କ୍ରିକେଟରେ ପ୍ରାୟତଃ ଅନେକ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ୟୁରୋପୀୟ ଟି-୧୦ କ୍ରିକେଟ ଲିଗରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଏଭଳି ଏକ ଇନିଂସ ଖେଳିଛନ୍ତି। ଇସିଏସ୍ ଟି୧୦ ଟୁର୍ନାମେଣ୍ଟରେ ମୁସାଦ୍ଦିକ ଅହମ୍ମଦ ମାତ୍ର ୨୮ ବଲରେ ଶତକ ହାସଲ କରିଥିଲେ। କୁମରଫେଲଡର୍ ସ୍ପୋର୍ଟଭେରେନ ପାଇଁ ଖେଳୁଥିବା ଅହମ୍ମଦ ମାତ୍ର ୩୩ ବଲରେ ୧୧୫ ରନ ସଂଗ୍ରହ କରିଥିଲେ। ସେ ୭ ଚୌକା ଓ ୧୩ ଛକା ମାରିଥିଲେ। ଅହମ୍ମଦଙ୍କ ଷ୍ଟ୍ରାଇକ ହାର ୩୪୮ ଥିଲା। ତାଙ୍କ ବିସ୍ଫୋରକ ଶତକ ଆଧାରରେ ଦଳ ୧୦ ଓଭରରେ ୧୯୮ ରନ ସଂଗ୍ରହ କରିଥିଲା। ଏହାର ଜବାବରେ, ଟିଏଚ୍ସିସି ହାମବର୍ଗର ଦଳ ମାତ୍ର ୫୩ ରନ ସ୍କୋର କରିଥିଲା। ଫଳରେ ଟିଏଚ୍ସିସି ୧୪୫ ରନ୍ରେ ମ୍ୟାଚ୍ ହାରିଥିଲା। ଏହି ଇନିଂସ ସହିତ ଅହମ୍ମଦ ଇସିଏସ୍ ଟି୧୦ ଟୁର୍ନାମେଣ୍ଟ ଇତିହାସରେ ଏକ ଶତକ ସ୍କୋର କରିବାରେ ଦ୍ରୁତତମ ଖେଳାଳି ହୋଇପାରିଛନ୍ତି। ସେ ୨୯ ବଲ୍ରେ ଶତକ ହାସଲ କରିଥିବା ଗୋହାର ମନାନଙ୍କ ରେକର୍ଡ ଭାଙ୍ଗିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.