ସେଣ୍ଟ ଲୁସିଆ,୨୨।୬: ସେଣ୍ଟ ଲୁସିଆରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବାମହାତୀ ସ୍ପିନର କେଶବ ମହାରାଜ ଇତିହାସ ସୃଷ୍ଟି କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ମହାରାଜ ଏକ ଚମତ୍କାର ହ୍ୟାଟ୍ରିକ ନେଇଥିଲେ। ସେ କେବଳ ଦ୍ୱିତୀୟ ଦକ୍ଷିଣ ଆଫ୍ରିକୀୟ ବୋଲର ଯିଏକି ଟେଷ୍ଟ ହ୍ୟାଟ୍ରିକ ନେଇଛନ୍ତି। ସେ ପ୍ରଥମ ଦକ୍ଷିଣ ଆଫ୍ରିକୀୟ ସ୍ପିନର ଯିଏକି ଟେଷ୍ଟ ମ୍ୟାଚରେ ହ୍ୟାଟ୍ରିକ ନେଇଥିଲେ। କେଶବ ମହାରାଜ କ୍ରମାଗତ ତିନିଟି ବଲରେ କିରାନ ପାୱେଲ, ଜେସନ ହୋଲ୍ଡର ଏବଂ ଜୋଶୁଆ ଡା ସିଲଭାଙ୍କୁ ଆଉଟ୍ କରି ହ୍ୟାଟ୍ରିକ ନେଇଥିଲେ। ୱେଷ୍ଟଇଣ୍ଡିଜ ଇନିଂସର ୩୭ତମ ଓଭରରେ କେଶବ ମହାରାଜ ହ୍ୟାଟ୍ରିକ ନେଇଥିଲେ। ୩୭ ତମ ଓଭରର ତୃତୀୟ ବଲରେ ମହାରାଜ କିରଣ ପାୱେଲଙ୍କ ଉଇକେଟ ନେଇଥିଲେ। ପରବର୍ତ୍ତୀ ବଲରେ ମହାରାଜ ମଧ୍ୟ ଜେସନ ହୋଲଡରଙ୍କୁ ଏବଂ ଷଷ୍ଠ ବଲ୍ରେ ଜୋଶୁଆ ଡା ସିଲଭାଙ୍କୁ ଆଉଟ୍ କରିଥିଲେ। ୬୧ ବର୍ଷ ପରେ ଦକ୍ଷିଣ ଆଫ୍ରିକାର କୌଣସି ବୋଲର ଟେଷ୍ଟରେ ହ୍ୟାଟ୍ରିକ ନେଇଛନ୍ତି।
କେଶଭ ମହାରାଜ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ପ୍ରଥମ ସ୍ପିନର ଯିଏ ଟେଷ୍ଟରେ ହ୍ୟାଟ୍ରିକ ନେବାରେ ସଫଳତା ହାସଲ କରିଛନ୍ତି। ସେ ଦ୍ୱିତୀୟ ଦକ୍ଷିଣ ଆଫ୍ରିକୀୟ ବୋଲର ଯିଏକି ଟେଷ୍ଟରେ ଏହି ସଫଳତା ହାସଲ କରିଛନ୍ତି । ୬୧ ବର୍ଷ ପୂର୍ବେ ଦ୍ରୁତ ବୋଲର ଜୋଫ୍ ଗ୍ରିଫିନ ହ୍ୟାଟ୍ରିକ ନେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.