ସୋରଡା,୨୬ା୬: ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ନୂଆଁଗଡ଼ ନିକଟ ନଦୀପଠାରୁ ପୋଲିସ ଗତ ମଙ୍ଗଳବାର ଭଗିଆ ବେହେରାଙ୍କ ମୁଣ୍ଡବିହୀନ ମୃତଦେହ ଜବତ କରିଥିଲା। ପୋଲିସ ଭଗିଆ ହତ୍ୟା ଘଟଣାର ଶନିବାର ପର୍ଦ୍ଦାଫାଶ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ମୃତକଙ୍କ ଶାଶୁ, ଶ୍ୱଶୁର ଏବଂ ସ୍ତ୍ରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଶଶ୍ୱର କବିରାଜ ନାଇକ, ଶାଶୁ କିଶୋରୀ ଓ ସ୍ତ୍ରୀ ଝିଲି।
ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଆସିକା ଏସ୍ଡିପିଓ ଉମାଶଙ୍କର ସିଂ, ଆଇଆଇସି ରମେଶ କୁମାର ପ୍ରଧାନଙ୍କ ସୂଚନା ଅନୁସାରେ, ସୁରମଣି ନିବାସୀ ଭଗିଆ ୯ ବର୍ଷ ତଳେ ଗୁଡିଢେପ ଗ୍ରାମର କବିରାଜଙ୍କ ଝିଅ ଝିଲିଙ୍କୁ ବିବାହ କରିଥିଲେ। ହେଲେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା। ଏନେଇ ଝିଲି କିଛିଦିନ ତଳେ ପୁଅ ବାବୁଲା(୫) ଓ ଝିଅ ଶିବାନୀ (୬)ଙ୍କୁ ଧରି ପୁଷ୍ପନଗରରେ ଏକ ଘରଭଡ଼ା ନେଇ ରହୁଥିଲେ। ଗତ ୧୮ରେ ଭଗିଆ ଏକ ମାରଣାସ୍ତ୍ର ଧରି ସ୍ତ୍ରୀ ରହୁଥିବା ଭଡାଘରେ ପହଞ୍ଚିଥିଲେ। ଝିଲି ଏବଂ ତାଙ୍କର ମା’ ବାପା ମିଶି ଭଗିଆଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ସ୍ତ୍ରୀକୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏପରିକି ଉତ୍କ୍ଷୀପ୍ତ ହୋଇ ଭଗିଆ ଶ୍ୱଶୁର କବିରାଜଙ୍କୁ ଆକ୍ରମଣ କରିଥିଲେ। ବାପାକୁ ସୁରକ୍ଷା କରିବାକୁ ଯାଇ ସ୍ତ୍ରୀ ଏକ ଛୁରୀରେ ଭାଗିଆଙ୍କୁ ଆକ୍ରମଣ କରିଥିଲେ। ଭଗିଆ ତଳେ ପଡିଯିବା ପରେ ଶ୍ୱଶୁର ଏକ କାତିରେ ମୁଣ୍ଡକୁ କାଟି ଅଲଗା କରିଦେଇଥିଲେ। ପରେ ଯୋଜନା ମୁତାବକ ମୁଣ୍ଡକୁ ଏକ ଜାଗାରେ ପୋତି ଦେଇ ଶରୀରକୁ ନଦୀପଟାରେ ଫିଙ୍ଗି ଦେଇଥିଲେ। ମୃତକଙ୍କ ଭାଇ ବିଦେଶୀ ଥାନାରେ ଏକ ଏତଲା ଦେଇଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ହତ୍ୟା ମାମଲା (ନଂ. ୨୦୦ /୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.