Categories: ଖେଳ

ପରିବାର ସହ ମିଶିଲେ ଅଷ୍ଟ୍ରେଲୀୟ ଆଇପିଏଲ୍‌ ଖେଳାଳି

ସିଡ୍‌ନୀ, ୧ା୬ (ପି.ଟି.)-ଭାରତରେ ଆଇପିଏଲ୍‌ରେ ଭାଗନେବା ଲାଗି ଆସିଥିବା ଅଷ୍ଟ୍ରେଲୀୟ କ୍ରିକେଟର, ସପୋର୍ଟ ଷ୍ଟାଫ୍‌ ଏବଂ କମେଣ୍ଟେଟରଙ୍କ କ୍ୱାରାଣ୍ଟାଇନ୍‌ ଅବଧି ଶେଷ ହେବାପରେ ସୋମବାର ସେମାନେ ପରିବାର ସହ ଯୋଗ ଦେଇଛନ୍ତି। ପରିବାରରେ ନାହିଁ ନ ଥିବା ଖୁସି ଓ ଆନନ୍ଦର ପରିବେଶ ଦେଖିବାକୁ ମିଳିଥିଲା। ଭାରତରୁ ଫେରିବା ପରେ ୩୮ ଅଷ୍ଟ୍ରେଲୀୟଙ୍କୁ ସ୍ଥାନୀୟ ଏକ ହୋଟେଲରେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିଥିଲା। ସଂକ୍ରମଣ ବୃଦ୍ଧି ପାଇଁ ଅଷ୍ଟ୍ରେଲିଆ ସାମୟିକ ଭାରତରୁ ବିମାନ ଚଳାଚଳ ଉପରେ କଟକଣା ଜାରି କରିଛି। ଆଇପିଏଲ୍‌ରେ କରୋନା ସଂକ୍ରମଣ ଦେଖା ଦେବାରୁ ଇଭେଣ୍ଟକୁ ଅଧାରୁ ସସ୍‌ପେଣ୍ଡ କରାଯିବା ପରେ ଏଥିସହିତ ସମ୍ପୃକ୍ତ ଅଷ୍ଟ୍ରେଲୀୟଙ୍କୁ ମାଳଦ୍ୱୀପ ଦେଇ ସ୍ବଦେଶ ଫେରିବାକୁ ହୋଇଥିଲା। ଆଇପିଏଲ୍‌ ପାଇଁ ଏମାନଙ୍କ ମଧ୍ୟରୁ ଅଧିକାଂଶ ଏପ୍ରିଲ ପ୍ରଥମ ଭାଗରୁ ସେମାନଙ୍କ ପରିବାରଠାରୁ ଦୂରରେ ରହିଥିଲେ। ସସ୍‌ପେଣ୍ଡ ଥିବା ବ୍ୟୟବହୁଳ ଆଇପିଏଲ୍‌ ୟୁଏଇରେ ସେପ୍ଟେମ୍ବର ମଧ୍ୟଭାଗରେ ଆରମ୍ଭ ହେବ। ଫାଷ୍ଟ ବୋଲର ପ୍ୟାଟ୍‌ କୁମିନ୍ସ ୮ ସପ୍ତାହ ବ୍ୟବଧାନରେ ତାଙ୍କ ଗର୍ଭବତୀ ସ୍ତ୍ରୀ ବେକି ବୋଷ୍ଟନଙ୍କ ସହ ମିଶିଛନ୍ତି। ଏହାର ଏକ ଫଟୋ ସେ ଟୁଇଟରରେ ଅପ୍‌ଲୋଡ୍‌ କରିଛନ୍ତି। କୁମିନ୍ସଙ୍କ ବ୍ୟତୀତ ବ୍ୟାଟିଂ ମାଷ୍ଟର ଷ୍ଟିଭ୍‌ ସ୍ମିଥ୍‌, ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଏବଂ ବିସ୍ଫୋରକ ଓପନର ଡେଭ୍‌ ଓ୍ବାର୍ନର ପ୍ରମୁଖ ବହୁଦିନ ବ୍ୟବଧାନରେ ସେମାନଙ୍କ ପ୍ରିୟତମାଙ୍କୁ ଭେଟିଛନ୍ତି। ଅଷ୍ଟ୍ରେଲୀୟମାନଙ୍କୁ ପଠାଇବା ଲାଗି ବିସିସିଆଇ ତରଫରୁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟପାଇଁ କ୍ରିକେଟ ଅଷ୍ଟ୍ରେଲିଆର ନବନିଯୁକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍‌ ହକ୍‌ଲେ ଭାରତୀୟ ବୋର୍ଡକୁ ଧନ୍ୟବାଦ ଦେଇଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.