ଭଦ୍ରକ ଅଫିସ,୬।୬: ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ପଖିଆଗୁଡ଼ି ଅଞ୍ଚଳର ଜଣେ ଯୁବତୀଙ୍କୁ ଚାରିଡିହା ଗ୍ରାମର ଜଣେ ଯୁବକ ବିବାହ କରିବାକୁ ବାଧ୍ୟ କରୁଛନ୍ତି। ତାଙ୍କୁ ବିବାହ ନ କଲେ ଏସିଡ଼ ମାଡ଼ କରିବା ସହ ହତ୍ୟା ଧମକ ଦେଉଥିବା ନେଇ ଯୁବତୀଙ୍କ ମା’ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ଏକ ମାମଲା (ନଂ.୨୪୯/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସମ୍ପୃକ୍ତ ଯୁବକ ନିଜକୁ ଇଞ୍ଜିନିୟର ପରିଚୟ ଦେଇ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ପରେ ସେ ଇଞ୍ଜିନିୟର ନୁହେଁ ବୋଲି ଯୁବତୀ ଜାଣିପାରି ତାଙ୍କ ପକ୍ଷରୁ ବିବାହ ପାଇଁ ପ୍ରତ୍ୟାଖାନ କରାଯାଇଥିଲା। ଯୁବକ ଜଣଙ୍କ ଏଥିରେ ରାଗିଯାଇ ଯୁବତୀଙ୍କ ଉପରେ ଏସିଡ୍ ମାଡ଼ କରିବେ ଓ ଅନ୍ୟ କାହା ସହ ବିବାହ କରାଇ ଦେବେ ନାହିଁ ବୋଲି ବିଭିନ୍ନ ଧମକ ଦେଇଥିବା ଏତଲାରେ ଦର୍ଶାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଆଲୋକ କୁମାର ଜେନା ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ଭଦ୍ରକ, ରାଜ୍ୟ View All
ଗଞ୍ଜାମରେ ଟିକାକରଣ ସ୍ବଭାବିକ
ଛତ୍ରପୁର,୨୫।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ମେଗା କୋଭିଡ୍ ଟିକାକାରଣ ଶୁକ୍ରବାର ଠାରୁ ପୁଣି ସ୍ବଭାବିକ ହୋଇଛି। ଗୁରୁବାର ଜିଲାର ୧୦ବ୍ଲକରେ ଟିକା ଦେବା ବନ୍ଦ ଥିଲା। ତେବେ...
ଟିକା ଗ୍ଲୋବାଲ ଟେଣ୍ଡରକୁ ଧକ୍କା
ଭୁବନେଶ୍ୱର,୨ା୬(ବ୍ୟୁରୋ):ରାଜ୍ୟ ସରକାର ୧୮ରୁ ୪୪ ବର୍ଷର ଲୋକଙ୍କୁ ମାଗଣାରେ କୋଭିଡ୍ ଟିକା ଯୋଗାଇବାକୁ ଘୋଷଣା କରିଛନ୍ତି। ହେଲେ ଟିକା ସଂଗ୍ରହ କରିବା ଏବେ ସରକାରଙ୍କ ପାଇଁ...
ତୈଳଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ
ଛତ୍ରପୁର,୧୧।୬(ଡି.ଏନ୍.ଏ.): କେନ୍ଦ୍ରସରକାରଙ୍କ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆନ୍ଦୋଳନର ଡାକରା ଦିଆଯାଇଛି। ଏହିପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି...
ଅଧିକ ସଂଖ୍ୟାରେ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ହେବ
ଭୁବନେଶ୍ୱର, ୨୨।୬(ବ୍ୟୁରୋ):ଓଡ଼ିଶାର ବିଭିନ୍ନ ଜିଲାରେ ଅଧିକ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ଲାଗି ପିଏମ୍ଏଫ୍ଏମ୍ଇ ରାଜ୍ୟ କୋର୍ ଗ୍ରୁପ୍ ବୈଠକରେ ନିଷ୍ପତ୍ତି ହୋଇଛି। ଅଣୁ,...
ସାଇକେଲ ଚାଳନା ପ୍ରସାର ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୫।୬(ବ୍ୟୁରୋ): ରୋଟାରୀ କ୍ଲବ୍ ଇକୋ ପକ୍ଷରୁ ଅନ୍ଲାଇନ୍ ଜରିଆରେ ଶୁକ୍ରବାର ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି। ଏଥିରେ ରୋଟାରୀ କ୍ଲବ ଇକୋର ସଭାପତି...
୧୪ ଯାଏ ପ୍ରବଳ ବର୍ଷା
ଭୁବନେଶ୍ୱର, ୯/୬(ବ୍ୟୁରୋ):ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୨ରୁ ୩ଦିନ ମଧ୍ୟରେ ଓଡ଼ିଶା ଛୁଇଁବ। ଏ ନେଇ ମଙ୍ଗଳବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...
ଲେଖିକା ମୀନାକ୍ଷୀ ଦେବୀଙ୍କ ପରଲୋକ
କଟକ ଅଫିସ, ୩।୬: ବିଶିଷ୍ଟ ଲେଖିକା ତଥା ଉତ୍କଳ ସାହିତ୍ୟ ସମାଜ ସାଧାରଣ ସମ୍ପାଦିକା ମୀନାକ୍ଷୀ ଦେବୀ(୬୬)ଙ୍କର ବୁଧବାର ପରଲୋକ ହୋଇଯାଇଛି। କଟକ ରାଜାବଗିଚା ଚକୋଲେଟ୍...
ଟିକା ନେବାକୁ ଡରୁଛନ୍ତି ଲୋକେ
ବୁଗୁଡ଼ା,୧୪ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ପଞ୍ଚାୟତରେ ଟିକା ନେବାକୁ ଲୋକେ ଡରୁଛନ୍ତି l ଏହି ପଞ୍ଚାୟତର ଦୁଇଟି ଆଦିବାସୀ ଗ୍ରାମ ମରେଇପଲ୍ଲୀ...


