ଝାରସୁଗୁଡ଼ା ଅଫିସ,୧୬ା୬: ଦୋଷୀଙ୍କୁ ଦଣ୍ଡ ବିଧାନ ପାଇଁ ଥାନା, କୋର୍ଟ ଆଦିର ବ୍ୟବସ୍ଥା ରହିଛି। କିନ୍ତୁ ଲୋକେ ଏହା ନ କରି ଆଇନ ହାତକୁ ନେଇ କଙ୍ଗାରୁ କୋର୍ଟରେ ଦୋଷୀଙ୍କୁ ଦଣ୍ଡ ଦେଉଛନ୍ତି। ଏଭଳି ଏକ ଘଟଣା ଘଟିଛି ଝାରସୁଗୁଡ଼ା ଜିଲା ଲଇକେରା ଥାନା ଅଧୀନ ନାୟକ ବନପାଲି ଗ୍ରାମରେ।
ସୂଚନା ଅନୁଯାୟୀ, ଗୋରୁ ମାଂସ ବିକ୍ରି କରୁଥିବା ନେଇ ଗ୍ରାମର କେତେଜଣ ଯୁବକଙ୍କ ଉପରେ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା। ଏ ନେଇ ଗାଁ ମୁଖିଆଙ୍କ ନେତୃତ୍ୱରେ ଗ୍ରାମରେ କଙ୍ଗାରୁ କୋର୍ଟ ବସିଥିଲା। ପରେ କଙ୍ଗାରୁ କୋର୍ଟର ନିଷ୍ପତ୍ତି କ୍ରମେ ଗତ ସୋମବାର ସମ୍ପୃକ୍ତ ୪ ଯୁବକ ନଡିଆ ଧରି ବେକରେ ରଶି ଲଗାଇ ଗାଁ ପରିକ୍ରମା କରିଥିଲେ। ଏପରି କି ଗାଁ ଦାଣ୍ଡରେ ସେମାନେ ଆଣ୍ଠୁମାଡ଼ି ବସି ଗୋରୁ ଭଳି ବୋବାଇଥିଲେ। ପରେ ସେମାନେ ନିଜ ଘରକୁ ଯାଇଥିଲେ। ଏହି ଘଟଣାକୁ କେହି ଜଣେ ମୋବାଇଲରେ କଏଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା। ଭିଡିଓ ଭାଇରାଲ ନେଇ ଲଇକେରା ଥାନା ଆଇଆଇସି ପ୍ରବୀର କେଶରୀ ତ୍ରିପାଠୀଙ୍କୁ ପଚାରିବାରୁ ଏହି ସମ୍ପର୍କରେ ପୋଲିସରେ କୌଣସି ଅଭିଯୋଗ ହୋଇ ନ ଥିବା ସେ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.