ବୌଦ୍ଧ,୨୧।୬: ପୁଅର ମୃତ୍ୟୁ ପରେ ବାପା ମୃତଦେହ ଛୁଇଁଲେନି କି ସଂସ୍କାର ପାଇଁ ନେଲେନାହିଁ। ଫଳରେ ପୁତ୍ରବଧୂ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ବୁଝାଶୁଝା କରିବାରୁ ୧୦ ଘଣ୍ଟା ପରେ ମୃତଦେହ ସ୍ଥାନୀୟ ଶ୍ମଶାନରେ ସତ୍କାର କରାଯାଇଥିଲା। ସୋମବାର ଏଭଳି ଏକ ଘଟଣା ବୌଦ୍ଧ ଜିଲା ବାଉଁଶୁଣୀ ଥାନା ବଡଝାରକଟା ଗ୍ରାମରେ ଦେଖିବାକୁ ମିଳିଛି।
ପୋଲିସ ସୂଚନା ମୁତାବକ, ବଡଝାରକଟା ଗ୍ରାମର ଗଣେଶ୍ୱର ପ୍ରଧାନଙ୍କ ପ୍ରଥମ ସ୍ତ୍ରୀଙ୍କ ପୁଅ ହେଉଛନ୍ତି ମୃତ୍ୟୁଞ୍ଜୟ ପ୍ରଧାନ (୨୭)। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଦ୍ୱିତୀୟ ବିବାହ କରିଥିଲେ। ଦ୍ୱିତୀୟ ବିବାହ ପରେ ଗଣେଶ୍ୱର କୁଆଡେ ପ୍ରଥମ ସ୍ତ୍ରୀଙ୍କ ପିଲାଙ୍କୁ ହତାଦର କରିଆସୁଥିଲେ। ପ୍ରାୟ ୩ ବର୍ଷ ତଳେ ମୃତ୍ୟୁଞ୍ଜୟ ପୁରୁଣାବହିରା ଗ୍ରାମରେ ବିବାହ କରିଥିଲେ। ଗତ ୪ ମାସ ହେଲା ସେ ଅଜଣା ରୋଗରେ ପୀଡିତ ହୋଇ ଶ୍ୱଶୁର ଘର ଗାଁରେ ରହି ଚିକିତ୍ସିତ ହେଉଥିଲେ। ରବିବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ଶ୍ୱଶୁର ଘର ଲୋକେ ତାଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରିଥିଲେ। ରାତି ପ୍ରାୟ ୧୧ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୋମବାର ମୃତଦେହ ବଡଝାରକଟା ଗ୍ରାମକୁ ନିଆଯାଇଥିଲା। ହେଲେ ବାପା ଗଣେଶ୍ୱର ପୁଅର ମୃତଦେହ ଗ୍ରହଣ କିମ୍ବା ସଂସ୍କାର କରିବାକୁ ମନା କରିଥିଲେ । ଫଳରେ ଦୀର୍ଘ ୧୦ ଘଣ୍ଟା ମୃତ୍ୟୁଞ୍ଜୟଙ୍କ ମୃତଦେହ ଘର ଆଗରେ ପଡି ରହିଥିଲା। ଏ ନେଇ ମୃତକଙ୍କ ସ୍ତ୍ରୀ ରଶ୍ମିତା ନ୍ୟାୟ ପାଇ ବାଉଁଶୁଣୀ ଥାନାରେ ଅଭିଯୋଗ କରିଥିଲେ । ବାଉଁଶୁଣୀ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ରାୟଗୁରୁ ଘଟଣାସ୍ଥଳରେ ପହଞ୍ଚତ୍ ପରିବାର ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ଜାତିଭାଇଙ୍କ ସହଯୋଗରେ ମୃତଦେହ ସତ୍କାର ପାଇଁ ନିଆଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.