ଆଠମଲ୍ଲିକ,୪ା୬(ଡି.ଏନ.ଏ.) ସବୁଜ ହୀରା ବା କେନ୍ଦୁପତ୍ର ତୋଳାଳିଙ୍କ ଠାରୁ ପ୍ରତିବର୍ଷ ସରକାର କେନ୍ଦୁପତ୍ର ସଂଗ୍ରହ କରୁଛନ୍ତି। ଏଥିପାଇଁ ସେମାନଙ୍କୁ କେରି ହିସାବରେ ଅର୍ଥ ପ୍ରଦାନ ସହ ବାର୍ଷିକ ବୋନସ ମଧ୍ୟ ଦେଉଛନ୍ତି। ଏହାବ୍ୟତୀତ ଜୋତା, ଛତା, ବାହାଘର ପ୍ରୋତ୍ସାହନ ରାଶି ଆଦି ଦେବାର ସରକାରୀ ବ୍ୟବସ୍ଥା ରହିଛି। ଏହାସତ୍ତ୍ୱେ ଅନୁଗୋଳ ଜିଲା ଆଠମଲ୍ଲିକ ଡିଭିଜନରେ ସବୁଜ ହୀରା ସଂଗ୍ରହ ହ୍ରାସ ପାଇବାରେ ଲାଗିଛି। ଅତୀତରେ ବାର୍ଷିକ ୩୫ ହଜାର କୁଇଣ୍ଟାଲ କେନ୍ଦୁପତ୍ର ସଂଗ୍ରହ କରି ରେକର୍ଡ କରିଥିବା ଏହି ଡିଭିଜନ ୭ ହଜାର କୁଇଣ୍ଟାଲକୁ ଖସିଆସିଛି। ପ୍ରଚୁର ପରିମାଣର ପତ୍ର ତୋଳାଯାଉଥିଲେ ମଧ୍ୟ ତୋଳାଳିଙ୍କ ବିଶ୍ୱାସ ଜିତିପାରୁ ନ ଥିବାରୁ ସରକାରଙ୍କ ଏହି ଡିଭିଜନ ଚଳିତବର୍ଷ ମାତ୍ର ୯ହଜାର ୫ଶହ କୁଇଣ୍ଟାଲ କେନ୍ଦୁପତ୍ର ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି।
ରାଜ୍ୟରେ ଉତ୍କୃଷ୍ଟ କେନ୍ଦୁପତ୍ର ଉତ୍ପାଦନରେ ଆଠମଲ୍ଲିକର ବେଶ୍ ସୁନାମ ରହିଛି। ଏଠାକାର ଜନସାଧାରଣଙ୍କ ବାର୍ଷିକ ଆୟର ଏକ ଚତୁର୍ଥାଂଶ ଏହି ଜଙ୍ଗଲଜାତ ସାମଗ୍ରୀରୁ ଆସିଥାଏ। ଏଥିପାଇଁ ଏକଦା ଆଠମଲ୍ଲିକ ଡିଭିଜନ ବାର୍ଷିକ ୩୫ ହଜାର କୁଇଣ୍ଟାଲରୁ ଅଧିକ କେନ୍ଦୁପତ୍ର ସଂଗ୍ରହ କରି ରାଜ୍ୟରେ ରେକର୍ଡ ସୃଷ୍ଟି କରିଥିଲା। କିନ୍ତୁ ପତ୍ର ତୋଳିବାଠାରୁ ଆରମ୍ଭ କରି ଉପଯୁକ୍ତ ଯତ୍ନ ନେବା, ତୋଳାଳିଙ୍କୁ ଠିକଣା ସମୟରେ ପାଉଣା ଦେବାରେ ଅହେତୁକ ବିଳମ୍ବ, ସର୍ବନିମ୍ନ ମଜୁରି ଠାରୁ କମ୍ ଅର୍ଥ ଦିଆଯିବା ଏବଂ ସରକାରୀ ଯୋଜନାର ଉପଯୁକ୍ତ ଲାଭ ତୋଳାଳିଙ୍କ ନିକଟରେ ପହଞ୍ଚାଇବାରେ ବିଭାଗୀୟ ଅଧିକାରୀମାନଙ୍କ ଇଚ୍ଛାଶକ୍ତି ଅଭାବରୁ ଏହି ଡିଭିଜନରେ କେନ୍ଦୁପତ୍ର ସଂଗ୍ରହ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଏହାର ସୁଯୋଗ ନେଇ ଡିଭିଜନ ଅଧୀନରେ ଥିବା ଆଠମଲ୍ଲିକ, ମାଧପୁର, କିଆକଟା, କଦଳୀଗଡ଼, ହଣ୍ଡପା, ନାକିଚି, ବଇଣ୍ଡା, ବାମୁର ରେଞ୍ଜ ଅଞ୍ଚଳରେ ଚୋରା କେନ୍ଦୁପତ୍ର ବେପାରୀ ଓ ବିଡି କମ୍ପାନୀର ଦଲାଲ ସକ୍ରିୟ ହୋଇପଡ଼ିଛନ୍ତି। ଚୋରା ବେପାରୀମାନେ ତୋଳାଳିଙ୍କୁ ଆଗୁଆ ବା ଆବଶ୍ୟକତା ସମୟରେ ଅର୍ଥ ପ୍ରଦାନ କରି ସେମାନଙ୍କଠାରୁ କମ୍ ମୂଲ୍ୟରେ ପତ୍ର ନେଇଯାଉଛନ୍ତି। ସେହିପରି ବିଡି କମ୍ପାନୀର ଦଲାଲମାନେ ଘର ଘର ବୁଲି ଜର୍ଦ୍ଦା ବାଣ୍ଟି ଲୋକଙ୍କଠାରୁ ବିଡି କିଣି ନେବା ସହ ବିନା ମୂଲ୍ୟରେ ପତ୍ର ପାଇ ଲାଭରେ ରହୁଥିବା ବେଳେ ତୋଳାଳି ଓ ସରକାର କ୍ଷତି ସହୁଛନ୍ତି। ୨୦୧୬ ମସିହାରେ ଆଠମଲ୍ଲିକ ଡିଭିଜନ ୧୫ ହଜାର କୁଇଣ୍ଟାଲରୁ ଅଧିକ କେନ୍ଦୁପତ୍ର ସଂଗ୍ରହ କରି ପାଖାପାଖି ୨୫ କୋଟି ଟଙ୍କାର ଲାଭ କମାଇଥିଲା। ସେହିପରି ୨୦୧୭ରେ ୧୭ ହଜାର ୧୬୮ କୁଇଣ୍ଟାଲ ପତ୍ର କିଣି ଅଧିକ ୧୨ କୋଟି ଟଙ୍କାରେ ବିକ୍ରି କରିଥିଲା। ୨୦୧୮ରେ ଡିଭିଜନ ୧୨ ହଜାର ୬୦ କୁଇଣ୍ଟାଲ ପତ୍ର ଖରିଦ କରିଥିଲେ ମଧ୍ୟ ପାଖାପାଖି କୋଟିଏ ଟଙ୍କାର କ୍ଷତି ସହିଥିଲା। ୨୦୧୯ରେ ୭ ହଜାର ୫୦୭ କୁଇଣ୍ଟାଲ ପତ୍ର ସଂଗ୍ରହ କରାଯାଇଥିବାବେଳେ ପ୍ରାୟ ୩ କୋଟି ଟଙ୍କା, ୨୦୨୦ରେ ୭ ହଜାର ୫୮୦ କୁଇଣ୍ଟାଲ ପତ୍ର ଖରିଦ କରି ୮ କୋଟି ଟଙ୍କା ଲାଭ ପାଇପାରିଥିଲା। ଚଳିତ ବର୍ଷ ବିଭାଗ ୯ ହଜାର ୫୦୦ କୁଇଣ୍ଟାଲ ପତ୍ର ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିବା ସୂଚନା ମିଳିଛି।
ଚୋରା ବେପାରୀଙ୍କୁ ସାବାଡ଼ କରାଯାଉ
କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ସରକାର ବୋନସ, ବୀମା ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ପାଠପଢ଼ୁଆ ପିଲାଙ୍କୁ ଛାତ୍ରବୃତ୍ତି ଦେଉଛନ୍ତି। ମାତ୍ର ଚୋରା ବେପାରୀମାନେ ଆଗୁଆ ଟଙ୍କା ଦେଇ ପତ୍ର ନେଇଯାଉଥିବାରୁ ତୋଳାଳିମାନେ ଉକ୍ତ ସରକାରୀ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ସରକାର ଚୋରା ବେପାରୀମାନଙ୍କୁ ସାବଡ୍ କଲେ ଡିଭିଜନରେ ପତ୍ର ସଂଗ୍ରହ ବଢ଼ିବ।
-ବିନୋଦ କୁମାର ପ୍ରଧାନ, ସମ୍ପାଦକ, ଆଠମଲ୍ଲିକ କେନ୍ଦୁପତ୍ର ଡିଭିଜନ
ଟଙ୍କା ଦେବାରେ ବିଳମ୍ବ, ସରକାରୀ ସୁବିଧା ମିଳୁନି
ଆଠମଲ୍ଲିକ ରେଞ୍ଜ ହରିଡ଼ାନାଳି ଫଡିରେ ମା’ ଓ ମଁୁ ପ୍ରତିବର୍ଷ କେନ୍ଦୁପତ୍ର ବିକ୍ରି କରୁଥିଲୁ। କିନ୍ତୁ ପତ୍ର ଦେବାର ୨ ମାସ ପରେ ଟଙ୍କା ମିଳୁଥିଲା। ସରକାରଙ୍କ କୌଣସି ଯୋଜନା ଆମକୁ ମିଳୁ ନ ଥିଲା। ୨୪ ଏପ୍ରିଲ ୨୦୧୯ରେ ବିବାହ ହୋଇଥିଲେ ମଧ୍ୟ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିଲା ନାହିଁ। ରେଞ୍ଜ ଅଫିସରେ ଅଭିଯୋଗ ସତ୍ତ୍ୱେ ପଦକ୍ଷେପ ନିଆଗଲା ନାହିଁ। ଏହି କାରଣରୁ ଚଳିତ ବର୍ଷ ସରକାରଙ୍କୁ କେନ୍ଦୁପତ୍ର ବିକ୍ରି କରିନାହଁୁ।
-ଅନିତା ବାଘ, ପତ୍ର ତୋଳାଳି
ଗୋଛା ନ କାଟି ମିଥ୍ୟା ବିଲ୍ ହେଉଛି
ବିଭାଗୀୟ ଅଧିକାରୀମାନେ ଗୋଛା ନ କାଟି ମିଥ୍ୟା ବିଲ୍ ଦ୍ୱାରା ସରକାରୀ ଅର୍ଥ ତୋସାରପାତ କରୁଛନ୍ତି। ମାଗଣା ଏକ ଟଙ୍କିଆ ଚାଉଳ ଦିଆଯାଉଥିବାରୁ କେନ୍ଦୁପତ୍ର ତୋଳାଳି ସଂଖ୍ୟା କମିବାରେ ଲାଗିଛି। ଏହାଛଡ଼ା ଜିଏସ୍ଟି କାରଣରୁ ବାହାର ବ୍ୟବସାୟୀ ଓଡ଼ିଶାରୁ ପତ୍ର ନେବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। ବିଡି କମ୍ପାନୀର ଦଲାଲ ଓ ଚୋରା ବେପାରୀଙ୍କ ଯୋଗୁ ସରକାରୀ ବ୍ୟବସ୍ଥାରେ କେନ୍ଦୁପତ୍ର ସଂଗ୍ରହ ହ୍ରାସ ପାଉଛି।
-ରଣଜିତ ପଟ୍ଟନାୟକ, ସାମାଜିକ କର୍ମୀ, ବଇଣ୍ଡା
ତୋଳାଳିମାନଙ୍କୁ ସଚେତନ କରାଯାଉଛି
କେନ୍ଦୁପତ୍ର ଚୋରା ଚାଲାଣ, ବିଡି କମ୍ପାନୀର ଦଲାଲମାନେ ଗ୍ରାମାଞ୍ଚଳରେ ପ୍ରବେଶ କରିବା, ରାସ୍ତା ଅବ୍ୟବସ୍ଥା, ଚାଷ ଜମି କମିଯିବା ଆଦି କେନ୍ଦୁପତ୍ର ଉତ୍ପାଦନ ହ୍ରାସର ମୂଳ କାରଣ। ଡିଭିଜନ ପକ୍ଷରୁ ଏଥିପାଇଁ ବନ ବିଭାଗର ସହାୟତା ନିଆଯାଉଛି। ତୋଳାଳିଙ୍କ ନିକଟରେ ପହଞ୍ଚତ୍ କର୍ମଚାରୀମାନେ ସଚେତନ କରୁଛନ୍ତି। ଉତ୍ପାଦନ ବଢ଼ାଇବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଉଛି।
-ଶରତ ଚନ୍ଦ୍ର ମହାରଣା, ଡିଏଫ୍ଓ, ଆଠମଲ୍ଲିକ ଡିଭିଜନ
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.