କାର୍ଯ୍ୟକ୍ଷମ ହେଲା ଦେଓ ପ୍ରକଳ୍ପ

ବାରିପଦା ଅଫିସ/ଠାକୁରମୁଣ୍ଡା, ୨୬।୬ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ହାତୀବାରିଠାରେ ନିର୍ମାଣାଧୀନ ବହୁ ପ୍ରତିକ୍ଷୀତ ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ଶୁକ୍ରବାର ପରୀକ୍ଷାମୂଳକ ଭାବେ ପ୍ରକଳ୍ପରୁ କେନାଲରେ ପାଣି ଛଡ଼ାଯାଇଛି। କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ, ଜିଲାପାଳ ବିନୀତ ଭରଦ୍ୱାଜ, ଏସ୍‌ପି ସ୍ମିଥ୍‌ ପି.ପରମାର, କରଞ୍ଜିଆ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ, ଦେଓ ପ୍ରକଳ୍ପର ମୁଖ୍ୟ ବାଦଲ କୁମାର ସାହୁ, ନିର୍ବାହୀ ଯନ୍ତ୍ରୀ ଅନୀଲ କୁମାର ପାଣିଗ୍ରାହୀ ପ୍ରମୁଖ ଏହାର ଉଦ୍‌ଘାଟନ କରିଛନ୍ତି। ଦୀର୍ଘ ୨୯ ବର୍ଷ ପରେ ମୟୂରଭଞ୍ଜ ଓ କେନ୍ଦୁଝରବାସୀଙ୍କ ସ୍ବପ୍ନ ପୂରଣ ହୋଇଥିବା ବେଳେ ହଜାର ହଜାର ଚାଷୀ ଏଥିରୁ ଉପକୃତ ହୋଇପାରିବେ। ପ୍ରକଳ୍ପର ଦକ୍ଷିଣ କେନାଲରେ ଥିବା ୩୨.୬୯ କି.ମି. ପର୍ଯ୍ୟନ୍ତ ପାଣି ଛଡ଼ାଯାଇଛି। ଖରିଫ ଚାଷ ପାଇଁ ୩୫ ଶହ ହେକ୍ଟର ଚାଷଜମିକୁ ଜଳସେଚନ ହେବାକୁ ଥିବାରୁ ଚାଷୀ ମହଲରେ ଖୁସିର ଲହରୀ ଖେଳିଯାଇଛି।
ସେହିପରି ପ୍ରକଳ୍ପର ଉତ୍ତରରେ ଥିବା ୨୫.୩୦ କି.ମି. କେନାଲ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ମୟୂରଭଞ୍ଜ ଜିଲା ପାଞ୍ଚପିଢ ଉପଖଣ୍ଡର ୬ ହଜାର ୬୭୭ ହେକ୍ଟର ଓ କେନ୍ଦୁଝର ଜିଲାର ୩ ହଜାର ୨୨୩ ହେକ୍ଟର ଜମିରେ ଜଳସେଚନ ହୋଇପାରିବ। ପ୍ରକାଶ ଯେ, ଏହି ପ୍ରକଳ୍ପ ନିମନ୍ତେ ୧୯୯୨ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା। ବହୁ ବାଦବିବାଦ ମଧ୍ୟରେ ଉକ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାକୁ ଯାଉଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.