ଜେରୁଜେଲମ,୯ା୬: କରୋନା ଅବଧି ସମୟରେ ଇସ୍ରାଏଲ ବିଶ୍ୱର ପ୍ରଥମ ମାସ୍କ ମୁକ୍ତ ଦେଶ ହେବ। ଏଠାରେ ବନ୍ଦ ସ୍ଥାନରେ ମାସ୍କ ପ୍ରୟୋଗ କରିବାର ନିୟମ ଜୁନ୍ ୧୫ରୁ ଶେଷ ହେବ। ଇସ୍ରାଏଲର ସ୍ବାସ୍ଥ୍ୟମନ୍ତ୍ରୀ ୟୁଲି ଏଡେଲଷ୍ଟାଇନ ଏହା ଘୋଷଣା କରିଛନ୍ତି।
ଦେଶରେ ମାସ୍କ ଲଗାଇବା ନିୟମ ପୂର୍ବରୁ ରଦ୍ଦ ହୋଇସାରିଛି। ସ୍ବାସ୍ଥ୍ୟମନ୍ତ୍ରୀ ଏଡେଲଷ୍ଟାଇନ କହିଛନ୍ତି, ‘ଯଦି ସଂକ୍ରମଣ ବୃଦ୍ଧି ନ ହୁଏ, ତେବେ ପ୍ରତିବନ୍ଧକ ସମ୍ପୂର୍ଣ୍ଣ ରୂପେ ହଟାଯିବ।
ବିଦେଶ ଯାତ୍ରା ସହ ଜଡ଼ିତ ଅଧିକାଂଶ ପ୍ରତିବନ୍ଧକ ଏପର୍ଯ୍ୟନ୍ତ ହଟାଯାଇ ନାହିଁ। ଉଦାହରଣ ସ୍ବରୂପ, ୯ ଦେଶକୁ ଯାତ୍ରା ଏପର୍ଯ୍ୟନ୍ତ ନିଷେଧ ରହିଛି। ଏହି ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନିୟମ ଅଛି। ତାଙ୍କର କରୋନା ପରୀକ୍ଷା ମଧ୍ୟ କରାଯାଉଛି।
ଅନ୍ୟପକ୍ଷରେ ରବିବାର ଠାରୁ ଇସ୍ରାଏଲରେ ୧୨ରୁ ୧୫ ବର୍ଷର ପିଲାମାନଙ୍କର କରୋନା ଟିକାକରଣ ମଧ୍ୟ ଆରମ୍ଭ ହୋଇଛି। ଇସ୍ରାଏଲରେ କରୋନା ଟିକାକରଣ ଅଭିଯାନ ୨୦ ଡିସେମ୍ବର ୨୦୨୦ରେ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀ ଏବଂ ୬୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଥିଲା। ଏହା ପରେ ଟିକାକରଣ ପାଇଁ ବୟସ ହ୍ରାସ କରାଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.