ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତି ହାଇକୋର୍ଟରେ କାଏମ

କଟକ ଅଫିସ, ୮।୬: ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍‌) ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ଫଳରେ ସ୍ୟାଟ୍‌ ଉଚ୍ଛେଦ ପାଇଁ ବାଟ ସଫା ହେବା ସହ ଅଦାଲତି ବିବାଦର ଅନ୍ତ ଘଟିଛି। ହାଇକୋର୍ଟ ସୋମବାର ତାଙ୍କ ରାୟରେ ଜଣାଇଛନ୍ତି, କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୨ରେ ସ୍ୟାଟ୍‌ ଉଚ୍ଛେଦ ପାଇଁ ଯେଉଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ସେଥିରେ ଅଦାଲତ ହସ୍ତକ୍ଷେପ କରିବାର କୌଣସି ଭିତ୍ତି ନାହିଁ। ସ୍ୟାଟ୍‌ ଯେଉଁ ଉଦ୍ଦେଶ୍ୟ ନେଇ ଗଠନ ହୋଇଥିଲା ତାହା ସଫଳ ନ ହେବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ଉଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏହି ନିଷ୍ପତ୍ତି ଉପରେ ହାଇକୋର୍ଟ ହସ୍ତକ୍ଷେପ କରିବନି ବୋଲି ରାୟରେ ଜଣାଇଛନ୍ତି। ତେଣୁ ସ୍ୟାଟ୍‌ ଉଚ୍ଛେଦକୁ ବିରୋଧ କରି ରୁଜୁ ହୋଇଥିବା ସମସ୍ତ ମାମଲା ଖାରଜ ହୋଇଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଏବଂ ବିଚାରପତି ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ଏହି ମାମଲାର ରାୟ ପ୍ରକାଶ କରି ଏହା କହିଛନ୍ତି। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ବଳରେ ସ୍ୟାଟ୍‌ରେ ଥିବା ପ୍ରାୟ ୭୦ ହଜାର ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହେବ।
ସୂଚନାଯୋଗ୍ୟ, ୨୦୧୫ ସେପ୍ଟେମ୍ବର ୯ରେ ସ୍ୟାଟ୍‌ ଉଚ୍ଛେଦ ନେଇ ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତିକୁ ବିରୋଧ କରି କଟକ ଏବଂ ଭୁବନେଶ୍ୱର ସ୍ୟାଟ୍‌ ବାର୍‌ ଆସୋସିଏସନ୍‌ ସମେତ ଏକାଧିକ ମାମଲା ହାଇକୋର୍ଟରେ ରୁଜୁ ହୋଇଥିଲା। ପରେ କେନ୍ଦ୍ର ସରକାର ୨୦୧୯ ଅଗଷ୍ଟରେ ଏହି ନିଷ୍ପତ୍ତି ଉପରେ ମୋହର ମାରିଥିଲେ। ସ୍ୟାଟ୍‌ ଉଚ୍ଛେଦ ଉପରେ ଆବେଦନକାରୀମାନେ ଅଭିଯୋଗ ଆଣି ଦର୍ଶାଇଥିଲେ, ସରକାରଙ୍କ ଏହି ନିଷ୍ପତ୍ତି ସ୍ବେଚ୍ଛାଚାରିତା, ଅପରିଣାମଦର୍ଶିତା। କିନ୍ତୁ ଏହି ଅଭିଯୋଗକୁ ହାଇକୋର୍ଟ ଗ୍ରହଣ କରିନାହାନ୍ତି। ଏହି ଯୁକ୍ତି ଭୁଲ୍‌ ବୋଲି ହାଇକୋର୍ଟ ରାୟରେ ଦର୍ଶାଇଛନ୍ତି। ଅପରପକ୍ଷରେ ଅଦାଲତ ଅବମାନନା ମାମଲାରୁ ଖସିବା ପାଇଁ ପ୍ରଶାସନିକ ଅଧିକାରୀମାନେ ସ୍ୟାଟ୍‌ ଉଚ୍ଛେଦ ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଯେଉଁ ଯୁକ୍ତି ରଖାଯାଇଛି, ତାହାକୁ ମଧ୍ୟ ହାଇକୋର୍ଟ ଗ୍ରହଣ କରିନାହାନ୍ତି। ହାଇକୋର୍ଟରେ ଏହିସବୁ ମାମଲାର ଶୁଣାଣିବେଳେ ଯଦି କୌଣସି ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୁଏ ତା’ହେଲେ ସେମାନେ ମଧ୍ୟ ଏଠାରେ ସମାନ ଧରଣର ଦଣ୍ଡବିଧାନକୁ ସାମ୍ନା କରିବେ ବୋଲି ହାଇକୋର୍ଟ ରାୟରେ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.