E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ରାନ୍‌ସମ୍‌ୱେର ଯୁଗ
8:16 amJune 8, 2021

ଗୁଗଲ୍‌, ଆମାଜନ ଓ ଫେସ୍‌ବୁକ୍‌ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ (ଏମ୍‌ଏନ୍‌ସି) ସମଗ୍ର ବିଶ୍ୱରେ ବେପାର କରୁଛନ୍ତି। କିନ୍ତୁ ହାତଗଣତି ଦେଶରେ ଟିକସ ଦେଉଛନ୍ତି। ହେଲେ ଆଗକୁ ସେମାନଙ୍କୁ ବିଶ୍ୱ ସର୍ବନିମ୍ନ କର୍ପୋରେଟ୍‌ ଟିକସ ଭାବେ ୧୫ ପ୍ରତିଶତ ପଇଠ କରିବାକୁ ପଡ଼ିବ। ୫ ଜୁନ୍‌ରେ ଲଣ୍ଡନଠାରେ ଅନୁଷ୍ଠିତ ଜି-୭ ରାଷ୍ଟ୍ରଗୁଡ଼ିକର ଅର୍ଥମନ୍ତ୍ରୀଙ୍କ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସର୍ବନିମ୍ନ କର୍ପୋରେଟ୍‌ ଟିକସ ଉପରେ ଆସନ୍ତା ମାସରେ ରାଜିନାମା ସ୍ବାକ୍ଷରିତ ହେବ ବୋଲି ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ନିଷ୍ପତ୍ତି ଜି-୭ ବୈଠକରେ ନିଆଯାଇଛି, କିନ୍ତୁ ଏଥିପ୍ରତି ଅନ୍ୟ ଦେଶଗୁଡ଼ିକ ପକ୍ଷରୁ ତୀବ୍ର ବିରୋଧ ପ୍ରକାଶ ପାଇବାକୁ ଆରମ୍ଭ କଲାଣି। ତେବେ ବ୍ରିଟେନ୍‌ ଅର୍ଥମନ୍ତ୍ରୀ ରିଷି ସୁନକ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା ଉପରେ ମଧ୍ୟ ଆଲୋଚନା ହୋଇଛି ଯେ, ଏମ୍‌ଏନ୍‌ସିଗୁଡ଼ିକୁ ଆକୃଷ୍ଟ କରିବା ଲାଗି ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଯେଉଁ କମ୍‌ ଟିକସ ଲୋଭ ଦେଖାଯାଉଥିଲା ତାହା ବନ୍ଦ ହୋଇଯିବ। ଉଲ୍ଲେଖଯୋଗ୍ୟ ଯେ, ଏହି ଜି-୭ ବର୍ଗରେ ବ୍ରିଟେନ୍‌ ସହିତ ଥିବା ଅନ୍ୟ ବିକଶିତ ଦେଶଗୁଡ଼ିକ ହେଉଛନ୍ତି-ଆମେରିକା, କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ଜାପାନ।
ସାଧାରଣତଃ ସୂଚନା ଓ ପ୍ରଯୁକ୍ତି ସହ ସମ୍ପୃକ୍ତ ଅନେକ ଏମ୍‌ଏନ୍‌ସିର ସ୍ଥାୟୀ ଭିତ୍ତିଭୂମି କୌଣସି ଦେଶରେ ନ ଥିଲେ ମଧ୍ୟ ସେଠାକାର ବଜାରରୁ ବିପୁଳ ଅର୍ଥ ରୋଜଗାର କରିପାରୁଛନ୍ତି। ପାଣ୍ଡେମିକ୍‌ ସମୟରେ ସେମାନଙ୍କ ଲାଭ ବହୁଗୁଣିତ ହୋଇଯାଇଛି। ହେଲେ ଅଧିକାଂଶ କମ୍ପାନୀ ନିର୍ଦ୍ଦିଷ୍ଟ ଦେଶର ନାଗରିକଙ୍କ ଦ୍ୱାରା ଲାଭବାନ ହେଉଥିଲେ ମଧ୍ୟ ସେହି ରାଷ୍ଟ୍ରକୁ କିଛି ଟିକସ ଦେଉନାହାନ୍ତି। କେତେକ ଅତି ଚାଲାକ କରି ବୌଦ୍ଧିକ ସମ୍ପତ୍ତି ଆଳ ଦେଖାଇ ସହାୟକ କମ୍ପାନୀ ଜରିଆରେ ଟିକସ ସୁବିଧା ନେବାରେ ସକ୍ଷମ ହେଉଛନ୍ତି। ସର୍ବନିମ୍ନ ଟିକସ ବ୍ୟବସ୍ଥା ଲାଗୁ ହୋଇଗଲେ ଯେଉଁ ରାଷ୍ଟ୍ରରେ ଏମ୍‌ଏନ୍‌ସିଗୁଡ଼ିକ କାର୍ଯ୍ୟ କରୁଛନ୍ତି ସେହି ଦେଶକୁ ଟିକସ ଦେବାକୁ ବାଧ୍ୟ ହେବେ।
ଏହି ପରିପ୍ରେକ୍ଷୀରେ ଭାରତ କଥା ଦେଖିଲେ, ଘରୋଇ କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ବିଭିନ୍ନ ଆଳ ଦେଖାଇ ଟିକସ ଫାଙ୍କିବାରେ ଲାଗିଛନ୍ତି। ଏଭଳି କାରବାରରେ ରାଜନେତା ଓ ଅମଲାତନ୍ତ୍ରୀଙ୍କ ଭୂମିକା ରହିଥାଏ। ଏମ୍‌ଏନ୍‌ସିଗୁଡ଼ିକ ସହ ସଲାସୁତରା କରି ଏହି ବର୍ଗ ନିଜ ପକେଟ ପାଇଁ ଅର୍ଥ ରଖିଦେଲା ପରେ ଦେଶର ଆର୍ଥିକ ସ୍ଥିତି ଯୁଆଡ଼େ ଯାଉ ପଛେ ଚିନ୍ତା କରୁନାହାନ୍ତି। ଅନୁରୂପ ଭାବେ ରାଜ୍ୟଗୁଡ଼ିକ କ୍ଷେତ୍ରରେ ଦେଖିଲେ ଏମ୍‌ଏନ୍‌ସି ହେଉ ବା ଦେଶର ବୃହତ୍‌ କମ୍ପାନୀକୁ ନିଜ ଅଞ୍ଚଳରେ ସ୍ଥାପନ କରିବା ଲାଗି ଗୋଟେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିବା ଭଳି ମନେହେଉଛି। କେଉଁ ରାଜ୍ୟ କେତେ ଶିଳ୍ପ ସଂସ୍ଥାକୁ ଡାକି କେଡ଼େ ଆକାରରେ ପୁଞ୍ଜି ବିନିଯୋଗ କରିପାରିଛି ତାହାକୁ ନେଇ ଜୋରଦାର ପ୍ରଚାର କରାଯାଉଛି। କେହି ପ୍ରଶ୍ନ କରୁନାହାନ୍ତି ଯେ, ପ୍ରତିବର୍ଷ ନିର୍ଦ୍ଦିଷ୍ଟ ରାଜ୍ୟରେ ହେଉଥିବା ବିପୁଳ ପୁଞ୍ଜି ନିବେଶର ସୁଫଳ ସେଠାକାର ଜନସାଧାରଣଙ୍କୁ ମିଳୁନାହିଁ କାହିଁକି। ନିଯୁକ୍ତି ସୁଯୋଗ ପାଇବାରୁ ଯୁବତୀଯୁବକ ବଞ୍ଚିତ ହେବା ବିଷୟକୁ ତର୍ଜମା କରାଯାଉନାହିଁ। ଏହାର ପ୍ରମୁଖ କାରଣ ହେଉଛି ଆଜିକାଲି ବୃହତ୍‌ କର୍ପୋରେଟ୍‌ ସଂସ୍ଥା ଅଧିକ ମାନବ ସମ୍ବଳକୁ ବ୍ୟବହାର ନ କରି ସୂଚନା ପ୍ରଯୁକ୍ତି ସମ୍ବନ୍ଧୀୟ ସେବା (ଆଇଟିଇଏସ୍‌)କୁ ଉପଯୋଗ କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ମୂଲ୍ୟବାନ ଜମି, ପ୍ରାକୃତିକ ସମ୍ବଳ ଆଦି ସମ୍ପୃକ୍ତ କମ୍ପାନୀ ହାତରେ ସଅଁପି ଦେଇ ନେତୃତ୍ୱ ନେଉଥିବା ବର୍ଗ ଶ୍ରେୟ ନେଉଛନ୍ତି। ବିଶେଷକରି ଭାରତବର୍ଷର ଅନେକ ଯୁବତୀଯୁବକଙ୍କ ମଧ୍ୟରେ ନିଯୁକ୍ତି ଯୋଗ୍ୟତାର ଅଭାବ ଥିବା ହେତୁ ରୋଜଗାରକ୍ଷମ ହେବା ସମ୍ଭବପର ହେଉନାହିଁ। ଭାରତ ତୁଳନାରେ ଭିଏଟ୍‌ନାମ କିମ୍ବା ଫିଲିପାଇନ୍ସ ଭଳି ଦେଶରେ ଆଇଟିଇଏସ୍‌ରେ ଦକ୍ଷତା ଅଧିକ ରହୁଥିବାରୁ ବିଶ୍ୱସ୍ତରୀୟ ପୁଞ୍ଜି ନିବେଶରେ ସେହି ଦେଶଗୁଡ଼ିକ ଆଗୁଆ ହୋଇଗଲେଣି। ଏବେ ସମଗ୍ର ପୃଥିବୀରେ ବ୍ୟବସାୟ ଓ ଶିଳ୍ପର ମୌଳିକ ଢାଞ୍ଚାରେ ବିରାଟକାୟ ପରିବର୍ତ୍ତନ ଘଟିବାକୁ ଆରମ୍ଭ କଲାଣି। ପୂର୍ବରୁ ଯୁକ୍ତି ବଢ଼ାଯାଉଥିଲା ଯେ ସରକାର କୌଣସି ବ୍ୟବସାୟରେ ସମ୍ପୃକ୍ତ ରହିବା ଉଚିତ ନୁହେଁ। ଯେତେବେଳେ ପାଲଟା ପ୍ରଶ୍ନ ଭାବେ ପଚରାଯାଉଥିଲା ଯେ, ସରକାର ଆଦାୟ କରୁଥିବା ଟିକସର କେଉଁ ପ୍ରକାର ସଦୁପଯୋଗ କରାଯିବା ଉଚିତ ତାହାର ଉତ୍ତର ଭାବେ କୁହାଯାଉଥିଲା, ସରକାର କେବଳ ଭିତ୍ତିଭୂମି ପ୍ରସ୍ତୁତ କରିବା କଥା। ଅନେକ ଦେଶରେ ଦେଖାଯାଇଛି ଯେ, ଏହିଭଳି ଭିତ୍ତିଭୂମି କରଦାତାଙ୍କ ଅର୍ଥରେ ଗଢ଼ାଯାଇ ଘରୋଇ ବ୍ୟବସାୟୀମାନଙ୍କୁ ରକ୍ଷଣାବେକ୍ଷଣ ପାଇଁ ହସ୍ତାନ୍ତର କରିଦିଆଯାଉଥିଲା। ଏବେ ସମଗ୍ର ପୃଥିବୀରେ ସେହି ଚିନ୍ତାଧାରାକୁ ନେଇ ଆଲୋଚନା କରାଯାଉଛି। ଆଇଟିଇଏସ୍‌ର ସୁବିଧାରେ ପ୍ରକୃତ ଭିତ୍ତିଭୂମିର ଆବଶ୍ୟକତା ଗୌଣ ହୋଇପଡ଼ିବ। ସେହି ସମୟକୁ ଅପେକ୍ଷା କରି ବସିଥିବା ଏମ୍‌ଏନ୍‌ସି ବୁଝିଗଲେଣି ଯେ, ସେମାନଙ୍କ ସମୟ ଆସିଗଲାଣି। ସେମାନଙ୍କ ସେବା ଉପରେ ସାରା ପୃଥିବୀ ନିର୍ଭରଶୀଳ ହୋଇପଡ଼ିଲାଣି। ଅପରାଧୀ ମଧ୍ୟ ନିଜର ଦକ୍ଷତାକୁ ବୃଦ୍ଧି କରାଇ ରାନ୍‌ସମ୍‌ଓ୍ବେର୍‌ ପ୍ରସ୍ତୁତି କରିବାରେ ଲାଗିପଡ଼ିଲେଣି। ଯେତେବେଳେ ଅର୍ଥର ରୂପ କ୍ରିପ୍‌ଟୋକରେନ୍ସିଠାରୁ ଆଗେଇ ଯାଉଛି, ସେତେବେଳେ ଭାରତକୁ ମଧ୍ୟ ନିଜର ପୁରୁଣା ବ୍ୟବସାୟିକ ଢାଞ୍ଚାରେ ପରିବର୍ତ୍ତନ ଆଣିବା ଜରୁରୀ ହୋଇପଡ଼ିଲାଣି।


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ଏଇ ଭାରତରେ

ନିଜ ଜୀବନରେ ଯାହା ଘଟିିଥିଲା ତାହା ଅନ୍ୟମାନଙ୍କ ଜୀବନରେ ନ ଆସୁ- ଏମିତି ଭାବନା ନେଇ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ମହାରାଷ୍ଟ୍ରର ଅନୁରାଧା...

ଏଇ ଭାରତରେ

ପଞ୍ଜାବର ଦୁଇ ମହିଳା ବନ ଅଧିକାରୀ କଳ୍ପନା କେ ଏବଂ ଏମ୍‌ ଗୀତାଞ୍ଜଳିଙ୍କର ପରିବେଶ ତଥା ଜୀବ ସୁରକ୍ଷା ପ୍ରତି ଶତ ପ୍ରତିଶତ ସମର୍ପିତ ଭାବ...

ଏକ ତ୍ରୁଟିପୂର୍ଣ୍ଣ ଅନ୍ବେଷଣ

ଜାଚରୀ କାରାବେଲ୍‌ ନିକଟରେ ଆମେରିକାର ପୋଡ୍‌କାଷ୍ଟର ଜୋଏ ରୋଗନ ଶୀର୍ଷକରେ ପ୍ରକାଶ କରିଛନ୍ତି ଯେ,ସମ୍ପ୍ରତି ଆମେରିକାର ସାଂସ୍କୃତିକ ପଥ ଯାହା ରହିଛି ତାହା ଗୋରା ଲୋକଙ୍କୁ...

ବାଇଡେନ୍‌ଙ୍କ ବୈଦେଶିକ ନୀତି ବିଶ୍ୱକୁ ବିପଦ

ହରେକୃଷ୍ଣ ପଣ୍ଡା ଆମେରିକାର ନୂତନ ରାଷ୍ଟ୍ରପତି ବାଇଡେନ ଶାସନଭାର ନେବା ପରେ ଯାହା ଅନୁମାନ କରାଯାଉଥିଲା ତାହା ଏବେ ବିପରୀତମୁଖୀ ବୋଲି ଜଣାପଡୁଛି। ବାଇଡେନ ସ୍ଥିର...

ପେନ୍‌ ପିଣ୍ଟର ବିଜେତା

ବିଶ୍ୱରେ କଳା ଲୋକଙ୍କୁ ଘୃଣା କରିବାର ଇତିହାସ ବହୁ ପୁରୁଣା। କିନ୍ତୁ ସମୟ ପ୍ରମାଣ ଦେଇଛି ସେହି କୃଷ୍ଣକାୟମାନେ ପରିଶ୍ରମ ଓ ଧୀଶକ୍ତି ବଳରେ ଗୋରା...

ଏଇ ଭାରତରେ

ଗୋଟିଏ ପାଖରେ ଚାକିରିର ଗୁରୁଦାୟିତ୍ୱ ଓ ଅନ୍ୟପଟେ ଅସହାୟଙ୍କ ସେବା ମଧ୍ୟରେ ସମନ୍ବୟ ରକ୍ଷା କରି ଆଗକୁ ବଢ଼ୁଛନ୍ତି ହରିୟାଣାର ଆଇପିଏସ୍‌ ଅଧିକାରୀ ଶ୍ରୀକାନ୍ତ ଯାଦବ।...

ତଥ୍ୟରେ ନିିବେଶ ଲୋଡ଼ା

ରାଜ୍‌ ଶାହା, ମାର୍କ ଲୋକୋକ୍‌ ମାର୍ଚ୍ଚ ୨୦୨୦ରେ କୋଭିଡ୍‌-୧୯ ମହାମାରୀ କାୟା ବିସ୍ତାର କରିବା ସମୟରେ ଆଫଗାନିସ୍ତାନରେ କେବଳ ୩୦୦ ଭେଣ୍ଟିଲେଟର ଏବଂ ଦୁଇଟି ଇଣ୍ଟେନ୍‌ସିଭ...

ଏଇ ଭାରତରେ

ନଡ଼ିଆ ଖାଇ ଶଢ଼େଇ ବାହାରେ ଫିଙ୍ଗି ଦେବାରେ ସଭଏଁ ଅଭ୍ୟସ୍ତ, କିନ୍ତୁ କେରଳର ମାରିଆ କୁରିକୋସ୍‌ ତାହାକୁ ସଂଗ୍ରହ କରି ସେଥିରୁ ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଖିଲାଡ଼ି ବୟଙ୍କ ସମ୍ପର୍କରେ ଏଭଳି କହିଥିଲେ ଖିଲାଡ଼ି ଗର୍ଲ….
Next Post Next post:
ଏଲୋପାଥି ଉପରେ ଆକ୍ରମଣର ନିହିତାର୍ଥ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts