟି ଜିଲାରେ ସଂକ୍ରମଣ ହାର ୫ପ୍ରତିଶତରୁ କମ୍ ରହିଛି। ତେଣୁ ଏହି ଜିଲାଗୁଡ଼ିକରେ କଟକଣା କୋହଳ ହେବା ସମ୍ଭାବନା ରହିଛି। ତେବେ ଯେଉଁ ଜିଲାଗୁଡ଼ିକରେ ସଂକ୍ରମଣ ହାର ଅଧିକ ରହିଛି ସେସବୁ ସ୍ଥାନରେ ଦିନ ସମୟରେ ସାମାନ୍ୟ କୋହଳ ଏବଂ ରାତ୍ରି କର୍ଫ୍ୟୁ ଜାରି ରଖିବା ପାଇଁ ସରକାର ଯୋଜନା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.