କ୍ରିକେଟରେ ୧୯୬୦ ଏବଂ ୭୦ ଦଶକ ୱେଷ୍ଟଇଣ୍ଡିଜ ନାମରେ ନାମିତ ହୋଇଥିଲା। ଦ୍ରୁତ ବୋଲର ଏବଂ ଦୃଢ ବ୍ୟାଟ୍ସମ୍ୟାନ୍ଙ୍କ ଉପସ୍ଥିତିରେ ୱେଷ୍ଟଇଣ୍ଡିଜ ସେହି ସମୟରେ କ୍ରିକେଟ୍ ଜଗତରେ ରାଜ୍ କରୁଥିଲା। ଏହି ଦଳ ଉଭୟ ଟେଷ୍ଟ ଏବଂ ଏକଦିବସୀୟ ଫର୍ମାଟରେ ଆଭିପତ୍ୟ ଜାହିର୍ କରିଥିଲା। ଦିନିକିଆ ବିଶ୍ୱକପ ୧୯୭୫ରେ ଆରମ୍ଭ ହୋଇଥିଲା ଏବଂ ୱେଷ୍ଟଇଣ୍ଡିଜ ପ୍ରଥମ ଦଳ ଭାବରେ ଟାଇଟଲ ଜିତିଥିଲା। ୪ ବର୍ଷ ପରେ କାରିବିଆନ ଦଳ ମଧ୍ୟ ଦ୍ୱିତୀୟ ବିଶ୍ୱକପ ଜିତିଥିଲା। ଆଜି ସେହି ବିଜୟର ୪୨ ବର୍ଷ ପୂରଣ ହୋଇଛି। ୨୩ ଜୁନ ୧୯୭୯ରେ ୱେଷ୍ଟଇଣ୍ଡିଜ କ୍ରମାଗତ ଦ୍ୱିତୀୟ ଥର ପାଇଁ ଲର୍ଡସରେ ଆୟୋଜକ ଇଂଲଣ୍ଡକୁ ୯୨ ରନ୍ରେ ପରାସ୍ତ କରି ଦ୍ୱିତୀୟ ବିଶ୍ୱକପ୍ ଚାମ୍ପିଅନ ହୋଇଥିଲା। ଏହି ଦଳର ବିଜୟର ହିରୋମାନେ ହେଲେ ଭିଭିଆନ ରିଚାର୍ଡସ ଏବଂ ଜୁଏଲ ଗାର୍ନର। ଫାଇନାଲରେ ରିଚାର୍ଡସ ଅପରାଜିତ ୧୩୮ ଖେଳିଥିବାବେଳେ ଗାର୍ନର ପାଞ୍ଚଟି ଉଇକେଟ ନେଇଥିଲେ।
୧୯୭୯ ବିଶ୍ୱକପରେ ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡର ଫାଇନାଲକୁ ଯାତ୍ରା ଚମତ୍କାର ଥିଲା। ସମସ୍ତ ପ୍ରାରମ୍ଭିକ ମ୍ୟାଚ ଜିତିବା ପରେ ଉଭୟ ଦଳ ଫାଇନାଲରେ ପ୍ରବେଶ କରିଥିଲେ। ବିଶ୍ୱକପ ଜିତିବା ପାଇଁ ଇଂଲଣ୍ଡକୁ ୬୦ ଓଭରରେ ୨୮୭ ରନ ସ୍କୋର କରିବାକୁ ଥିଲା। ଇଂଲଣ୍ଡର ପୁରା ଦଳ ୧୯୪ ରନ ପାଇଁ ଆଉଟ ହୋଇଥିଲେ ଏବଂ ୱେଷ୍ଟଇଣ୍ଡିଜ ୯୨ ରନ୍ରେ ମ୍ୟାଚ ଜିତିଥିଲା। ୱେଷ୍ଟଇଣ୍ଡିଜ ଦ୍ରୁତ ବୋଲର ଜୁଏଲ ଗାର୍ନର ମାତ୍ର ୧୧ ବଲରେ ୫ ଉଇକେଟ ନେଇଥିଲେ। ଏହି ମ୍ୟାଚରେ ଶୂନରେ ମୋଟ ଖେଳାଳି ଆଉଟ୍ ହୋଇଥିଲେ। ଏଥିରେ ୱେଷ୍ଟଇଣ୍ଡିଜ୍ର ୪ ଖେଳାଳି ଏବଂ ଇଂଲଣ୍ଡର ପାଞ୍ଚ ଜଣ ଖେଳାଳି ଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.